ପାକିସ୍ତାନ ସପକ୍ଷରେ ନାରା ଦେଇ କଟକର ଦୁଇ ଯୁବକ ଗିରଫ

କଟକ: ପାକିସ୍ତାନକୁ ସମର୍ଥନ କରିବା ପଡ଼ିଲା ମହଙ୍ଗା । ‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇ ଫସିଲେ କଟକର ଦୁଇ ଯୁବକ ।ଭାରତ-ପାକିସ୍ତାନ ଉତ୍ତେଜନାମୂଲକ ପରିସ୍ଥିତି ଭିତରେ ‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇ ଭିଡ଼ିଓ ରେକର୍ଡ଼ କରିବା ସହ ବିଭିନ୍ନ ହ୍ଵାଟ୍ସଆପ ଗ୍ରୁପରେ ଭାଇରାଲ କରିଥିଲେ ଦୁଇ ଯୁବକ । ଏନେଇ କଟକ ଚଉଳିଆଗଞ୍ଜ ଥାନାର ଜଣେ ପୋଲିସ ଅଧିକାରୀ ନିଳାଞ୍ଚଳ ଜେନା ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଆକ୍ସନ ମୋଡ଼କୁ ଆସିଥିଲା ଏବଂ ସମ୍ପୃକ୍ତ ଦୁଇ ଯୁବକକୁ ଗିରଫ କରିଥିଲା । ତେବେ ଗିରଫ ଦୁଇ ଜଣ ହେଲେ ସୌରଭ ସାହୁ ଏବଂ ଗୌତମ ଲେଙ୍କା ।ଏତଲା ଆଧାରରେ ଏହି ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ନେଇ ପୋଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ସୌରଭ ସାହୁ ଏବଂ ଗୌତମ ଲେଙ୍କା ।ଉଭୟ ମହାନଦୀ ବିହାରର ବାସିନ୍ଦା ଅଟନ୍ତି । ଗତ ୧୫ ତାରିଖ ରାତି ପ୍ରାୟ ସାଢ଼େ ୯ ଟାରେ, ପୋତାପୋଖରୀ ନିକଟରେ ଏହି ଭିଡିଓ କରାଯାଇଥିଲା ।ସୌରଭ ‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଉଥିବା ବେଳେ ଗୌତମ ଏହାକୁ ନିଜ ମୋବାଇଲରେ ରେକଡ଼ିଂ କରିବା ସହ ବିଭିନ୍ନ ହ୍ଵାଟ୍ସଆପ ଗ୍ରୁପରେ ଭାଇରାଲ କରିଥିଲେ । ତେବେ ଏହି ସମ୍ବେଦନଶୀଳ ମାମଲାକୁ ପୋଲିସ ଅତି ଗୁରୁତ୍ୱର ସହ ନେଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାରେ ଦୁଇଟି ମୋବାଇଲକୁ ମଧ୍ୟ ଜବତ କରିଛି ପୋଲିସ ।

  • Garvita Odia

    Related Posts

    ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର

    ଚନ୍ଦନେଶ୍ୱର: ସୈତାନ ସାଜିଲା ବାପା । ଧାରୁଆ ଅସ୍ତ୍ରରେ ସ୍ତ୍ରୀ ଓ ପୁଅକୁ ହାଣିଲା । ପୁଅ ଓ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ଦହମୁଣ୍ଡାରେ ଏଭଳି ଘଟଣା ଘଟିଛି ।…

    ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

    କୋରାପୁଟ : ପଡୁଆ ଥାନା ଅନ୍ତର୍ଗତ ଜଲାପୁଟ ଜଳ ଭଣ୍ଡାରକୁ ଡେଇଁ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା । ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କ ମୃତଦେହ ଜଳଭଣ୍ଡାରରୁ ଉଦ୍ଧାର କରିଛି। ନନ୍ଦପୁର ବ୍ଲକ ର ଅତଣ୍ଡା ଗ୍ରାମ ପଞ୍ଚାୟତର ଯୁକ୍ତ ଦୁଇ…

    Leave a Reply

    Your email address will not be published. Required fields are marked *

    You Missed

    ୫ ବିଭାଗର ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

    ୫ ବିଭାଗର ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ୨୦ରୁ ଖୋଲିବ ସ୍କୁଲ

    ୨୦ରୁ ଖୋଲିବ ସ୍କୁଲ

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ୨୦ରୁ ଖୋଲିବ ବିଦ୍ୟାଳୟ !

    ୨୦ରୁ ଖୋଲିବ ବିଦ୍ୟାଳୟ !