ପୁଲିସର ବର୍ବରୋଚିତ ଆକ୍ରମଣ ଘଟଣାକୁ ବିଜେଡିର ଦୃଢ଼ ନିନ୍ଦା

ଭୁବନେଶ୍ୱର : ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମହୁତି ଘଟଣାରେ, ବିଜୁ ଜନତା ଦଳ ତରଫରୁ ଆୟୋଜିତ ହୋଇଥିବା ଲୋକସେବା ଭବନ ଘେରାଉ କାର୍ୟ୍ୟକ୍ରମ ଉପରେ ପୁଲିସର ବର୍ବରୋଚିତ ଆକ୍ରମଣ ଘଟଣାକୁ ବିଜେଡି ଦୃଢ଼ ନିନ୍ଦା କରିବ ସହିତ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି।
ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ଉପ ସଭାପତି ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି କହିଥିଲେ, ସୌମ୍ୟାଶ୍ରୀକୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ରାଜ୍ୟ ସରକାର ଏବେ ରାଜ୍ୟବାସୀଙ୍କ ଆକ୍ରୋଶ ଦେଖି ଭୟଭୀତ ହୋଇ ପଡିଛନ୍ତି। ସେଥିପାଇଁ ପ୍ରତିହିଂସା ପରାୟଣ ହୋଇ, ପୋଲିସ ମାଧ୍ୟମରେ ଆନ୍ଦୋଳନକାରୀଙ୍କ ଉପରେ ବର୍ବରୋଚିତ ଆକ୍ରମଣ କରୁଛନ୍ତି। ପ୍ରତାପ ଜେନା କହିଥିଲେ, ବିଜେଡି ଦ୍ୱାରା ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିବାଦ କରିବା ପାଇଁ ହଜାର ହଜାର କର୍ମୀ ମାଷ୍ଟର କ୍ୟାଣ୍ଟିନରୁ ପିଏମଜି ଛକ ମଧ୍ୟରେ ଏକତ୍ରିତ ହୋଇଥିଲେ। ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ ଚାଲିଥିବା ବେଳେ ଓ ଆନ୍ଦୋଳନକାରୀମାନେ ଲୋକସେବା ଭବନ ପୂର୍ବରୁ ପୁଲିସ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବ୍ୟାରିକେଡ୍ ନିକଟରେ ପହଞ୍ଚିବା ପୂର୍ବରୁ ପୁଲିସ୍ ଦ୍ୱାରା ଅଚାନକ ବର୍ବରୋଚିତ ଆକ୍ରମଣ କରାଯାଇଥିଲା ।

ପ୍ରଥମେ ପାଣି ମାଡ଼ ହେଲା, ଦୁର୍ଭାଗ୍ୟଜନକ କଥା ହେଲା ମହିଳା ପ୍ରତିବାଦକାରୀ ମାନଙ୍କୁ ଲକ୍ଷ୍ୟ କରି ପାଣିମାଡ଼ କରାଗଲା । ଯଦ୍ବାରା ବହୁ ସଂଖ୍ୟାରେ ମହିଳା ଆହତ ହୋଇଥିଲେ । ଦୁଇ ରାଉଣ୍ଡ ପାଣି ମାଡ଼ ପରେ ଅନ୍ଧାଧୁନିଆ ଭାବେ ରବର ବୁଲେଟ୍ ମାଡ଼ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରାଗଲା। ଏଥିରେ, ତିଳେ ମାତ୍ର ସନ୍ଦେହ ନାହିଁ ଯେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୁଲିସ ଏପରି ବର୍ବରୋଚିତ ଆକ୍ରମଣ କରିଛି। ଆଜି ପୋଲିସ୍ ଦମନଲୀଳାରୁ ସ୍ପଷ୍ଟ ଯେ, ରାଜ୍ୟ ସରକାର ଭୟଭୀତ ହୋଇ ପଡିଛନ୍ତି। କିନ୍ତୁ, ସରକାର ପୋଲିସ ଆକ୍ରମଣ ମାଧ୍ୟମରେ ବିଜୁ ଜନତା ଦଳ ଦ୍ୱାରା ରାଜ୍ୟର ନାରୀ ମାନଙ୍କ ସମ୍ମାନ ଓ ସୁରକ୍ଷା ଉଠା ଯାଇଥିବା ସ୍ବରକୁ ପୋଲିସ ଚାପି ଦେଇ ପାରିବେ ନାହିଁ ବରଂ ଏ ଆନ୍ଦୋଳନ ଆହୁରି ତୀବ୍ର ହେବ।

ସେହିପରି, ସୁଦାମ ମାରାଣ୍ଡି କହିଥିଲେ, ସରକାରଙ୍କ ବ୍ୟବସ୍ଥାଗତ ବିଫଳତା ଯୋଗୁ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ହୋଇଛି । କିନ୍ତୁ ବ୍ୟବସ୍ଥାକୁ ସୁଧାରିବା ପରିବର୍ତ୍ତେ ପୁଲିସ୍ ଦ୍ୱାରା ସରକାର ପ୍ରତିବାଦର ସ୍ୱରକୁ ଚପାଇ ଦେବା ପାଇଁ ଚେଷ୍ଟା କରିବା ଦୁର୍ଭାଗ୍ୟଜନକ। ଆଜି ପୁଲିସର ଦମନଲୀଳା ଦ୍ୱାରା ଶତାଧିକ ବିଜେଡି କର୍ମୀ ଓ ନେତା ଆହତ ହୋଇଛନ୍ତି । ଦଳର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ପ୍ରୀତି ରଞ୍ଜନ ଘଡାଇ, ସାଂସଦ ସୁଲତା ଦେଓ, ଛବି ମାହାଲି, ନୀଳ ମାଧବ ମହାନ୍ତି ଓ ସଙ୍କେତ ରାୟଙ୍କ ସମେତ ଅନେକ ବିଜେଡି କର୍ମୀ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ପ୍ରଣବ ପ୍ରକାଶ ଦାସ, ପ୍ରୀତି ରଞ୍ଜନ ଘଡ଼ାଇ ଓ ରାଜ୍ୟସଭା ସାଂସଦ ସୁଲତା ଦେଓ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଶର୍ମିଷ୍ଠା ସେଠି କହିଥିଲେ, ଆଜିର କାର୍ୟ୍ୟକ୍ରମରେ ପୁରୁଷ ପୁଲିସ ମାନେ ଆମର ମହିଳା ନେତ୍ରୀମାନଙ୍କୁ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ। ପୁଲିସ ଆକ୍ରମଣକୁ ବିଜେଡି ଦୃଢ଼ ନିନ୍ଦା କରୁଛି। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜିର ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଶୃଙ୍ଖଳିତ ଏବଂ ଶାନ୍ତିପୂର୍ଣ୍ଣ ଢଙ୍ଗରେ ପ୍ରତିବାଦ କରୁଥିବା ବିଜେଡି କର୍ମୀଙ୍କ ଉପରେ ବିନା ଉତ୍ତେଜନାରେ ସରକାର କାହିଁକି ଦମନଲୀଳା ରଚିଲେ, ତାର ସ୍ପଷ୍ଟୀକରଣ ରଖିବା ଦରକାର। ସୌମ୍ୟାଶ୍ରୀକୁ ଓ ରାଜ୍ୟରେ ମହିଳା ନିର୍ୟ୍ୟାତନା ନିୟନ୍ତ୍ରଣରେ ନଆସିବା ଯାଏ ବିଜେଡି ଆନ୍ଦୋଳନ ଜାରି ରଖିବ।

  • Garvita Odia

    Related Posts

    ଆମକୁ ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ, ବିଜେପିକୁ ରଖନ୍ତୁ

    ଭୁବନେଶ୍ବର: ଯେକୌଣସି ଦଳ ହେଉ, ଯେଉଁମାନେ ମହିଳା ପ୍ରସଙ୍ଗରେ ବିଜେପି ସରକାର ବିରୁଦ୍ଧରେ ଲଢିବ ସେମାନଙ୍କ ପ୍ରତି ବିଜେଡ଼ିର ନୈତିକ ସମର୍ଥନ ରହିବ। ପୀଡିତାଙ୍କ ଅଭିଯୋଗକୁ ସମସ୍ତେ ଅଣଦେଖା କଲେ। ଯେଉଁଥିପାଇଁ ସେ ଜୀବନ ହାରିଲା। ଏହା ଜନତାଙ୍କ ପ୍ରତିକ୍ରିୟା। ଆମେ…

    ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

    ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ । FM କଲେଜ ଛାତ୍ରୀଙ୍କ ଆତ୍ମାହୁତିକୁ ନେଇ ବିରୋଧୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ବିଜେଡ଼ି ଓ କଂଗ୍ରେସ ଉପରେ ବର୍ଷିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । କହିଲେ, ବିଜେଡ଼ି ସରକାର ୨୪ବର୍ଷ…

    Leave a Reply

    Your email address will not be published. Required fields are marked *

    You Missed

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ଅଧ୍ୟାପକ ଗୋପୀକାନ୍ତ ସୁନା  ନିଲମ୍ବିତ

    ଆମକୁ ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ, ବିଜେପିକୁ ରଖନ୍ତୁ

    ଆମକୁ  ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ,  ବିଜେପିକୁ ରଖନ୍ତୁ

    ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

    ବିରୋଧୀଙ୍କ ଉପରେ ବର୍ଷିଲେ  ଅପରାଜିତା

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ମହିଳା ହେଲପଲାଇନ ନଂ-୧୮୧

    ମହିଳା ହେଲପଲାଇନ ନଂ-୧୮୧