ପ୍ରତିରକ୍ଷା ବଜେଟ୍ ୫୦ ହଜାର କୋଟି ବୃଦ୍ଧି ପ୍ରସ୍ତାବ!

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । କାରଣ ପ୍ରତିରକ୍ଷା ବଜେଟ୍ ୫୦ ହଜାର କୋଟି ବୃଦ୍ଧି କରାଯିବା ନେଇ ବିଶେଷ ସୁତ୍ରରୁ ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶ ପାଇଛି । ପୂର୍ବ ବଜେଟରେ ୬ ଲକ୍ଷ ୮୧ ହଜାର କୋଟି ବ୍ୟୟବରାଦ ଥିଲା । ସ୍ୱତନ୍ତ୍ର ସହାୟତା ମିଶିଲେ ପ୍ରତିରକ୍ଷା ବଜେଟ୍ ୭ ଲକ୍ଷ ଟପିବ ।ଅପରେସନ୍ ସନ୍ଦୂର ପାଇଁ ସରକାର ପ୍ରତିରକ୍ଷା ବଜେଟ୍‌କୁ ଆହୁରି ବଢାଇବାକୁ ବିଚାର କରୁଛନ୍ତି । କୁହାଯାଉଛି କି ଖୁବଶୀଘ୍ର ପ୍ରତିରକ୍ଷା ବଜେଟ୍‌ରେ ଅତିରିକ୍ତ ବ୍ୟୟବରାଦ କରାଯିବ । ଏହି ଅତିରିକ୍ତ ଆବଣ୍ଟନ ସେନାଙ୍କ ଆବଶ୍ୟକତା, ଜରୁରୀ ସାମଗ୍ରୀ କିଣିବା ଏବଂ ରିସର୍ଚ ଉନ୍ନତୀକରଣ ପାଇଁ କରାଯାଇପାରେ । ଅତିରିକ୍ତ ଆବଣ୍ଟନକୁ ନୂଆ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ କିଣିବାରେ ଖର୍ଚ୍ଚ କରାଯିବ ।

ମିଳିଥିବା ସୁତ୍ର ଅନୁସାରେ ପ୍ରତିରକ୍ଷା ବଜେଟ ୫୦ ହଜାର କୋଟି ଅତିରିକ୍ତ ପ୍ରାବଧାନ ନେଇ ପ୍ରସ୍ତାବ ଦିଆଯାଇଛି । ଶୀତକାଳୀନ ଅଧିବେଶନରେ ଅତିରିକ୍ତ ବ୍ୟୟବରାଦକୁ ମଞ୍ଜୁରୀ ମିଳିପାରେ । ଚଳିତ ବର୍ଷ ପ୍ରତିରକ୍ଷା ବଜେଟ ରେକର୍ଡ ୬.୮୧ ଲକ୍ଷ କୋଟି ଥିଲା । ଯାହା ଗତ ୧୦ ବର୍ଷରେ ରେକର୍ଡ ବଜେଟ ଥିଲା । ଯାହା ମୋଟ୍ ବଜେଟର ୧୩.୪୫ ପ୍ରତିଶତ ଥିଲା । ସବୁ ମନ୍ତ୍ରଣାଳୟ ତୁଳନାରେ ଏହା ସର୍ବାଧିକ ଥିଲା ।

  • Garvita Odia

    Related Posts

    ହରିୟାଣାରେ ଭୂକମ୍ପ ଝଟକା

    ନୂଆଦିଲ୍ଲୀ : ହରିୟାଣାରେ ଭୂକମ୍ପ ଝଟକା। ସକାଳ ୬ଟା ସମୟରେ ହରିୟାଣାର ଫରିଦାବାଦରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଫରିଦାବାଦର ଦକ୍ଷିଣ ପୂର୍ବରେ ୧୬ କିମି ଏବଂ ଭୂମିଠାରୁ…

    ବିମାନ ଖସିପଡିବା ଘଟଣା, ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

    ଢାକା: ସ୍କୁଲ ଉପରେ ବିମାନ ଖସିପଡିବା ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ୨୭ରେ ପହଞ୍ଚିଲା ଢାକା ବିମାନ ଦୁର୍ଘଟଣାର ମୃତକଙ୍କ ସଂଖ୍ୟା । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଇତିମଧ୍ୟରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୮…

    Leave a Reply

    Your email address will not be published. Required fields are marked *

    You Missed

    ‘ପାଇକ ବିଦ୍ରୋହ’ ବିଷୟକୁ ବାଦ୍‌ ଦିଆଯାଇନି:ଏନ୍‌ସିଇଆର୍‌ଟି

    ‘ପାଇକ ବିଦ୍ରୋହ’  ବିଷୟକୁ ବାଦ୍‌ ଦିଆଯାଇନି:ଏନ୍‌ସିଇଆର୍‌ଟି

    ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡି ସାଂସଦ

    ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡି ସାଂସଦ

    ପୁଅ ମାଡ଼ରେ ମାଆ ମୃତ

    ପୁଅ ମାଡ଼ରେ ମାଆ ମୃତ

    ହରିୟାଣାରେ ଭୂକମ୍ପ ଝଟକା

    ହରିୟାଣାରେ ଭୂକମ୍ପ ଝଟକା

    ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, କିଟ୍‌କୁ ଦାୟୀ କଲା ୟୁଜିସି

    ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା,  କିଟ୍‌କୁ ଦାୟୀ କଲା ୟୁଜିସି

    ବିମାନ ଖସିପଡିବା ଘଟଣା, ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

    ବିମାନ ଖସିପଡିବା ଘଟଣା, ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା