ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଛାତ୍ର କଂଗ୍ରେସ ନେତା ଅଟକ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ହେଲେ ମୋଦିଙ୍କ ଗସ୍ତ ପୂର୍ବରୁ କଂଗ୍ରେସର ଯୁବଛାତ୍ର ନେତାଙ୍କୁ ପୋଲିସ ଉଠାଇ ନେଇଛି। ସୟଦ ୟାସିର୍‌ ନୱାଜଙ୍କ ସମେତ ୬ଜଣ କଂଗ୍ରେସ ନେତା ଅଟକ ରହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରକୁ ୧୧ବର୍ଷ ପୂରିଥିବା ବେଳେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରକୁ ଏକବର୍ଷ ପୂରିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଜନତା ମଇଦାନରେ ବର୍ଷପୂର୍ତ୍ତି କାର୍ୟ୍ୟକ୍ରମ ଆୟୋଜନ କରିଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଘଣ୍ଟିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି।
ଅପରାହ୍ଣ ୩ଟା ୪୫ମିନିଟରେ ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନ ଦ୍ବାରା ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ କେନ୍ଦ୍ର ଓ ରାଜ୍ୟ ବିଜେପିରଶୀର୍ଷସ୍ତରୀୟ ନେତୃବୃନ୍ଦ ଏବଂ ବିଜେପି କାର୍ୟ୍ୟକର୍ତ୍ତା ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବେ। ପରେ ବିମାନ ବନ୍ଦରଠାରେ ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇ ରୋଡ୍ ଶୋ’ରେ ବାହାରିବେ। କଳିଙ୍ଗ ଷ୍ଟାଡିୟମଠାରୁ ଜନତା ମଇଦାନ ପର୍ୟ୍ୟନ୍ତ ବିଶାଳ ରୋଡ଼ ଶୋ’ କରାଯିବ।ରାସ୍ତାର ଉଭୟ ପାର୍ଶ୍ବରେ ବିଜେପି କାର୍ୟ୍ୟକର୍ତ୍ତା ଏବଂ ଜନସାଧାରଣଙ୍କୁ ଅଭିବାଦନ ଜଣାଇବେ ପ୍ରଧାନମନ୍ତ୍ରୀ।

  • Garvita Odia

    Related Posts

    ନିରଞ୍ଜନ ରଥଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

    ଭୁବନେଶ୍ୱର: ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ, ଦୈନିକ ଖବରକାଗଜ ସମାଜର ପୂର୍ବତନ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ନିରଞ୍ଜନ ରଥଙ୍କ ୭୮ ବର୍ଷ ବୟସରେ ପରଲୋକ ଘଟିଛି । ଲୋକସେବକ ମଣ୍ଡଳର ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ ଉଲ୍ଲେଖନୀୟ କାର୍ୟ୍ୟ କରି…

    ନିଆରା ଢ଼ଙ୍ଗରେ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ପାଳନ କଲା ଛାତ୍ର କଂଗ୍ରେସ

    ଭୁବନେଶ୍ୱର : ରାହୁଲ ଗାନ୍ଧୀଙ୍କ ଜନ୍ମଦିବସ ଅବସରରେ ଛାତ୍ର କଂଗ୍ରେସ ତରଫରୁ ସାମାଜିକ ନ୍ୟାୟ ଆଧାରିତ ଚଳଚିତ୍ର “ଫୁଲେ” ପ୍ରଦର୍ଶିତ କରାଯାଇଛି । କଟକର ବୃନ୍ଦାବନ ହଲରେ ପ୍ରାୟ ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ଏହି ଚଳଚିତ୍ରକୁ ଦେଖିଥିଲେ । ଏହି…

    Leave a Reply

    Your email address will not be published. Required fields are marked *

    You Missed

    ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ: ମୁଖ୍ୟମନ୍ତ୍ରୀ

    ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ: ମୁଖ୍ୟମନ୍ତ୍ରୀ

    ଜନତା ମଇଦାନ ନିକଟରେ ଜନସମୁଦ୍ର

    ଜନତା ମଇଦାନ ନିକଟରେ ଜନସମୁଦ୍ର

    ଭାରତୀୟ ସଭ୍ୟତାକୁ ଓଡ଼ିଶା ସମୃଦ୍ଧ କରିଛି: ମୋଦୀ

    ଭାରତୀୟ ସଭ୍ୟତାକୁ ଓଡ଼ିଶା ସମୃଦ୍ଧ କରିଛି: ମୋଦୀ

    ହିନ୍ଦୀରେ ସ୍ବାଗତ ଭାଷଣ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

    ହିନ୍ଦୀରେ ସ୍ବାଗତ ଭାଷଣ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

    ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ପାଇଁ ବଢିଲା ଅଡୁଆ

    ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ପାଇଁ ବଢିଲା ଅଡୁଆ

    ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍‌ ସୋ

    ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍‌ ସୋ