ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇଛି । ଏବେ ରହିଛି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ । ପଶ୍ଚିମ-ଉତ୍ତର ପଶ୍ଚିମକୁ ମୁହାଁଇ ଆଉ ଟିକିଏ ଘନୀଭୂତ ହେବ ଆସନ୍ତା ୨୪ ଘଣ୍ଟାରେ । ଏପଟେ ମୌସୁମୀ ଆଗେଇବା ସହ ରାଜ୍ୟର ବହୁ ସ୍ଥାନରେ ବର୍ଷା ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ-ଆସନ୍ତା ଦୁଇଦିନ (ବୁଧବାର, ଗୁରୁବାର) ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି। କିଛି ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଏବଂ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ବହୁ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ହେଲା୧୮ ତାରିଖ (ବୁଧବାର) ରାଜ୍ୟର ଅଧିକାଂଶ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ମୟୂରଭଞ୍ଜର ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ଓ କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏହାବାଦ୍‌ ଝାରସୁଗୁଡ଼ା, ଦେବଗଡ଼, ଢେଙ୍କାନାଳ, ଅନୁଗୁଳ, ବରଗଡ଼, ସୋନପୁର, ବୌଦ୍ଧରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ୧୯ ତାରିଖ (ଗୁରୁବାର) ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ। ବରଗଡ଼, ସୋନପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ୨୦ରେ ବର୍ଷା ପରିମାଣ କିଛି ମାତ୍ରାରେ କମିବ। ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଏବଂ ସୁନ୍ଦରଗଡ଼ର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ୨୧ରୁ ୨୩ ଯାଏଁ କାଁ ଭାଁ ବର୍ଷା ହେବ। ବଡ଼ ବର୍ଷା ରହିବନି । ମୌସୁମୀ ଓଡ଼ିଶାର ବାକି ଥିବା ଅଞ୍ଚଳରେ ପ୍ରବେଶ କରିଥିବା ବେଳେ ରାଜ୍ୟରେ ପାଗ ବଦଳିଛି । ୨୦ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସହ ସ୍ଥାନେ ସ୍ଥାନେ ବଜ୍ରପାତ ଆଶଙ୍କା ଅଧିକ ରହିଛି । ତେଣୁ ସତର୍କ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ଥିବାରୁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

  • Garvita Odia

    Related Posts

    ଗୋପାଳପୁର ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା

    ଭୁବନେଶ୍ୱର: ଗୋପାଳପୁରରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ଅପରାଧୀମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଘଟଣାର ଦୃଢ ନିନ୍ଦା କରି, ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ମାନବତା ବିରୁଦ୍ଧରେ…

    ଭୁବନେଶ୍ୱର ରେଳଷ୍ଟେସନରେ ପାର୍କିଂ ଫି’ ,ବଢ଼ିଗଲା ୮ ଗୁଣା

    ଭୁବନେଶ୍ୱର : ଭୁବନେଶ୍ୱର ରେଳଷ୍ଟେସନରେ ପାର୍କିଂ ଫି’ ଆକାଶଛୁଆଁ ହୋଇଯାଇଛି । ପୂର୍ବରୁ ବାଇକ୍‌ ପିଛା ଫି’ ଥିଲା ୧୨ ଟଙ୍କା । ଏବେ ୮ ଗୁଣା ବଢ଼ିକରି ଏହି ଦେୟ ୯୪ ଟଙ୍କା ହୋଇଯାଇଛି । ସାଇକେଲ୍‌ ପାର୍କିଂ ଦର…

    Leave a Reply

    Your email address will not be published. Required fields are marked *

    You Missed

    ଗୋପାଳପୁର ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା

    ଗୋପାଳପୁର ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା

    ଆମେ ମଧ୍ୟସ୍ଥତା ଗ୍ରହଣ କରିନାହୁଁ, ନା ଗ୍ରହଣ କରିବୁ: ପ୍ରଧାନମନ୍ତ୍ରୀ

    ଆମେ ମଧ୍ୟସ୍ଥତା ଗ୍ରହଣ କରିନାହୁଁ, ନା ଗ୍ରହଣ କରିବୁ: ପ୍ରଧାନମନ୍ତ୍ରୀ

    ତୀବ୍ର ହେଉଛି ଇରାନ-ଇସ୍ରାଏଲ ଉତ୍ତେଜନା

    ତୀବ୍ର ହେଉଛି ଇରାନ-ଇସ୍ରାଏଲ ଉତ୍ତେଜନା

    ଭୁବନେଶ୍ୱର ରେଳଷ୍ଟେସନରେ ପାର୍କିଂ ଫି’ ,ବଢ଼ିଗଲା ୮ ଗୁଣା

    ଭୁବନେଶ୍ୱର ରେଳଷ୍ଟେସନରେ ପାର୍କିଂ ଫି’ ,ବଢ଼ିଗଲା ୮ ଗୁଣା

    ଜି ୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ

    ଜି ୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ

    ରୋଗୀ ନେଇ ଯାଉଥିଲା ,ଓଲଟିଲା ୧୦୮ ଆମ୍ବୁଲାନ୍ସ

    ରୋଗୀ ନେଇ ଯାଉଥିଲା ,ଓଲଟିଲା ୧୦୮ ଆମ୍ବୁଲାନ୍ସ