
ଭୁବନେଶ୍ୱର: ମାଟ୍ରିକ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଘଟଣା । ଘଟଣାରେ ପରେ କଟକ ସାଇବର ଥାନା ପୋଲିସର ବଡ଼ କାର୍ୟ୍ୟାନୁଷ୍ଠାନ । ଜଣେ ଶିକ୍ଷକଙ୍କ ସହ ୫ ଜଣଙ୍କୁ ଗିରଫ କଲା କଟକ ସାଇବର ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରାଇରଙ୍ଗପୁରର ଜଣେ ଶିକ୍ଷକଙ୍କ ସଂପୃକ୍ତି ଥିବା ଜଣାପଡ଼ିଛି । ପ୍ରଶ୍ନ ପତ୍ର ଲିକ୍ ନେଇ ଗତ ନଭେମ୍ବର ୧ ତାରିଖରେ ଓଷ୍ଟା ପକ୍ଷରୁ ଏତଲା କରାଯାଇଥିଲା । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଘଟଣାରେ ଅନ୍ୟ କେହି ସାମିଲ ଥିବା ଏନେଇ ଆହୁରି ତଦନ୍ତ ଜାରି ରଖିଛି ପୋଲିସ ।