ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଟାଙ୍ଗିଦେଲା ସ୍ତ୍ରୀ

ଜଳେଶ୍ବର: ପରକୀୟା ପ୍ରୀତିରୁ କରୁଣ ପରିଣତି । ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଟାଙ୍ଗିଦେଲା ସ୍ତ୍ରୀ । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଗୋବରଘଟା ଗ୍ରାମପଞ୍ଚାୟତ ଅଗ୍ରୱାଲା ଛକ ଅଞ୍ଚଳରୁ । ସ୍ତ୍ରୀ ଓ ପ୍ରେମିକକୁ ଅଟକ ରଖିଲେ ଗ୍ରାମବାସୀ । ପୋଲିସ ପହଞ୍ଚି ଗ୍ରାମବାସୀଙ୍କ କବଳରୁ ପ୍ରେମିକକୁ ଉଦ୍ଧାର କରି ଥାନାକୁ ନେଇଥିବା ବେଳେ ଶବ ଜବତ କରି ତଦନ୍ତ ଜାରି ରଖିଛି । ମୃତକ ହେଲେ ରମାକାନ୍ତ ଘୋଷ । ଅଟକ ଯୁବକ ଜଣକ ହେଲେ ମାନସ ଘୋଷ । ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଗୋବରଘଟା ଗ୍ରାମପଞ୍ଚାୟତ ଅଗ୍ରୱାଲା ଛକ ଠାରେ ରମାକାନ୍ତ ଘୋଷ ଏକ ଚା’-ପାନ ଦୋକାନ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ । ଶନିବାର ସକାଳ ସମୟରେ ରମାକାନ୍ତଙ୍କ ମୃତଦେହ ଘର ଭିତରେ ଏକ ରଶିରେ ଝୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ରମାକାନ୍ତଙ୍କ ସ୍ତ୍ରୀ ତାଙ୍କ ପ୍ରେମିକ ମାନସ ଘୋଷ ସହ ମିଶି ସ୍ୱାମୀକୁ ମାରି ରଶିରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ତେବେ ଉଭୟ ରମାକାନ୍ତଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିବା ସନ୍ଦେହ କରି ଗ୍ରାମବାସୀ ସ୍ତ୍ରୀ ଜାହ୍ନବୀ ଓ ପ୍ରେମିକ ମାନସକୁ ଅଟକ ରଖିଥିଲେ । ଖବର ପାଇ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ବେଳେ ପ୍ରେମିକ ମାନସ ଘୋଷକୁ ଅଟକ ରଖି ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

  • Garvita Odia

    Related Posts

    ଗୋପାଳପୁର ଗଣବଳାତ୍କାର ଘଟଣା:୬ ଅଭିଯୁକ୍ତଙ୍କୁ ଚିହ୍ନିଲେ ପୀଡ଼ିତା

    ବ୍ରହ୍ମପୁର : ଗୋପାଳପୁର ବେଳାଭୂମିରେ ଗଣବଳାତ୍କାରର ଶିକାର ହୋଇଥିବା ପୀଡ଼ିତା ଶୁକ୍ରବାର ବ୍ରହ୍ମପୁର ମଣ୍ଡଳ କାରାଗାର ଭିତରକୁ ଯାଇ ୬ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି। କୋର୍ଟଙ୍କ ଅନୁମତି ପ୍ରକାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅନୁଷ୍ଠିତ ଟିଆଇ ପରେଡ଼ରେ ପୀଡ଼ିତା…

    ନବ ଦାସଙ୍କ ଘରେ ତୃତୀୟ ଦିନରେ ଆୟକର ବିଭାଗର ରେଡ୍‌

    ଝାରସୁଗୁଡ଼ା : ତୃତୀୟ ଦିନରେ ଆୟକର ବିଭାଗର ରେଡ୍‌ । ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ତୃତୀୟ ଦିନରେ ଚଢାଉ ଜାରି ରହିଛି । ଗୁରୁବାର ଦିନ ଆୟକର…

    Leave a Reply

    Your email address will not be published. Required fields are marked *

    You Missed

    ମୋଦିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

    ମୋଦିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

    ଗୋପାଳପୁର ଗଣବଳାତ୍କାର ଘଟଣା:୬ ଅଭିଯୁକ୍ତଙ୍କୁ ଚିହ୍ନିଲେ ପୀଡ଼ିତା

    ଗୋପାଳପୁର ଗଣବଳାତ୍କାର ଘଟଣା:୬ ଅଭିଯୁକ୍ତଙ୍କୁ ଚିହ୍ନିଲେ ପୀଡ଼ିତା

    ଆଜି ମହାପ୍ରଭୁଙ୍କ ଖଳିଲାଗି ଏକାଦଶୀ

    ଆଜି ମହାପ୍ରଭୁଙ୍କ ଖଳିଲାଗି ଏକାଦଶୀ

    ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଟାଙ୍ଗିଦେଲା ସ୍ତ୍ରୀ

    ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଟାଙ୍ଗିଦେଲା ସ୍ତ୍ରୀ

    ନବ ଦାସଙ୍କ ଘରେ ତୃତୀୟ ଦିନରେ ଆୟକର ବିଭାଗର ରେଡ୍‌

    ନବ ଦାସଙ୍କ ଘରେ ତୃତୀୟ ଦିନରେ ଆୟକର ବିଭାଗର ରେଡ୍‌

    ଡାଇରିଆ ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

    ଡାଇରିଆ ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ