ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର

ରାଉରକେଲା: ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ପାନପୋଷର ବାଲୁଘାଟ ଅଞ୍ଚଳରେ ପଶିଛି ପାଣି। ୨୫ ପରିବାର ସ୍ଥାନୀୟ ଏକ ସ୍କୁଲ ଘରେ ନେଇଛନ୍ତି ଆଶ୍ରୟ।କୋଏଲ ଓ ଶଙ୍ଖ ନଦୀର ଉପର ମୁଣ୍ଡରେ ହୋଇଛି ପ୍ରବଳ ବର୍ଷା। ଏହି ବର୍ଷା ଯୋଗୁଁ ଉଭୟ ନଦୀର ଜଳସ୍ତର ବଢ଼ିଛି । ଅନ୍ୟପକ୍ଷରେ ଶଙ୍ଖ ନଦୀର କାନସବାହଲଠାରେ ଥିବା ମନ୍ଦିରା ଡ୍ୟାମର ୪ଟି ଗେଟ୍‌ ଖୋଲି ଦିଆଯାଇଛି । ଏହି ଦୁଇ ନଦୀର ପାଣି ବେଦବ୍ୟାସଠାରେ ମିଶିବା ପରେ ବ୍ରାହ୍ମଣୀ ନଦୀର ଜଳସ୍ତର ବଢିବାରେ ଲାଗିଛି । ତେଣୁ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଉରକେଲା ମହାନଗର ନିଗମର ଏକ ଟିମ୍ ବାଲୁଘାଟ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିବା ସୂଚନା ମିଳିଛି ।

  • Garvita Odia

    Related Posts

    ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ପାଇଁ ବଢିଲା ଅଡୁଆ

    କଟକ : ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ପାଇଁ ବଢିଲା ଅଡୁଆ । ହାଇକୋର୍ଟରେ ବିଷ୍ଣୁପଦଙ୍କ ଆବେଦନ ଖାରଜ ହୋଇଛି । ଓଡ଼ିଶା ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନର ୧୦ ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗ ମାମଲାରେ ବିଷ୍ଣୁପଦଙ୍କ ଘରେ ସିବିଆଇ ରେଡ୍…

    ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍‌ ସୋ

    ଭୁବନେଶ୍ବର: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚି ଥିଲେ। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ…

    Leave a Reply

    Your email address will not be published. Required fields are marked *

    You Missed

    ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ପାଇଁ ବଢିଲା ଅଡୁଆ

    ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ପାଇଁ ବଢିଲା ଅଡୁଆ

    ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍‌ ସୋ

    ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍‌ ସୋ

    ଭୁବନେଶ୍ବରରେ ପହଞ୍ଚିଲେ ପିଏମ୍‌ ମୋଦୀ

    ଭୁବନେଶ୍ବରରେ ପହଞ୍ଚିଲେ ପିଏମ୍‌ ମୋଦୀ

    ଆଜିଠୁ ବୌଦ୍ଧରୁ ଗଡ଼ିବ ରେଳ

    ଆଜିଠୁ ବୌଦ୍ଧରୁ ଗଡ଼ିବ ରେଳ

    ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଛାତ୍ର କଂଗ୍ରେସ ନେତା ଅଟକ

    ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ  ଛାତ୍ର କଂଗ୍ରେସ ନେତା ଅଟକ

    ନିରଞ୍ଜନ ରଥଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

    ନିରଞ୍ଜନ ରଥଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ