ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା: ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ୟ୍ୟନ୍ତ ଦୀର୍ଘ ୩ ମାସ ଧରି ପର୍ୟ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଏହି ସମୟରେ ବଉଳା କୁମ୍ଭୀରମାନେ ହିଂସ୍ର ହେଉଥିବାରୁ ପର୍ୟ୍ୟଟକ ମାନଙ୍କୁ ଆକ୍ରମଣ କରିବାର ସମ୍ଭାବନା ରହିଥାଏ । ଭିତରକନିକାକୁ ପର୍ୟ୍ୟଟକ ମାନଙ୍କୁ ବାରଣ କରାଯାଇଥାଏ ।
କୁମ୍ଭୀର ମାନଙ୍କ ମିଳନ ପ୍ରକିୟା ପରେ ମା’ କୁମ୍ଭୀର ନଦୀ ଜୁଆର ମାଡୁ ନ ଥିବା ଉଚ୍ଚ ସ୍ଥାନ ଦେଖି ହେନ୍ତାଳ ଓ ଖରଖରି ପତ୍ରରେ ବସା ବାନ୍ଧି ଅଣ୍ଡାଦାନ କରିଥାଏ । ଅଣ୍ଡାରୁ ଛୁଆ ଫୁଟିବା ପରେ ମା’ କୁମ୍ଭୀର ଛୁଆକୁ ନେଇ ନଦୀରେ ଛାଡିଥାଏ । ଏହି ସମୟରେ କୁମ୍ଭୀର ଆକ୍ରମଣର ସମ୍ଭାବନା ଥିବାରୁ ନଦୀକୂଳିଆ ଗ୍ରାମବାସୀମାନଙ୍କୁ ନଦୀକୁ ଯିବାକୁ ବାରଣ କରିଛି ରାଜନଗର ବନବିଭାଗ।

  • Garvita Odia

    Related Posts

    ଓଡ଼ିଶା ଛାଡ଼ି ଯିବାକୁ ନାରାଜ ପାକିସ୍ତାନୀ

    ଭୁବନେଶ୍ୱର: ବ୍ରହ୍ମପୁର ବଡ ମସଜିଦ ସାହିର ରାହିମା ଆରା । ଦୀର୍ଘ ୨୫ ବର୍ଷ ହେବ ପରିବାର ସହ ଓଡ଼ିଶାରେ ରହୁଛନ୍ତି । କିନ୍ତୁ ପରିଚୟ ତାଙ୍କର ପାକିସ୍ତାନୀ । ଭାରତୀୟଙ୍କୁ ବିବାହ କରିଥିବାରୁ ଦୀର୍ଘବର୍ଷ ହେବ ଦୀର୍ଘ ମିଆଦି ଭିସାରେ…

    ଆଜି ଚାଷୀ କରିବେ ଅଖିମୁଠି ଅନୁକୂଳ

    ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଏହି ଦିନ ଚାଷୀ ଅଖିମୁଠି ଅନୁକୂଳ କରିଥା’ନ୍ତି । ତେଣୁ ଏହାକୁ କୃଷିଭିତ୍ତିକ ପର୍ବ ବା କୃଷକଙ୍କ ପର୍ବ ବୋଲି…

    Leave a Reply

    Your email address will not be published. Required fields are marked *

    You Missed

    ବାରୁଦ କାରଖାନାରେ ବିସ୍ଫୋରଣ, ୩ ମୃତ

    ବାରୁଦ କାରଖାନାରେ ବିସ୍ଫୋରଣ, ୩ ମୃତ

    ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

    ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

    ଶିଶୁ ଦୁଷ୍କର୍ମ ରୋକିବାରେ ଅସମର୍ଥ ଅପାରଗ ବିଜେପି ସରକାର: ବିଜେଡି

    ଶିଶୁ ଦୁଷ୍କର୍ମ ରୋକିବାରେ ଅସମର୍ଥ ଅପାରଗ ବିଜେପି ସରକାର: ବିଜେଡି

    ଓଡ଼ିଶା ଛାଡ଼ି ଯିବାକୁ ନାରାଜ ପାକିସ୍ତାନୀ

    ଓଡ଼ିଶା ଛାଡ଼ି ଯିବାକୁ ନାରାଜ ପାକିସ୍ତାନୀ

    ଆଜି ଚାଷୀ କରିବେ ଅଖିମୁଠି ଅନୁକୂଳ

    ଆଜି ଚାଷୀ କରିବେ ଅଖିମୁଠି ଅନୁକୂଳ

    କାଶ୍ମୀରର ୪୮ଟି ପର୍ୟ୍ୟଟନସ୍ଥଳୀ ବନ୍ଦ

    କାଶ୍ମୀରର ୪୮ଟି ପର୍ୟ୍ୟଟନସ୍ଥଳୀ ବନ୍ଦ