
କପ୍ତିପଦା : ଟେଷ୍ଟର ଭୁସି ଆକ୍ରମଣ କଲେ ଜେଲ ଫେରନ୍ତା ଶିକାରୀ । ଜେଲରୁ ଫେରି ଧମକ ଦେଇଥିଲେ । ଆଉ ସୁଯୋଗ ପାଇ ଘରେ ପଶିଲେ । ଆକ୍ରମଣ ସହିତ ଝିଅକୁ ଦୁର୍ବ୍ୟବହାର ସହିତ ସବୁଜବାହିନୀ ବନ କର୍ମଚାରୀଙ୍କୁ ଟେଷ୍ଟର ଭୁସିଦେଲେ । ଗୁରୁତର ଅବସ୍ଥାରେ ଭରତଙ୍କୁ ଚିକିତ୍ସା ପାଇଁ ବାରିପଦା ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଏଭଳି କିଛି କାଣ୍ଡ ଭିଆଇଛନ୍ତି ଜେଲରୁ ଫେରନ୍ତା ୩ ଶିକାରୀ । ଘଟଣା ଘଟିଛି କପ୍ତିପଦା ଥାନା ପୋଡାଡିହା ଡାହୀସାହି ଗ୍ରାମରେ । ଗ୍ରାମର ଭରତ ଶତ୍ରୁ ସାଲ ପୋଡାଡିହା ବନାଞ୍ଚଳରେ ସବୁଜ ବାହିନୀ ଭାବେ କାର୍ୟ୍ୟ କରୁଥିଲେ । ୭ ମାସ ପୂର୍ବରୁ ଶିମିଳିପାଳରେ ଶିକାର କରୁଥିବା ସେହି ଗ୍ରାମର ୪ ରୁ ଅଧିକ ଶିକାରୀଙ୍କୁ ଗିରଫ କରାଯାଇଥିଲା । ଯେଉଁ ଚଢ଼ଉରେ ଭରତ ଶତ୍ରୁ ସାଲ ସାମିଲ ଥିଲେ । ଗିରଫ ମାନଙ୍କ ମଧ୍ୟରେ ଦୁଇ ଜଣ ସେହି ଗାଁର ଥିବା ବେଳେ ମାସେ ପୂର୍ବରୁ ସେମାନେ ଜାମିନରେ ବାହାରିଛନ୍ତି । ଜାମିନରେ ବାହାରିବା ପରେ ଦୁଇ ଜଣ ଶିକାରୀ ସବୁଜ ବାହିନୀ କର୍ମଚାରୀଙ୍କୁ ମାରିବାକୁ ଧମକ ଦେଇ ଏହି କାଣ୍ଡ ଘଟାଇଛନ୍ତି ।