ବଳଙ୍ଗାରେ ଆଜି କଂଗ୍ରେସର ‘ନାରୀ ନ୍ୟାୟ’ ପଦଯାତ୍ରା

ଭୁବନେଶ୍ୱର : ବଳଙ୍ଗା ନାବାଳିକା ମୃତ୍ୟୁକୁ ନେଇ ଆଜି କଂଗ୍ରେସ ବଳଙ୍ଗାରେ ନାରୀ ନ୍ୟାୟ ପଦଯାତ୍ରା କରିବ। ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ବିଜେପି ସରକାର ଶାସନରେ ନାରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଜି ନାରୀ ସମ୍ପୂର୍ଣ୍ଣ ଅସୁରକ୍ଷିତ ଏବଂ ଅବହେଳିତ। ନାବାଳିକା ସ୍କୁଲ ଛାତ୍ରୀଙ୍କ ଠାରୁ ବୟସ୍କା ମହିଳା କିଏ ମଧ୍ୟ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ମାଲକାନଗିରି, ଗୋପାଳପୁର ବାଲେଶ୍ୱର, ବଳଙ୍ଗା, ଜଗତସିଂହପୁର ଆଦି ରାଜ୍ୟର ସମସ୍ତ ଅଞ୍ଚଳରେ ଘଟୁଥିବା ନାରୀ ନିର୍ୟାତନା ଏହାର ଜ୍ୱଳନ୍ତ ପ୍ରମାଣ। ସରକାର ଯଦି ସାମାନ୍ୟ ପଦକ୍ଷେପ ଗ୍ରହଣ କରି ପୀଡ଼ିତାଙ୍କ ଦୁଃଖ ଶୁଣିଥାନ୍ତେ ତେବେ ସେମାନଙ୍କୁ ନ୍ୟାୟ ମିଳିଥାନ୍ତା ଏବଂ ଜୀବନ ହାରିବାକୁ ପଡ଼ି ନଥାନ୍ତା ବୋଲି ଶ୍ରୀ ଦାସ କହିଛନ୍ତି। ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣାରେ ସରକାର ଏବଂ ପ୍ରଶାସନ ଜାଣିଶୁଣି ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ଏହାର ପ୍ରତିବାଦରେ ପୂର୍ବାହ୍ଣ ୯ଟାରୁ ବାୟାବାର ପୋଡ଼ି ଘଟଣାସ୍ଥଳରୁ ପଦଯାତ୍ରା ଆରମ୍ଭ ହୋଇ ଏବଂ ନିମାପଡ଼ାରେ ପହଞ୍ଚିବ। ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ପିସିସି ସଭାପତି କହିଛନ୍ତି।

  • Related Posts

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ଭୁବନେଶ୍ୱର: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭୋଟ ଚୋରୀ ଉପାଖ୍ୟାନକୁ ନେଇ ରାଜ୍ୟ କଂଗ୍ରେସର ସାମ୍ୱାଦିକ ସମ୍ମିଳନୀ । ପିସିସି ସଭାପତି କହିଛନ୍ତି ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର । ନହେଲେ ଏଥର ରାଜ୍ୟରେ କଂଗ୍ରେସର…

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    ଭୁବନେଶ୍ବର: ରାଜ୍ୟ ବିଜେପିର ଅନେକ ନେତା ଏବେ ନିଗମ ଓ ବୋର୍ଡ ଅଧ୍ୟକ୍ଷ ହେବା ଆଶାରେ ଅଛନ୍ତି। ଆଉ ୨୦ ତାରିଖ ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ। ତେବେ ବର୍ତ୍ତମାନ ସମୟରେ ନିର୍ଦ୍ଦିଷ୍ଟ ତାରିଖ କହିହେବ ନାହିଁ।…

    Leave a Reply

    Your email address will not be published. Required fields are marked *

    You Missed

    ନିଆଁ ଲାଗି ମହିଳା ମୃତ

    ନିଆଁ ଲାଗି ମହିଳା ମୃତ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ଯୁବତୀଙ୍କୁ ଉଠାଇ ନେଲେ

    ଯୁବତୀଙ୍କୁ ଉଠାଇ ନେଲେ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ