
ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ନେଇ ବିରୋଧୀଙ୍କ ଟାର୍ଗେଟ । ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି । ଦଳ ପୁରା ଡରିଯାଇଛି । ତେଣୁ ଆଗାମୀ ଛାତ୍ର ସଂସଦ ନିର୍ବାଚନ ହାରିବ ବୋଲି ଉଭୟ କଂଗ୍ରେସ ଓ ବିଜେଡ଼ି ଦାବି କରିଛନ୍ତି ।
ତେବେ ଛାତ୍ର କଂଗ୍ରେସ ନିର୍ବାଚନ ନେଇ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନକୁ ନେଇ ଛକାପଞ୍ଝା ଚାଲିଛି। କଲେଜ ନିର୍ବାଚନକୁ ଡରିଗଲାଣି ବିଜେପି ଓ ତାଙ୍କ ଛାତ୍ର ସଂଗଠନ । ସେମାନଙ୍କ ହାତରୁ ଖସିଗଲାଣି ସବୁ କଲେଜ । ବାଲେଶ୍ୱର ଘଟଣାରେ ବିଜେପି ଡରିଯାଇଛି । ଛାତ୍ରଛାତ୍ର ସତ କଣ ଜାଣିସାରିଲେଣି ଓ ସଜାଗ ବି ହେଲେଣି । ସେମାନଙ୍କ ସହିତ କେଉଁ ଛାତ୍ର ସଂଗଠନ ନାହାନ୍ତି।
ସେହିପରି କଂଗ୍ରେସ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣାରେ ଡରିଯାଇଛି ବିଜେପି । ଆଗାମୀ ଛାତ୍ର ସଂସଦ ନିର୍ବାଚନ ହାରିବେ । କଲେଜରେ ବିଜେପିର ସଂଗଠନ ନାହିଁ । ଛାତ୍ରୀ ମୃତ୍ୟୁ ଘଟଣାରେ ଏବିଭିପିର ଭୂମିକା କଣ ରହିଛି । ତାହା ସମସ୍ତେ ଜାଣି ସାରିଲେଣି । ସେଥିପାଇଁ ଛାତ୍ର କଂଗ୍ରେସର ସଦସ୍ୟଙ୍କୁ କ୍ୟାମ୍ପସରେ ପୂରାଇ ଦେଉନାହାନ୍ତି ।