ବିଜେପି ସରକାରଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ଟଙ୍କା ଫେରିପାଇବେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ: ମନମୋହନ ସାମଲ

ଭୁବନେଶ୍ୱର: ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବାପରେ ଚିଟଫଣ୍ଡ ସଂସ୍ଥାରେ କ୍ଷତିଗ୍ରସ୍ତ ସମସ୍ତ ଯୋଗ୍ୟ ଜମାକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି । ମାତ୍ର ୧ ବର୍ଷ ମଧ୍ୟରେ ୧ ଲକ୍ଷ୍ୟ ୨୬ ହଜାର ୧୩୭ ଜଣ ଯୋଗ୍ୟ ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯାଇଛି । ଆସନ୍ତା ୩-୪ ମାସ ମଧ୍ୟରେ ୫ ଲକ୍ଷ ଯୋଗ୍ୟ ଜମାକାରୀକାରୀଙ୍କୁ ପର୍ୟ୍ୟାୟକ୍ରମେ ଟଙ୍କା ଫେରସ୍ତ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ବିଜେପି ସରକାରଙ୍କ ନିଷ୍ଠାପର ଉଦ୍ୟମ ପାଇଁ ଚିଟ୍‌ଫଣ୍ଡରେ କ୍ଷତିଗ୍ରସ୍ତ ଯୋଗ୍ୟ ହିତାଧିକାରୀମାନେ ଟଙ୍କା ଫେରିପାଇବେ ବୋଲି ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମନମୋହନ ସାମଲ କହିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ, ବିଜେଡି ସରକାରଙ୍କ ଉପରେ ବିଶ୍ୱାସ ଓ ଭରସା ରଖି ବିଭିନ୍ନ ଚିଟ୍‌ଫଣ୍ଡ ସଂସ୍ଥାରେ ଓଡ଼ିଶାର ଜନସାଧାରଣ ସେମାନଙ୍କ କଷ୍ଟ ଅର୍ଜିତ ଟଙ୍କା ଜମା କରିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ, ଜନସାଧାରଣଙ୍କ ଭରଷା ସହ ଖେଳିଥିଲା ବିଜେଡି ସରକାର । ୧୭୪ଟି ଚିଟଫଣ୍ଡ କମ୍ପାନୀ ଓଡ଼ିଶାର ଜନସାଧାରଣଙ୍କ ଟଙ୍କା ହରିଲୁଟ୍ କରିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ବିଜେଡି ସରକାରର ଅନେକ ମନ୍ତ୍ରୀ, ସାଂସଦ, ବିଧାୟକମାନେ ପ୍ରାୟୋଜିତ ଭାବେ ଚିଟଫଣ୍ଡ ନାଁରେ ଲୋକଙ୍କ ଟଙ୍କା ଆତ୍ମସାତ କରିଥିଲେ । ଏହି ମାମଲାରେ ଅଭିଯୁକ୍ତ ହୋଇ ବିଜେଡିର ବହୁ ନେତା ଓ ମନ୍ତ୍ରୀ ବିଗତ ଦିନରେ ଜେଲ୍ ଯାଇଛନ୍ତି । ଚିଟଫଣ୍ଡ ସଂସ୍ଥାରେ ଟଙ୍କା ଲଗାଇ ଲକ୍ଷଲକ୍ଷ ଯୋଗ୍ୟ ଜମାକାରୀ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଥିଲେ । ଫଳରେ ସାଧାରଣ ଲୋକଙ୍କ ବିଶ୍ୱାସ ସରକାରଙ୍କ ଉପରୁ ଉଠିଯାଇଥିଲା । ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଥିଲା । ଏହାପରେ କର୍ପସ ଫଣ୍ଡ ଓ କମିଶନ ଗଠନ ହୋଇଥିଲା, ମାତ୍ର କ୍ରିୟାନ୍ୱୟନ ହୋଇପାରି ନଥିଲା । ଏପରିକି ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଇ ନଥିଲା । କାରଣ ବିଜେଡି ସରକାରଙ୍କ ଉଦ୍ଦେଶ୍ୟ ଠିକ୍ ନଥିଲା । ସରକାରଙ୍କ ଦାୟିତ୍ୱ ହେଉଛି ଲୋକଙ୍କ ବିଶ୍ୱାସନିୟତା ରକ୍ଷା କରିବା ।
ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପାଇଁ ତୁରନ୍ତ କାର୍ୟ୍ୟ ଆରମ୍ଭ କରି ଦେଇଥିଲେ । ଚିଟ୍‌ଫଣ୍ଡ କ୍ଷତିଗସ୍ତ ସମସ୍ତ ଯୋଗ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ । ଏନେଇ ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ନିଜର ସଂକଳ୍ପପତ୍ରରେ ଘୋଷଣା କରିଥିଲା । ବିଜେପି ସରକାର କ୍ଷତିଗସ୍ତ ଜମାକାରୀଙ୍କ ପ୍ରତି ସମ୍ବେଦନଶୀଳ । ସମସ୍ତ କ୍ଷତିଗସ୍ତ ଯୋଗ୍ୟ ଜମାକାରୀ କିପରି ଟଙ୍କା ପାଇବେ ସେନେଇ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ସାମାନ୍ୟ ପ୍ରମାଣ ଦେଖାଇଲେ ଯେପରି ଜମାକାରୀ ଟଙ୍କା ଫେରସ୍ତ ପାଇପାରିବେ ସେଭଳି ବିଧି ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ଅବସରରେ କଂଟାବାଞ୍ଜୀ ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ, ରାଜ୍ୟ ବିଜେପି ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    କଟକ: ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଓ ତିନି ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶୁକ୍ରବାର ରାଜ୍ୟ କଂଗ୍ରେସ ପକ୍ଷରୁ କଟକ ସ୍ଥିତ ଡିଜି ଅଫିସ ସମ୍ମୁଖରେ ପ୍ରତିବାଦ କରାଯାଇଛି। ରାଜ୍ୟ ସଭାପତି ଭକ୍ତ ଦାସଙ୍କ ନେତୃତ୍ଵରେ ଏହି ପ୍ରତିବାଦ ସଭା କରାଯାଇଛି। ଏଥିରେ…

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ

    ଭୁବନେଶ୍ବର: ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବନି ବୋଲି ପୂର୍ବତନ ସାଂସଦ ମହେଶ ସାହୁ କହିଛନ୍ତି। ସେ କହିଛନ୍ତି, ଦଳ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ କଦାପି ସମର୍ଥନ କରିବ ନାହିଁ। ଏନଡିଏଯାହାଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରିବ,…

    Leave a Reply

    Your email address will not be published. Required fields are marked *

    You Missed

    କେନ୍ଦ୍ର କ୍ୟାବିନେଟ: ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି

    କେନ୍ଦ୍ର କ୍ୟାବିନେଟ: ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି

    ଶନିବାର କୋରାପୁଟ ଯିବେ ମୁଖ୍ୟମନ୍ତ୍ରୀ

    ଶନିବାର କୋରାପୁଟ  ଯିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ଵର ଏମ୍‌ସରେ ସିବିଆଇ ଚଢ଼ାଉ

    ଭୁବନେଶ୍ଵର ଏମ୍‌ସରେ ସିବିଆଇ ଚଢ଼ାଉ

    ଝିଆରୀକୁ ଗର୍ଭବତୀ କଲା ପିଉସା

    ଝିଆରୀକୁ ଗର୍ଭବତୀ କଲା ପିଉସା

    ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ପୀଡ଼ିତାଙ୍କ ଘରେ ଫୋରେନସିକ ଟିମ୍‌ର ତଦନ୍ତ

    ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ପୀଡ଼ିତାଙ୍କ ଘରେ ଫୋରେନସିକ ଟିମ୍‌ର ତଦନ୍ତ

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ