
ଭୁବନେଶ୍ବର: ସୁବର୍ଣ୍ଣରେଖା କି ବୈତରଣୀ ବେସିନରେ ବିପଦ ସଂକେତ ତଳକୁ ଗଲାଣି ପାଣି। ରାଜ୍ୟର ଅନ୍ୟ କୌଣସି ନଦୀରେ ବି ବନ୍ୟା ନାହିଁ। ଏଭଳି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ।
ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ବୈତରଣୀରୁ କାଣୀ ନଈରେ ଘାଇ ଭାଙ୍ଗିବାରୁ ଯାଜପୁରର ଦଶରଥପୁର ପ୍ରଭାବିତ ହୋଇଛି। ପାଣି କମିବା ପରେ ମରାମତି ହେବ ଜ୍ଝ ଜିଲ୍ଲା ପ୍ରଶାସନ ସହ ସମସ୍ତ ଯୋଗାଯୋଗରେ ରହି କାମ ଚାଲିଛିଜ୍ଝ ରାତ୍ରି କାଳୀନ ପେଟ୍ରୋଲିଙ୍ଗ ଚାଲିଛିଜ୍ଝ ତଳିଆ ଅଞ୍ଚଳରେ ପାଣି ପଶିଥିବା ଜାଗାରେ ପାଣି ଛାଡିବା ପାଇଁ ସମୟ ଲାଗିବ ଜ୍ଝ ବୈତରଣୀର ଜଳ ପତନ କମିଛି ଜ୍ଝ ହୀରାକୁଦରେ ୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି ଜ୍ଝ ହୀରାକୁଦରୁ ୯୮ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି ଜ୍ଝ ମୁଣ୍ଡଳିରେ ୩ ଲକ୍ଷ ୩୧ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି ଜ୍ଝ ରେଙ୍ଗାଳିର ଦୁଇଟି ଗେଟ ଦେଇ ବ୍ରାହ୍ମଣୀ ଜଳ ନିଷ୍କାସନ ହେଉଛି।ଗୋଟିଏ ଗେଟ ବନ୍ଦ କରିବାକୁ ଚିନ୍ତା କରାଯାଉଛି। ଆସନ୍ତାକାଲି ବର୍ଷା ଯଦି ହୁଏ, ତାକୁ ଦୃଷ୍ଟିରେ ରଖି ବନ୍ୟା ସ୍ଥିତି ଅନୁଧ୍ୟାନ କରାଯିବ।