ବିମାନ ଦୁର୍ଘଟଣାରୁ ବର୍ତ୍ତିଲେ ଜଣେ ମାତ୍ର ଯାତ୍ରୀ

ଅହମଦାବାଦରେ ଗୁରୁବାର ମଧ୍ୟାହ୍ନରେ ହୋଇଥିବା ଭୟଙ୍କର ଦୁର୍ଘଟଣାରେ ଚତ୍ମକାର ଘଟଣା ଘଟିଛି। ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ କ୍ରାଶ ହେବା ପରେ ନିଆଁ ପିଣ୍ଡୁଳାରେ ପରିଣତ ହୋଇ ଯାଇଥିଲା। ଏଥିରେ ଥିବା ସମସ୍ତ ୨୪୨ ଜଣ ଲୋକ ପ୍ରାଣ ହରାଇଥିବା ଆଶଙ୍କା ପ୍ରକାଶ ପାଇଥିଲା। ଏମାନଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ରହିଥିଲେ। ବିମାନରେ ଥିବା ସମସ୍ତ ଯାତ୍ରୀ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିବା କୁହାଯାଉଥିଲା। ରୂପାନୀ ପ୍ରାଣ ହରାଇଥିବା କେନ୍ଦ୍ରମନ୍ତ୍ରୀ ସିଆର ପାଟିଲ ସ୍ପଷ୍ଟ ମଧ୍ୟ କରିଛନ୍ତି।
ସେ ଦୁର୍ଘଟଣା ଗ୍ରସ୍ତ ଏୟାର ଇଣ୍ଡିଆ ବିମାନ ଏଆଇ ୧୭୧ର ୧୧ଏ ସିଟରେ ବସିଥିଲେ। ଉଡ଼ାଣ ଭରିବାର ୫ ମିନିଟ ମଧ୍ୟରେ ବିମାନଟି ମେଘାନି ନଗରରେ କ୍ରାଶ ହୋଇ ଯାଇଥିଲା। କିନ୍ତୁ ରମେଶ ବେଶ ଚତୁରତାର ସହ ଏଥିରୁ ଡେଇଁ ପଡ଼ିଥିଲେ। ଫଳରେ ସେ ବଞ୍ଚି ଯାଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ରେମଶ ଆହତ ହୋଇଛନ୍ତି। ସେ ଘଟଣା ସ୍ଥଳରୁ ଚାଲି ଚାଲି ଆସୁଥିବାର ଭିଡିଓ ସାମ୍ନାକୁ ଆସିଛି। ସେଠାକୁ ସେ ଆସିବା ପରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ରମେଶ ଜଣେ ବ୍ରିଟିଶ ନାଗରିକ ବୋଲି କୁହାଯାଉଛି। ଏବେ ଅହମଦାବାଦର ଗୋଟିଏ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। କିନ୍ତୁ ଏବେ ଗୋଟିଏ ଚମତ୍କାର ଘଟଣା ଘଟିଛି। ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ମାତ୍ର ଯାତ୍ରୀ। ଏତେ ବଡ଼ ବିମାନ ଦୁର୍ଘଟଣା ହୋଇଥିଲେ ହେଁ ୩୮ ବର୍ଷୀୟ ବିଶ୍ୱାସ କୁମାର ରମେଶ ସମସ୍ତଙ୍କୁ ଚକିତ କରି ଜୀବିତ ରହିଛନ୍ତି। ଦୁର୍ଘଟଣା ସ୍ଥଳରୁ ସେ ଚାଲଚାଲି ଆମ୍ବୁଲାନ୍ସ ଆଡ଼କୁ ଆସୁଥିବାର ଭିଡିଓ ସାମ୍ନାକୁ ଆସିଛି।

  • Garvita Odia

    Related Posts

    ଭୁଶୁଡ଼ିଲା ବ୍ରିଜ; ୨ ମୃତ

    ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ରବିବାର ଦିନ ଇନ୍ଦ୍ରାୟଣୀ ନଦୀ ଉପରେ ନିର୍ମିତ ଏକ ପୋଲ ଭୁଶୁଡ଼ି ପଡ଼ିଛି। ଯାହା ଫଳରେ ୨୫-୩୦ ଜଣ ପର୍ୟ୍ୟଟକ ଭାସି ଯାଇଥିବା ଆଶଙ୍କା କରାଯାଉଛି। ସେମାନଙ୍କ ମଧ୍ୟରେ ଅନେକ ଛୋଟ ପିଲା ଅଛନ୍ତି। ଏନଡିଆରଏଫ…

    ବିମାନ ଦୁର୍ଘଟଣା: ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ

    ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ କରାଯାଇଥିବା ନେଇ ଆଜି ସୂଚନା ଦିଆଯାଇଛି। ଡିଏନ୍‌ଏ ଟେଷ୍ଟ ମାଧ୍ୟମରେ ତାଙ୍କର ମୃତଦେହ ଚିହ୍ନଟ କରାଯାଇଛି। ଆଜି ଦିନ ୧୧ଟା ୧୦…

    Leave a Reply

    Your email address will not be published. Required fields are marked *

    You Missed

    ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ଆହତ

    ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ଆହତ

    ନଦୀରେ ବୁଡି ୨ ମୃତ

    ନଦୀରେ ବୁଡି ୨  ମୃତ

    ଭୁଶୁଡ଼ିଲା ବ୍ରିଜ; ୨ ମୃତ

    ଭୁଶୁଡ଼ିଲା ବ୍ରିଜ; ୨ ମୃତ

    ବିମାନ ଦୁର୍ଘଟଣା: ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ

    ବିମାନ ଦୁର୍ଘଟଣା:  ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ

    ସମ ହସ୍ପିଟାଲରେ ଟ୍ରାନ୍ସରେକ୍ଟାଲ୍ ଟ୍ରାନ୍ସଭଜାଇନାଲ୍ ପେଲ୍‌ଭିକ୍ ଫ୍ଲୋର ପୁନର୍ବାସ ସମ୍ପର୍କିତ କର୍ମଶାଳା

    ସମ ହସ୍ପିଟାଲରେ ଟ୍ରାନ୍ସରେକ୍ଟାଲ୍ ଟ୍ରାନ୍ସଭଜାଇନାଲ୍ ପେଲ୍‌ଭିକ୍ ଫ୍ଲୋର ପୁନର୍ବାସ ସମ୍ପର୍କିତ କର୍ମଶାଳା

    ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

    ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା