ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟଙ୍କ ଆଶ୍ଵସ୍ତି

କଟକ : ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ବେଆଇନ ଅର୍ଥ କାରବାରକୁ ନେଇ ସିବିଆଇ ମାମଲା ରୁଜୁ କରିଥିଲା। ବିଷ୍ଣୁପଦ ସେଠୀଙ୍କ ଘରେ ଚଢାଉ ମଧ୍ୟ ହୋଇଥିଲା। ସିବିଆଇ ପକ୍ଷରୁ ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରିବା ପାଇଁ ସେ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନ ଖାରଜ ହୋଇଯିବା ପରେ ବିଷ୍ଣୁପଦ ସେଠୀ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଆଜି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଭି. ନରସିଂହ ଏହି ମାମଲାର ଶୁଣାଣି କରି ଶ୍ରୀ ସେଠୀଙ୍କୁ ଆସନ୍ତା ୮ ତାରିଖ ପର୍ୟ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ସେପର୍ୟ୍ୟନ୍ତ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ସିବିଆଇ କୌଣସି କଠୋର ପଦକ୍ଷେପ ଗ୍ରହଣ କରିପାରିବ ନାହିଁ ବୋଲି ଅଦାଲତ ଆଦେଶରେ ସ୍ପଷ୍ଟ କରିଛନ୍ତି। ଏଥିସହ ଏହି ମାମଲାରେ ହାଇକୋର୍ଟ ସିବିଆଇକୁ କେସ ଡାୟାରୀ ଦାଖଲ ଲାଗି ନିର୍ଦେଶ ଦେଇଛନ୍ତି।

ସୂଚନା ଥାଉକି, ଏକ ବିଲ୍‌ ପାସ୍‌ ପାଇଁ ୧୦ ଲକ୍ଷ ଲାଞ୍ଚ କାରବାର ଅଭିଯୋଗରେ ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌ କର୍ପୋରେସନ୍‌ ଲିମିଟେଡ୍‌ର ଜେନେରାଲ ମ୍ୟାନେଜର୍‌ ଚଞ୍ଚଳ ମୁଖାର୍ଜୀ, ସନ୍ତୋଷ ମହାରଣା ଏବଂ ଅନ୍ୟମାନଙ୍କ ନାମରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏହି ଲିଙ୍କ୍‌ରେ ବିଷ୍ଣୁପଦ ସେଠୀଙ୍କ ଘରେ ଚଢ଼ାଉ କରାଯିବା ସହ ବିଭିନ୍ନ ରେକର୍ଡ ପତ୍ର ଯାଞ୍ଚ୍‌ କରାଯାଇଥିଲା। ବିଷ୍ଣୁପଦ ସେଠୀ ଏବଂ ତାଙ୍କ ପତ୍ନୀଙ୍କ ନାମରେ ଥିବା ଆକାଉଣ୍ଟକୁ ଅଚଳ କରି ଦିଆଯାଇଥିଲା। ସିବିଆଇ ରେଡ୍‌କୁ ବିରୋଧ କରି ବିଷ୍ଣୁପଦ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ପ୍ରାରମ୍ଭିକ ଶୁଣାଣିରେ ହାଇକୋର୍ଟ କାର୍ୟ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ। ଅନ୍ତରୀଣ ଅଙ୍କୁଶ ହଟାଇ ଦିଆଯାଇଥିବାରୁ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢିଥିଲା। ସେ ଗିରଫ ହେବାର ସମ୍ଭାବନା ରହିଥିଲା। ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଆଜି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଭି. ନରସିଂହ ଏହି ମାମଲାର ଶୁଣାଣି କରି ଶ୍ରୀ ସେଠୀଙ୍କୁ ଆସନ୍ତା ୮ ତାରିଖ ପର୍ୟ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି।

  • Related Posts

    ବୋର୍ଡ ନିଗମ ପଦବୀ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି: ରାଜସ୍ବ ମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନୂଆଦିଲ୍ଲୀ ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଏହି ଅବସରରେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ…

    ସପିଂ ମଲ୍‌ରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ଖୋଲ: ଉପ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର : ସପିଂ ମଲ୍‌ରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ଖୋଲିବାକୁ ବ୍ୟବସାୟୀ ଅନୁଷ୍ଠାନକୁ ଅନୁରୋଧ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଗକୁ ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ, ପରିବା ହାଟ, ବଜାର ଭଳି ସର୍ବସାଧାରଣ ସ୍ଥାନରେ ଖୋଲାଯିବ ଏହି ସେଣ୍ଟର…

    Leave a Reply

    Your email address will not be published. Required fields are marked *

    You Missed

    ଏଣିକି ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ

    ଏଣିକି ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ

    ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି

    ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି

    ବୋର୍ଡ ନିଗମ ପଦବୀ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି: ରାଜସ୍ବ ମନ୍ତ୍ରୀ

    ବୋର୍ଡ ନିଗମ ପଦବୀ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି: ରାଜସ୍ବ ମନ୍ତ୍ରୀ

    ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ରେକର୍ଡ କିପର୍

    ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ରେକର୍ଡ କିପର୍

    ସପିଂ ମଲ୍‌ରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ଖୋଲ: ଉପ ମୁଖ୍ୟମନ୍ତ୍ରୀ

    ସପିଂ ମଲ୍‌ରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ଖୋଲ: ଉପ ମୁଖ୍ୟମନ୍ତ୍ରୀ

    ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡର ସାର୍ଟିଫିକେଟ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

    ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡର ସାର୍ଟିଫିକେଟ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ