ରାଉରକେଲା : ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍ ଘଟଣା । ଜଣେ ଅଭିଯୁକ୍ତକୁ ଗିରଫ କଲା ରାଉରକେଲା ଥାନା ପୋଲିସ । ଗିରଫ ଅଭିଯୁକ୍ତ ବାଙ୍କୋ ଗାଁର ଜର୍ଜ ମୁଣ୍ଡା । ବିସ୍ଫୋରକ ବିଷୟରେ ମାଓବାଦୀଙ୍କୁ ଖବର ଦେଇଥିଲେ ଅଭିଯୁକ୍ତ ।
ଖବର ଅନୁଯାୟୀ, ଗତ ୨୭ ତାରିଖରେ ବାଙ୍କୋ ପଥର ଖଣିରୁ ୨୦୦ ପେଟି ବିସ୍ଫୋରକ ଲୁଟ୍ କରିନେଇଥିଲେ ୪୦ ରୁ ୫୦ ବନ୍ଧୁକଧାରୀ ମାଓବାଦୀ । ଯେଉଁଥିରେ ସାମିଲ ଥିଲେ ୮ରୁ ୧୦ ମହିଳା ବନ୍ଧୁକଧାରୀ ମାଓବାଦୀ । ପୂର୍ବରୁ ଲଗାତର ଭାବରେ ପଥର ଖଣିକୁ ବିରୋଧ ଆସୁଥିଲେ ବାଙ୍କୋ ଗାଁ ଲୋକ । ଏବେ ପୋଲିସ ଘଟଣାର ତଦନ୍ତ କରି ଜଣେ ମାଓ ସମର୍ଥକକୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ଘର ବାଙ୍କୋ ଗାଁରେ ବୋଲି ଜଣାପଡିଛି । ପଥର ଖଣି ସମ୍ମୁଖରେ ଜର୍ଜ ମୁଣ୍ଡାଙ୍କ ଘର । ସେ ବାରମ୍ବାର ମାଓବାଦୀ ସହ ରଖିଥିଲେ ସଂପର୍କ । ଆଉ ବିସ୍ଫୋର ଲୁଟ୍ କରିବା ପାଇଁ ମାଓବାଦୀଙ୍କ ସହାୟତା ନେଇଥିଲେ । ଯାହାପରେ ମାଓବାଦୀମାନେ ବିସ୍ଫୋରକ ଲୁଟ କରିଥିଲେ । ଗିରଫ ଜର୍ଜ ମୁଣ୍ଡାଙ୍କ ବିରୋଦରେ ମାମଲା ରୁଜୁ କରିଛି ପୋଲିସ । ବାକି ଅନ୍ୟପଟେ ଝାଡଖଣ୍ଡ ଓଡିଶା ସୀମାନ୍ତ ସରଣ୍ଡା ଜଙ୍ଗଲରୁ ଲୁଟ୍ ବିସ୍ଫୋରକ ମଧ୍ୟରୁ ୩୮୧୧.୩୦ କିଲୋଗ୍ରାମ ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷାକର୍ମୀ ।
ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
କୋରାପୁଟ : ପଡୁଆ ଥାନା ଅନ୍ତର୍ଗତ ଜଲାପୁଟ ଜଳ ଭଣ୍ଡାରକୁ ଡେଇଁ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା । ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କ ମୃତଦେହ ଜଳଭଣ୍ଡାରରୁ ଉଦ୍ଧାର କରିଛି। ନନ୍ଦପୁର ବ୍ଲକ ର ଅତଣ୍ଡା ଗ୍ରାମ ପଞ୍ଚାୟତର ଯୁକ୍ତ ଦୁଇ…