ବୃଦ୍ଧଙ୍କୁ ହତ୍ୟା କରି ପୋଡିଦେଲେ

ମୋହନା : ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ପୋଡିଦେଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଇହୁରୁ ଗାଁରେ । ମୃତକ ହେଲେ ୬୦ ବର୍ଷ ବୟସ୍କା କାମ୍ବି ମଳିକ । ଗତ ମଙ୍ଗଳବାର ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଡ଼ ପାଉଁଶ ଜବତ କରିଛି । ଘରେ କେହି ନଥିବା ବେଳେ ଗତ ମଙ୍ଗବାର ରାତିରେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା କାମ୍ବିଙ୍କ ପୁଅ ଝିଅ କହିଛନ୍ତି । ସେମାନେ କେହି ଘରେ ନଥିଲେ । ବାପା କାମ୍ବି ଏକା ଘରେ ଥିଲେ । ବୁଧବାର ସକାଳେ ପୁଅ ଝିଅ ଘରକୁ ଆସି ଦେଖିବା ବେଳେ ବାପା ଘରେ ନଥିଲେ । କିନ୍ତୁ ଘର ଆଗରେ ରକ୍ତ ଛିଟା ପଡ଼ିଥିବା ଦେଖି ମନରେ ସନ୍ଦେହ ଉପୁଜିଥିଲା । ଏହା ପରଠାରୁ ବାପାଙ୍କୁ ଖୋଜିଥିଲେ । ତେବେ ବାପାଙ୍କୁ କିଛି ବ୍ୟକ୍ତି ଘର ଆଗରେ ହତ୍ୟାକରି ଗାଁଠାରୁ କିଛି ଦୂରରେ ପୋଡି ଦେଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକ କ୍ଷ ତେବେ ପରିବାର ଲୋକ ଭୟରେ ରହିଥିଲେ । ରବିବାର ମୋହନା ପୋଲିସ ଖବର ପାଇ କୁଇହୁରୁ ଗାଁରେ ପହଞ୍ଚି ତଦନ୍ତ ପରେ ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ କରିଛି । ମୃତ କାମ୍ବି ଗାଁରେ କିଛି ଝାଡଫୁଙ୍କ କରିବା ସହ ଚେର ମୂଳି ଔଷଧ ଦେଉଥିଲେ । ତେଣୁ ତାଙ୍କୁ ଗୁଣି ସନ୍ଦେହରେ କିଛି ବ୍ୟକ୍ତି ମିଶି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ପରେ ଗାଁରେ ପୁରୁଷଶୂନ୍ୟ ଥିବା ଦେଖିବାକୁ ମିଳିଛି ।

  • Garvita Odia

    Related Posts

    ଗ୍ରାମବାସୀଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ

    ମାଲକାନଗିରି: ଛତିଶଗଡ଼ ବିଜାପୁରରେ ପୁଣି ମାଓ ହିଂସା । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୁଣି ଥରେ ମାଓ ହିଂସା ଦେଖିବାକୁ ମିଳିଛି । ଯେଉଁଥିରେ ଜଣେ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲ୍‌ ବାହିନୀ ।…

    ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

    ରାୟଗଡ଼ା: ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ କାଣିଯୋଡ଼ି ଆମ୍ବତୋଟା ନିକଟରେ ଏକ ଆମ୍ବଗଛରେ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ ହୋଇଛି। ମୃତ ଯୁବକ ଜଣକ ଥେରୁବାଲିର ସଞ୍ଜୟ କୁମାର ଦେ। ଗଛ ତଳେ ନିଜର ବାଇକ୍‌ ରଖି…

    Leave a Reply

    Your email address will not be published. Required fields are marked *

    You Missed

    ଗ୍ରାମବାସୀଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ

    ଗ୍ରାମବାସୀଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ

    ମୁଖ୍ୟମନ୍ତ୍ରୀଙ୍କଘୋଷଣା: ସୁବର୍ଣ୍ଣପୁରରେ ହେବ ୪ ନଦୀଗର୍ଭ ଜଳାଶୟ

    ମୁଖ୍ୟମନ୍ତ୍ରୀଙ୍କଘୋଷଣା: ସୁବର୍ଣ୍ଣପୁରରେ ହେବ ୪ ନଦୀଗର୍ଭ ଜଳାଶୟ

    ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ,ମୋଟ ୪୫

    ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ,ମୋଟ ୪୫

    ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

    ଯୁବକଙ୍କ ଝୁଲନ୍ତା  ମୃତଦେହ ଠାବ

    ୭୬ ସହରାଞ୍ଚଳ ଗରିବଙ୍କୁ ମିଳିବ ୫୩୨୮ ଘର

    ୭୬ ସହରାଞ୍ଚଳ ଗରିବଙ୍କୁ ମିଳିବ ୫୩୨୮ ଘର

    ୬ ମହଲା କୋଠାରୁ ପଡ଼ି ଶ୍ରମିକ ମୃତ

    ୬ ମହଲା କୋଠାରୁ ପଡ଼ି ଶ୍ରମିକ ମୃତ