ବେଳାଭୂମି ଗଣଦୁଷ୍କର୍ମ ମାମଲା: ଦୁଇଦିନ ଟିଆଇ ପରେଡ୍‌ କରିବ କ୍ରାଇମ୍‌ବ୍ରାଞ୍ଚ୍‌

ଗୋପାଳପୁର: ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ମାମଲାରେ ୬ ଜଣ ଅଭିଯୁକ୍ତ ବ୍ରହ୍ମପୁର ଜେଲ୍‌ରେ । ଅନ୍ୟ ୪ ଜଣ ନାବାଳକ ବାଳ ସୁଧାର ଗୃହରେ ଅଛନ୍ତି । ଏହି ମାମଲାର ତନାଘନା ଚଳାଇଛି କ୍ରାଇମ୍‌ବ୍ରାଞ୍ଚ୍‌ । କ୍ରାଇମ୍‌ବ୍ରାଞ୍ଚ୍‌ ଅଭିଯୁକ୍ତଙ୍କ ଟିଆଇ ପରେଡ୍‌ କରିବାକୁ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍‌ କୋର୍ଟ ପରିସରରେ ଥିବା ଜେଏମ୍‌ଏଫ୍‌ସି (ଏଲ୍‌ଆର୍‌ ଆଣ୍ଡ୍‌ ଏଲ୍‌ଟିଭି) ଅନ୍ୱେଷା ଦାଶଙ୍କ କୋର୍ଟରେ ଆବେଦନ କରିଥିଲେ । ଏନେଇ କୋର୍ଟ ଅନୁମତି ଦେଇଛନ୍ତି ।

ତଦନ୍ତ ଅଧିକାରୀ ଶୁକ୍ରବାର ଓ ଶନିବାର ଦୁଇଦିନରେ ଟିଆଇ ପରେଡ୍‌ କରିବେ ବୋଲି ସୂଚନା ମିଳିଛି । ଜେଲ୍‌ରେ ଜଣେ ବିଚାରପତିଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବେ ପୀଡ଼ିତା । ତାଙ୍କ ପୁରୁଷ ବନ୍ଧୁ ମଧ୍ୟ ଟିଆଇ ପରେଡ୍‌ରେ ରହିବେ ବୋଲି ଜଣାପଡ଼ିଛି । ବିଏନ୍‌ଏସ୍‌ଏସ୍‌ ଧାରା ୧୮୩ ଅନୁସାରେ ଉପରୋକ୍ତ କୋର୍ଟରେ ଗୁରୁବାର ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବୟାନ ରେକର୍ଡ ହୋଇସାରିଛି । ଘଟଣା ସମ୍ପର୍କରେ କୋର୍ଟରେ ଉଭୟେ ବୟାନ ଦେଇଛନ୍ତି । ଏହାସହ ଗୋପାଳପୁରର ଜଣେ ରେଷ୍ଟୁରାଣ୍ଟ୍‌ ମାଲିକଙ୍କ ବୟାନ ମଧ୍ୟ ରେକର୍ଡ ହୋଇଛି । ଅଭିଯୁକ୍ତମାନେ ବ୍ୟବହାର କରିଥିବା କଣ୍ଡୋମ୍‌ ଜବତ ହୋଇଛି । ତାହାକୁ ପରୀକ୍ଷା ପାଇଁ ଡାକ୍ତରଖାନା ପଠାଯାଇଛି । ତଦନ୍ତ ଚାଲିଥିବାରୁ ଅଧିକାରୀମାନେ କିଛି କହିନାହାନ୍ତି । ତେବେ ଦୁଷ୍କର୍ମ ସମୟରେ ଅଭିଯୁକ୍ତମାନେ ଦୁଷ୍କର୍ମ ପୂର୍ବରୁ ପ୍ରିକସନ ନେଇଥିବା ଏଫ୍‌ଏମ୍‌ଟି ବିଭାଗ ମୁଖ୍ୟ ପ୍ରଫେସର ଡା. ସୁଦୀପା ଦାଶ କହିଛନ୍ତି ।

  • Related Posts

    ଭିଜିଲାନ୍ସ ଜାଲରେ ସ୍ୱାସ୍ଥ୍ୟକର୍ମୀ

    ରାୟଗଡ଼ା: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୁରୁଷ ସ୍ୱାସ୍ଥ୍ୟ କର୍ମୀ (ଏମ୍‌ଏଚ୍‌ଡବ୍ଲ୍ୟୁ) ତଥା କିରାଣି କୁଞ୍ଜବିହାରୀ ରାଉତ।ଜଣେ ଗରିବ ଚାଷୀଙ୍କ ପୁଅର ଜନ୍ମ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଶ୍ରୀ ରାଉତ…

    Continue reading
    ଗୁଳିବିନିମୟ: ଜଣେ ନକ୍ସଲ ନିହତ

    ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ଅଧୀନସ୍ଥ ଜରାଇକେଲା ସୀମାନ୍ତରେ ଥିବା ଯିବା ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ଗୋଇଲକେରା ପୁଲିସ ଷ୍ଟେସନ ଅଞ୍ଚଳରେ ଆଜି ସକାଳେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ଜଣେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    Union Minister of Steel and Heavy Industries Launches Logo, brochure and website of ‘Bharat Steel’.

    MY Bharat signs MoU with School of Ultimate Leadership Foundation (SOUL) for Youth Leadership Development

    First Meeting of Consultative Committee for Ministry of Ayush to be held on 19 August 2025

    ୧୦୦ ବର୍ଷ ହେଲାଣି ଶ୍ରୀ ସଚ୍ଚିଦାନନ୍ଦ ମଠ ଜ୍ଞାନର ଦୀପ୍ତି ବାଣ୍ଟିବା ସହ କର୍ତ୍ତବ୍ୟବୋଧ ଓ ଆତ୍ମଚିନ୍ତନର ମାର୍ଗ ଦର୍ଶନ କରିଆସୁଛି – ମୁଖ୍ୟମନ୍ତ୍ରୀ

    ରାଜ୍ୟସ୍ତରୀୟ ଉର୍ଦ୍ଦୁ କବି ସମ୍ମିଳନୀ ଅନୁଷ୍ଠିତ

    ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଖରିଫ ଋତୁ ଧାନ ସଂଗ୍ରହ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଅବଧି ବୃଦ୍ଧି