
ନୂଆଦିଲ୍ଲୀ: ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବା ପରେ ଜର୍ମାନୀରୁ ହାଇଦ୍ରାବାଦ ଅଭିମୁଖେ ଆସୁଥିବା ବିମାନ ଅବତରଣ କରିବା ବଦଳରେ ଫେରିଯାଇଛି । ବିମାନକୁ ବୋମା ଧମକ ମିଳିବା ପରେ ଭାରତୀୟ ବାୟୁସେନାରେ ପ୍ରବେଶ କରିନଥିଲା । ମଝି ଆକାଶରୁ ଫେରିଯାଇଛି ବିମାନ ଲୁଫଥାନସା ଫ୍ଲାଇଟ୍ । ବିମାନ LH752 ଫ୍ରାଙ୍କଫର୍ଟରୁ ଉଡାଣ ଭରିଥିବା ବେଳେ ଏହା ସୋମବାର ଦିନ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥାନ୍ତା । ହେଲେ ଏଠାରେ ପ୍ରବେଶ କରିବା ପୂର୍ବରୁ ବୋମା ଧମକ ମିଳିବାରୁ ଜର୍ମାନୀକୁ ଫେରିଯାଇଥିବା ହାଇଦ୍ରାବାଦ ବିମାନବନ୍ଦରର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।