ଭଦ୍ରକ ଓ ଯାଜପୁରରେ ଆଉ ବନ୍ୟା ସ୍ଥିତି ନାହିଁ :ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର : ସୁବର୍ଣ୍ଣରେଖାରେ ଜଳ ସ୍ତର ହ୍ରାସ ପାଉଛି । ଏବେ ହ୍ରାସ ପାଇ ୯.୮୦ ମିଟର ଅଛି । ଯାହା ବିପଦ ସଂକେତ ତଳେ ରହିଛି । ଅପରାହ୍ନରେ ସତର୍କ ସଂକେତ ତଳକୁ ବି ପଳେଇବ। ପାଣି ନିଷ୍କାସନ ହେବାକୁ ସମୟ ଲାଗିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଳକା ସତର୍କ ସଂକେତ ପାଖାପାଖି ଅଛି । ବୈତରଣୀ ଆଖୁଆପଦା ଠାରେ ବିପଦ ସଂକେତ ତଳେ ଅଛି । ଭଦ୍ରକ ଓ ଯାଜପୁରରେ ଆଉ ବନ୍ୟା ସ୍ଥିତି ନାହିଁ । ତଳିଆ ଅଞ୍ଚଳରୁ ପାଣି ଧୀରେ ଧୀରେ ବାହାରିବ । ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରେ ଘାଇ ହୋଇନାହିଁ । କେବଳ ମୟୁରଭଞ୍ଜ ରାସଗୋବିନ୍ଦପୁର ବ୍ଲକର ଲେଦାର ଜମ୍ଭିରା ଠାରେ ଏକ ଘାଇ ହୋଇଥିଲା । ହୀରାକୁଦରେ ୨୦ ଗେଟ ଦେଇ ଜଳ ନିଷ୍କାସନ ହେଉଛି । ୩.୧୭ ଲକ୍ଷ ସେନସସ୍ ପ୍ରବେଶ କରି ୩.୪୫ ଲକ୍ଷ ସେନସସ୍ ନିଷ୍କାସନ ହେଉଛି । ଏହା ମୁଣ୍ଡଳୀରେ ୫.୧୮ ଲକ୍ଷ ସେନସସ୍ ପ୍ରଭାବିତ ହେଉଛି । ଯାହା ବନ୍ୟା ନୁହେଁ. ବ୍ରାହ୍ମଣୀ ରେଙ୍ଗାଳିର ତିନୋଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଯାହା ହ୍ରାସ ପାଉଛି, ତାହା ବ୍ରାହ୍ମଣୀ ଜେନାପୁରରେ ବି ବିପଦ ସଂକେତ ତଳେ ଅଛି । ବୁଢ଼ାବଳଙ୍ଗକୁ ବି ବିପଦ ନାହିଁ. ସୁବର୍ଣ୍ଣରେଖା ବନ୍ୟା ଯୋଗୁଁ ଚାରୋଟି ବ୍ଲକ ଯେପରି ଜଳେଶ୍ୱର, ଭୋଗରାଇ, ବସ୍ତା ବାଲିଆପାଳ ପ୍ରଭାବିତ ହୋଇଛି । ଜଣେ ସର୍ବୋଚ୍ଚ ଯନ୍ତ୍ରୀ ବାଲେଶ୍ୱରରେ ରହି ବନ୍ୟା ସ୍ଥିତି ନିରୀକ୍ଷଣ କରୁଛନ୍ତି । ଭଦ୍ରକର ଧାମନଗର, ତିହିଡି ଓ ଯାଜପୁରର ଦଶରଥପୁରରେ ପାଣି ପଶିଥିଲା ।ଆଖୁଆପଦା ଠାରେ ବିପଦ ସଂକେତ ତଳକୁ ଆସିବା ପରେ, ଧୀରେ ଧୀରେ ସ୍ଥିତି ସାମାନ୍ୟ ହେଉଛି ।

  • Garvita Odia

    Related Posts

    ସଂସଦ ଭବନ ପରିସରରେ ବିଜେଡି ସାଂସଦଙ୍କ ପ୍ରତିବାଦ,କାହିଁକି ଜାଣନ୍ତୁ

    ଭୁବନେଶ୍ବର: ରାଜ୍ୟରେ ବଢି ଚାଲିଛି ନାରୀ ନିର୍ୟାତନା । ନାରୀ ଓ ଶିଶୁଙ୍କ ସୁରକ୍ଷା ପାଇଁ ସଂସଦ ଭବନ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ ବିଜେଡି ସାଂସଦମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି। ରାଜ୍ୟରେ ବଢି ଚାଲିଥିବା ନାରୀ ନିର୍ୟାତନା ଏବଂ…

    ତୃତୀୟ ପର୍ୟ୍ୟାୟ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ

    ଜୟପୁର: ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତରେ ଆସିବେ । ଜୟପୁରରୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିବେ । କୋଟିଆ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବେ । ଉପମୁଖ୍ୟମନ୍ତ୍ରୀ…

    Leave a Reply

    Your email address will not be published. Required fields are marked *

    You Missed

    ସଂସଦ ଭବନ ପରିସରରେ ବିଜେଡି ସାଂସଦଙ୍କ ପ୍ରତିବାଦ,କାହିଁକି ଜାଣନ୍ତୁ

    ସଂସଦ ଭବନ ପରିସରରେ ବିଜେଡି ସାଂସଦଙ୍କ ପ୍ରତିବାଦ,କାହିଁକି ଜାଣନ୍ତୁ

    ବିମାନ ଚଳାଚଳ ନେଇ ରାଜ୍ୟସଭାରେ ଏହି ଦାବି କଲେ ମାନସ ମଙ୍ଗରାଜ

    ବିମାନ ଚଳାଚଳ ନେଇ ରାଜ୍ୟସଭାରେ ଏହି ଦାବି କଲେ  ମାନସ ମଙ୍ଗରାଜ

    ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ

    ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ

    ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା

    ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା

    ତୃତୀୟ ପର୍ୟ୍ୟାୟ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ

    ତୃତୀୟ ପର୍ୟ୍ୟାୟ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ

    ସୁବର୍ଣ୍ଣରେଖା, ବୈତରଣୀ, ଜଳକାର ଜଳସ୍ତର କମିଛି

    ସୁବର୍ଣ୍ଣରେଖା, ବୈତରଣୀ, ଜଳକାର ଜଳସ୍ତର କମିଛି