ନୂଆଦିଲ୍ଲୀ: ଭାରତରେ ଅନ୍ଲାଇନ୍ରେ ପାକିସ୍ତାନୀ ପତାକା ବିକ୍ରି ମନା । କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ `X’ ପୋଷ୍ଟ ସେୟାର କରିଛନ୍ତି । ଆମାଜନ୍ ଇଣ୍ଡିଆ, ଫ୍ଲିପ୍କାର୍ଟ, ୟୁବାଏ ଇଣ୍ଡିଆ, Etsyକୁ CCPAର ନୋଟିସ୍ । ପାକିସ୍ତାନୀ ପତାକା ଏବଂ ଏହା ସହ ଜଡ଼ିତ ସାମଗ୍ରୀ ବିକ୍ରି କରିପାରିବେନି । ଇ-କମର୍ସ ପ୍ଲାଟ୍ଫର୍ମରୁ ଏହି ସବୁ ଜିନିଷ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୋସିଆଲ ମିଡିଆ ସାଇଟ୍ X ରେ ଜାରି କରି ଏକ ବିବୃତ୍ତିରେ, କେନ୍ଦ୍ରମନ୍ତ୍ରୀ ଏହି ତାଲିକାକୁ ଅସମ୍ବେଦନଶୀଳ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ଏପରି ବିଷୟବସ୍ତୁକୁ ବରଦାସ୍ତ କରାଯିବ ନାହିଁ। ପ୍ଲାଟଫର୍ମଗୁଡ଼ିକୁ ଏପରି ସମସ୍ତ ଉତ୍ପାଦକୁ ତୁରନ୍ତ ହଟାଇବା ଏବଂ ଭାରତୀୟ ଆଇନର କଡ଼ା ପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କୁ ଏକ ଚିଠି ଲେଖିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ପାକିସ୍ତାନୀ ପ୍ରତୀକ ଥିବା ସାମଗ୍ରୀର ଅନଲାଇନ୍ ବିକ୍ରୟ ଉପରେ ତୁରନ୍ତ ନିଷେଧ କରିବାକୁ ଅନୁରୋଧ କରାଯାଇଛି। ମଙ୍ଗଳବାର ପଠାଯାଇଥିବା ଏହି ଚିଠିଟି ଅପରେସନ ସିନ୍ଦୂରକୁ ନେଇ ଜାତୀୟ ସୁରକ୍ଷା ଚିନ୍ତା ବୃଦ୍ଧି ପାଉଥିବା ଦୃଷ୍ଟିରୁ ପଠାଯାଇଥିଲା।
କେଦାରନାଥରେ ହେଲି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ
କେଦାରନାଥ: ଉତ୍ତରାଖଣ୍ଡ କେଦାରନାଥ ଧାମରେ ଶନିବାର ଏମର୍ଜେନ୍ସୀ ଲ୍ୟାଣ୍ଡିଂ କାଳରେ ହେଲିକପ୍ଟର ଆମ୍ବୁଲାନ୍ସ ଦୁର୍ଘଟଣାର ଶିକାର ହୋଇଛି। ତେବେ ପାଇଲଟଙ୍କ ବୁଦ୍ଧିମତା ଯୋଗୁ ଏଥିରେ ଥିବା ଦୁଇଜଣ ଡାକ୍ତର ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ହେଲି ଆମ୍ବୁଲାନ୍ସ ଅବତରଣ କାଳରେ ଏଥିରେ ବୈଷୟିକ…