ଭାରତ ଉପରେ ଆମେରିକାର ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି

ୱାସିଂଟନ: ରୁଷ୍ ସହ ତେଲ କାରବାର କରୁଥିବାରୁ ଭାରତ ଉପରେ ଖପ୍ପା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ପୂର୍ବରୁ ଲଗାଇଥିବା ୨୫ ପ୍ରତିଶତ ସହ ଅତିରିକ୍ତ ୨୫ ପ୍ରତିଶତ ମିଶିବା ପରେ ଭାରତ ଉପରେ ଆମେରିକାର ମୋଟ୍‌ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ସେ ସ୍ବାକ୍ଷର କରିଥିବା ଏକ ଏକ୍‌ଜିକ୍ୟୁଟିଭ୍ ଅର୍ଡରରୁ ଜଣାପଡ଼ିଛି ଯେ ଭାରତ ପଠାଉଥିବା ଜିନିଷ ଉପରେ ଆମେରିକା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବ। ଏହି ଆଦେଶ ଜାରି ହେବାର ୨୧ ଦିନ ଭିତରେ ଲାଗୁ ହେବ। ତେବେ ଭାରତରୁ ଜାହାଜରେ ପଠାଇ ଦିଆଯାଇଥିବା ଏବଂ ଆମେରିକା ଆନୁଷ୍ଠାନିକ ଭାବେ ଚଳିତ ବର୍ଷ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ କିଣୁଥିବା ଜିନିଷ ଉପରେ ଏହି ଶୁଳ୍କ ଲାଗିବ ନାହିଁ। ଟ୍ରମ୍ପ ଏହା ମଧ୍ୟ ଜଣାଇଛନ୍ତି ଯେ ଯଦି ଭାରତ ପାଲଟା ପଦକ୍ଷେପ ନେବାକୁ ପ୍ରୟାସ କରିବ ତେବେ ଶୁଳ୍କ ଆହୁରି ବଢ଼ିବ। ଆମେରିକା ଅତିରିକ୍ତ ଶୁଳ୍କ ଲଗାଇବା ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ତାହାକୁ ଦୁର୍ଭାଗ୍ୟଜନକ କୁହାଯାଇଛି। ମନ୍ତ୍ରଣାଳୟ କହିଛି ଯେ ରୁଷ୍‌ରୁ ତେଲ କିଣୁଥିବାରୁ କିଛି ଦିନ ହେଲାଣି ଭାରତକୁ ଆମେରିକା ଟାର୍ଗେଟ୍‌ କରୁଛି। ବଜାର ସ୍ଥିତି ଓ ଭାରତର ୧୪୦ କୋଟି ଜନତାଙ୍କ ଶକ୍ତି ସୁରକ୍ଷା ନିଶ୍ଚିତ କରିବା ଲାଗି ଆମେ ତେଲ ମଗାଉଥିବା ନେଇ ଆମ ଅଭିମୁଖ୍ୟକୁ ସ୍ପଷ୍ଟ କରିସାରିଛୁ। ନିଜ ସ୍ବାର୍ଥ ରକ୍ଷା ଲାଗି ଅନ୍ୟ ଦେଶଗୁଡ଼ିକ ପଦକ୍ଷେପ ନେଉଥିବା ବେଳେ ଭାରତ ଉପରେ ଆମେରିକା ଅତିରିକ୍ତ ଶୁଳ୍କ ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମେରିକାର ଏହି ପଦକ୍ଷେପ ଅଯୌକ୍ତିକ ଓ ଅନୁଚିତ ବୋଲି ଭାରତ କହିବା ସହ ଜାତୀୟ ସ୍ବାର୍ଥ ରକ୍ଷା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜଣାଇଛି। ରୁଷ୍ ସହ ତେଲ କାରବାର କରୁଥିବାରୁ ଭାରତ ଉପରେ ଖପ୍ପା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ପୂର୍ବରୁ ଲଗାଇଥିବା ୨୫ ପ୍ରତିଶତ ସହ ଅତିରିକ୍ତ ୨୫ ପ୍ରତିଶତ ମିଶିବା ପରେ ଭାରତ ଉପରେ ଆମେରିକାର ମୋଟ୍‌ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି।

  • Related Posts

    ବଡ ଝଟକା: ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ; ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି। ଜଷ୍ଟିସ୍ ବର୍ମାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ନଗଦ ଟଙ୍କା ଜବତ ଘଟଣାରେ ଜଷ୍ଟିସ୍ ବର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଘଟଣାର ତଦନ୍ତ ପ୍ରକ୍ରିୟା ବନ୍ଦ କରିବା…

    ଜାରି ହେଲା ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ବିଜ୍ଞପ୍ତି

    ନୂଆଦିଲ୍ଲୀ: ଜାରି ହେଲା ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ବିଜ୍ଞପ୍ତି । ଆସନ୍ତା ସେପ୍ଟେମ୍ବର 9 ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି(ଗୁରୁବାର)ଠାରୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା । ନାମାଙ୍କନ…

    Leave a Reply

    Your email address will not be published. Required fields are marked *

    You Missed

    ବର୍ଷା: ୨୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

    ବର୍ଷା: ୨୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

    ବଡ ଝଟକା: ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

    ବଡ ଝଟକା: ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

    ପୁଣି ଜଣେ ଯୁବତୀଙ୍କ ମୃତଦେହ ଠାବ

    ପୁଣି ଜଣେ ଯୁବତୀଙ୍କ ମୃତଦେହ ଠାବ

    ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା: ୩ ଅଭିଯୁକ୍ତ କାବୁ

    ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା: ୩ ଅଭିଯୁକ୍ତ କାବୁ

    ଫକୀରମୋହନ ଛାତ୍ରୀ ଆତ୍ମାହୁତି ଘଟଣା : ତଦନ୍ତରୁ ହଟିଲେ ଏସ୍‌. ସାଇନି

    ଫକୀରମୋହନ ଛାତ୍ରୀ ଆତ୍ମାହୁତି ଘଟଣା : ତଦନ୍ତରୁ ହଟିଲେ ଏସ୍‌. ସାଇନି

    ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡ଼ି ଘଟଣା: କଟକରେ ହେବ ଶବ ବ୍ୟବଚ୍ଛେଦ

    ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡ଼ି ଘଟଣା: କଟକରେ ହେବ ଶବ ବ୍ୟବଚ୍ଛେଦ