ଭାରତ ଉପରେ ଲାଗୁ ହେବାକୁ ଥିବା ଟାରିଫ ଅଗଷ୍ଟ ୭ ତାରିଖରୁ ଲାଗୁ ହେବ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଟାରିଫକୁ ୭ ଦିନ ପର୍ୟ୍ୟନ୍ତ ମହଲତ ଦେଇଛନ୍ତି । ଆଜି ଠାରୁ ଲାଗୁ ହେବାକୁ ଥିବା ଟାରିଫ ଅଗଷ୍ଟ ୭ ତାରିଖରୁ ଲାଗୁ ହେବ । ଏହି କ୍ରମରେ ଟ୍ରମ୍ପ ୯୨ ଟି ଦେଶ ଉପରେ ଟାରିଫ୍ ଲଗାଇବା ନେଇ ଲିଷ୍ଟ ଜାରି କରିଛନ୍ତି । ଏଥିରେ ଭାରତ ଉପରେ ୨୫ ପ୍ରତିଶତ ଓ ପାକିସ୍ତାନ ଉପରେ ୧୯ ପ୍ରତିଶତ ଟାରିଫ୍ ଘୋଷଣା କରିଛନ୍ତି । ହେଲେ କାନାଡା ଉପରେ ସର୍ବାଧିକ ୩୫ ପ୍ରତିଶତ ଟାରିଫ୍ ଲଗାଇଛନ୍ତି ଟ୍ରମ୍ପ । ଦକ୍ଷିଣ ଏସିଆ ଦେଶ ମଧ୍ୟରେ ସବୁଠାରୁ କମ୍ ଟାରିଫ୍ ପାକିସ୍ତାନ ଉପରେ ଲାଗିଛି । ଏହି କ୍ରମରେ ସବୁଠାରୁ ଅଧିକ ଟାରିଫ୍ ସିରିୟା ଉପରେ ୪୧ ପ୍ରତିଶତ ଲାଗିଛି । ଏବେ ଆମେରିକାର କଷ୍ଟମ ସିଷ୍ଟମ ପ୍ରତି ଦେଶ ଉପରେ ଭିନ୍ନ ଭିନ୍ନ ଟ୍ରାକିଙ୍ଗ କରିବ । ଏପର୍ୟ୍ୟନ୍ତ ଅନେକ ଦେଶକୁ ଗୋଟିଏ ଗ୍ରୁପରେ ରଖି ଆମେରିକା ସମାନ ଟାରିଫ୍ ଲଗାଉଥିଲା । ଏବେ ପ୍ରତିଦେଶ ପାଇଁ ଭିନ୍ନ ଭିନ୍ନ ଟାରିଫ୍ ରେଟ୍ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେପଟେ ଚୀନ ସିଧାସଳଖ ଆମେରିକାକୁ ସାମଗ୍ରୀ ରପ୍ତାନୀ ନକରି ଅନ୍ୟ ଦେଶମାନଙ୍କ ସହାୟତାରେ ଆମେରିକାକୁ ସାମଗ୍ରୀ ରପ୍ତାନୀ କରୁଛି । ଆମେରିକା କହିଛି କି, ଚୀନ ଉପରେ ସିଧାସଳଖ କୌଣସି ଟାରିଫ୍ ଲଗାଯାଇନାହିଁ । ହେଲେ ଅନ୍ୟ ଦେଶ ସହାୟତାରେ ଆମେରିକାକୁ ଆସୁଥିବା ସାମଗ୍ରୀ ମଧ୍ୟରେ ଯଦି ଚୀନ ସାମଗ୍ରୀ ଚିହ୍ନଟ ହୁଏ ତେବେ ତା ଉପରେ ଅଧିକ ଟାରିଫ୍ ଲାଗିବ । ଏହାସହ ଯଦି କୌଣସି ରପ୍ତାନୀକାରୀ କମ୍ପାନୀ ଭୁଲ ଦେଶର ନାମ କହି ଆମେରିକାକୁ ସାମଗ୍ରୀ ରପ୍ତାନୀ କରେ ତେବେ ତା’ର ସିପ୍ମେଣ୍ଟକୁ ସିଜ୍ କରାଯିବ ।

ସୂଚନା ଥାଉକି, ଟାରିଫ୍ ଏବେ ଲାଗିନାହିଁ । ଏହା ପୂର୍ବରୁ ମଧ୍ୟରେ ଏପ୍ରିଲ ୨ ତାରିଖରୁ ଟ୍ରମ୍ପ୍ ଅନେକ ଦେଶ ଉପରେ ଟାରିଫ୍ ଲଗାଇସାରିଛନ୍ତି ।

  • Garvita Odia

    Related Posts

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଘୋଷଣା ହୋଇଛି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ବଲିଉଡ କିଙ୍ଗ ଶାହରୁଖ ଖାନ ଓ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘ଯବାନ’ ପାଇଁ ଶାହରୁଖ ଓ ୧୨th ଫେଲ ପାଇଁ ବିକ୍ରାନ୍ତଙ୍କୁ ଏହି…

    ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍‌ରେ ହ୍ରାସ

    ନୂଆଦିଲ୍ଲୀ : ପ୍ରତ୍ୟେକ ମାସ ଭଳି ଅଗଷ୍ଟ ମାସ ପହିଲାରେ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ୧ ଅଗଷ୍ଟରୁ ଏଲପିଜି ସିଲିଣ୍ଡରର ଦାମ୍‌ କମିବା ସହ ୟୁପିଆଇ ସମ୍ବନ୍ଧିତ ନିୟମରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି । ଏହାସହ ୧୫…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲେ ବିଜୟ ପଟ୍ଟନାୟକ

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ  ଦାବି କଲେ ବିଜୟ ପଟ୍ଟନାୟକ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ