ଭାରତ ରୁଷ ସହ କ’ଣ କରିବ ମୁଁ ଆଦୌ ଖାତିର୍‌ କରେ ନାହିଁ:ଟ୍ରମ୍ପ

ନୂଆଦିଲ୍ଲୀ : ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବା ଓ ରୁଷ ସହ ବ୍ୟବସାୟ କରିବା ଉପରେ ଅତିରିକ୍ତ ଜୋରିମାନା ଲଗାଇବାର ଘୋଷଣା କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟରେ କରିଛନ୍ତି । ଏହି ପୋଷ୍ଟରେ ଟ୍ରମ୍ପ ଭାରତ-ରୁଷ ଉପରେ ଟାର୍ଗେଟ୍‌ କରିଥିବା ଦେଖାଯାଇଛି । ସେ ପୁଣି ଥରେ ଭାରତକୁ ଦୁନିଆରେ ସବୁଠାରୁ ଅଧିକ ଶୁଳ୍କ ଲଗାଉଥିବା ଦେଶ ମଧ୍ୟରୁ ଗୋଟିଏ ବୋଲି କହିଛନ୍ତି । ଏହାସହ ରୁଷ ସହ ବ୍ୟବସାୟ ଡେଡ୍‌ କହିବା ସହ ଲେଖିଛନ୍ତି, ଏହି ୨ ଦେଶର ଅର୍ଥବ୍ୟବସ୍ଥା ମୃତ ଓ ଏକାଠି ହୋଇ ଏହାକୁ ଆହୁରି ନିମ୍ନଗାମୀ କରିପାରେ । ଟ୍ରମ୍ପ କହିଛନ୍ତି ଯେ, ଭାରତ ରୁଷ ସହ କ’ଣ କରିବ ସେ ଆଦୌ ଖାତିର୍‌ କରନ୍ତି ନାହିଁ ।
ଟ୍ରମ୍ପ ଏହି ପୋଷ୍ଟ ୱାଶିଂଟନ୍‌ ଦ୍ୱାରା ୧ ଅଗଷ୍ଟରୁ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବାର ଘୋଷଣା କରିବାର କିଛି ଘଣ୍ଟା ପରେ କରିଛନ୍ତି । କ୍ରେମଲିନ୍‌କୁ ଟାର୍ଗେଟ କରି କହିଛନ୍ତି ଯେ, ଆମେରିକା ଓ ରୁଷ ପ୍ରାୟ କୌଣସି ବ୍ୟବସାୟ ଏକାଠି କରନ୍ତି ନାହିଁ,ଏହା ଏଭଳି ହିଁ ରହିବ । ସେ ନିଜ ପୋଷ୍ଟରେ ଏହା ମଧ୍ୟ ଲେଖିଛନ୍ତି, ସେ ଆଦୌ ଖାତିର କରନ୍ତି ନାହିଁ କି ଭାରତ ରୁଷ ସହ କ’ଣ କରିବ । ମାତ୍ର ଏହି ୨ ଦେଶ ଏକାଠି ହୋଇ ନିଜର ମୃତ ଅର୍ଥବ୍ୟବସ୍ଥାକୁ ଆହୁରି ନିମ୍ନଗାମୀ କରି ପାରନ୍ତି ।

ଭାରତ-ରୁଷର ବନ୍ଧୁତାକୁ ନେଇ ଟ୍ରମ୍ପଙ୍କ ଏଭଳି ପୋଷ୍ଟ ପ୍ରଥମ, ନୂଆ ନୁହେଁ । ମାତ୍ର ନିକଟରେ ହୋଇଥିବା ଏହି ପୋଷ୍ଟ ରୁଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦବେଦେବଙ୍କ ଟିପ୍ପଣୀର ପ୍ରତ୍ୟେକ୍ଷ ଜବାବ ବୋଲି ଜଣାପଡିଛି । ଯେ କି ଚେତାବନୀ ଦେଇଥିଲେ ଯେ, ଟ୍ରମ୍ପ ରୁଷ ସହ ଅଲ୍ଟିମେଟମ ଗେମ୍‌ ଖେଳୁଛି । ଏହାପରେ ଏବେ ଟ୍ରମ୍ପ ଏଭଳି ପୋଷ୍ଟ କରି କହିଛନ୍ତି, ରୁଷର ଅସଫଳ ପୂର୍ବତନ ରାଷ୍ଟ୍ରପତି ଚିନ୍ତା କରୁଛନ୍ତି, ସେ ଏବେ ମଧ୍ୟ ରାଷ୍ଟ୍ରପତି ଅଛନ୍ତି, ସେ ନିଜ ଶବ୍ଦ ଉପରେ ଧ୍ୟାନ ଦିଅନ୍ତୁ । ସେ ଭୟଙ୍କର କ୍ଷେତ୍ର ମଧ୍ୟରେ ପ୍ରବେଶ କରୁଛନ୍ତି ।

ଭାରତ ଉପରେ ୨୫ପ୍ରତିଶତ ଟାରିଫ୍‍ ଲଗାଇଲେ ଟ୍ରମ୍ପ । ଅଗଷ୍ଟ ୧ରୁ ଏହି ଟାରିଫ୍‍ ଲାଗୁ ହେବ ବୋଲି ଘୋଷଣା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହାସହିତ ଖୋଲାଖୋଲି ଧମକ ଦେଇ ଟ୍ରମ୍ପ କହିଛନ୍ତି ରୁଷଠାରୁ ଇନ୍ଧନ ଓ ଯୁଦ୍ଧାସ୍ତ୍ର କିଣିଲେ ଅଧିକ ଶୁଳ୍କ ଦେବାକୁ ପଡିବ । ଟ୍ରମ୍ପ ଭାରତ ଉପରେ ୨୫ପ୍ରତିଶତ ଶୁଳ୍କ ଘୋଷଣା କରିବା ପରଠାରୁ ଏଠାକାର ରପ୍ତାନିକାରୀଙ୍କ ଚିନ୍ତା ବଢିଯାଇଛି ।

  • Garvita Odia

    Related Posts

    ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍‌ରେ ହ୍ରାସ

    ନୂଆଦିଲ୍ଲୀ : ପ୍ରତ୍ୟେକ ମାସ ଭଳି ଅଗଷ୍ଟ ମାସ ପହିଲାରେ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ୧ ଅଗଷ୍ଟରୁ ଏଲପିଜି ସିଲିଣ୍ଡରର ଦାମ୍‌ କମିବା ସହ ୟୁପିଆଇ ସମ୍ବନ୍ଧିତ ନିୟମରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି । ଏହାସହ ୧୫…

    ଭାରତ ଉପରେ ଲାଗୁ ହେବାକୁ ଥିବା ଟାରିଫ ଅଗଷ୍ଟ ୭ ତାରିଖରୁ ଲାଗୁ ହେବ

    ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଟାରିଫକୁ ୭ ଦିନ ପର୍ୟ୍ୟନ୍ତ ମହଲତ ଦେଇଛନ୍ତି । ଆଜି ଠାରୁ ଲାଗୁ ହେବାକୁ ଥିବା ଟାରିଫ ଅଗଷ୍ଟ ୭ ତାରିଖରୁ ଲାଗୁ ହେବ । ଏହି କ୍ରମରେ…

    Leave a Reply

    Your email address will not be published. Required fields are marked *

    You Missed

    ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ

    ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ

    ରତ୍ନଭଣ୍ଡାର ଗଣତିମଣତି କରିବେ ଆରବିଆଇ ଏକ୍ସପର୍ଟ:ଆଇନମନ୍ତ୍ରୀ

    ରତ୍ନଭଣ୍ଡାର ଗଣତିମଣତି କରିବେ ଆରବିଆଇ ଏକ୍ସପର୍ଟ:ଆଇନମନ୍ତ୍ରୀ

    ଥାନାରେ ହାଜର ହେଲେ ଓଏଏସ ସାର୍ଥକ

    ଥାନାରେ ହାଜର ହେଲେ ଓଏଏସ ସାର୍ଥକ

    ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍‌ରେ ହ୍ରାସ

    ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍‌ରେ ହ୍ରାସ

    ପରିସ୍ରା ପିଆଇବା ମାମଲା: ପିଅନ ଗିରଫ

    ପରିସ୍ରା ପିଆଇବା ମାମଲା:  ପିଅନ ଗିରଫ

    ଶନିବାର ଟ୍ରିବ୍ୟୁନାଲରେ ମହାନଦୀ ଶୁଣାଣି

    ଶନିବାର ଟ୍ରିବ୍ୟୁନାଲରେ ମହାନଦୀ ଶୁଣାଣି