ଭାରତ ସହ ୧୮୦ କୋଟି ଟଙ୍କାର ଚୁକ୍ତି ରଦ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ: ଭାରତର କ୍ରିୟା ପରେ ପ୍ରତିକ୍ରିୟା ପ୍ରକାଶ କଲା ବାଂଲାଦେଶ। ରଦ୍ଦ କଲା ୧୮୦ କୋଟି ଟଙ୍କାର ଚୁକ୍ତି । ପହଲଗାମ୍ ଆକ୍ରମଣ ପରେ, ପାକିସ୍ତାନକୁ ସମର୍ଥନ କରୁଥିବା ବାଂଲାଦେଶକୁ ହାତରେ ନ ମାରି ଭାତରେ ମାରିବାକୁ ରଣନୀତି କରୁଛି ଭାରତ। ଆଉ ଏହାର ପ୍ରତିକ୍ରିୟା ସ୍ୱରୂପ ଏବେ ଭାରତ ଉପରେ ରାଗରେ ଗରଗର ହେଇ ୧୮୦ କୋଟି ଟଙ୍କାର ଡିଲକୁ ରଦ୍ଦ କରିଦେଇଛି ବାଂଲାଦେଶ ୟୁନୁସ୍ ସରକାର।
ମିଳିଥିବା ସୂଚନା ମୁତାବକ, ବାଂଲାଦେଶର ୟୁନୁସ୍ ସରକାର କୋଲକାତା ସ୍ଥିତ ଜାହଜ ନିର୍ମାତା କମ୍ପାନି ଗାର୍ଡେନ୍ ରିଚ୍ ସିପବିଲର୍ଡସ୍ ଆଣ୍ଡ୍ ଇଞ୍ଜିନିୟର୍ସ ଲିମିଟେଡ୍ (ଜିଆର୍‌ଏସ୍‌ଇ) ସହ କରିଥିବା ୧୮୦.୨୫ କୋଟି ଟଙ୍କାର ଡିଲକୁ ରଦ୍ଦ କରିଦେଇଛି । ଏନେଇ ବୁଧବାର ଷ୍ଟକ୍ ଏକ୍ସଚେଞ୍ଜକୁ କମ୍ପାନି ସୂଚନା ଦେଇ କହିଛି ଯେ, ପିପୁଲ୍ସ ରିପବ୍ଲିକ୍ ଅଫ୍ ବାଂଲାଦେଶର ସରକାର ଅର୍ଡରକୁ ରଦ୍ଦ କରିଦେଇଛି ।ଏହି କମ୍ପାନି ବାଂଲାଦେଶ ପାଇଁ ଏକ ଉନ୍ନତଧରଣର ଜାହାଜ ତିଆରି କରିବା ପାଇଁ ଚୁକ୍ତି କରିଥିଲା । ହେଲେ ଭାରତ ସହ ସମ୍ପର୍କ ଖରାପ ହେବା କାରଣରୁ ବାଂଲାଦେଶ ସରକାର ଏହି ଚୁକ୍ତିକୁ ବାତିଲ କରିଦେଇଛନ୍ତି । ଏହାପୂର୍ବରୁ ବାଂଲାଦେଶକୁ ପାନେ ଦେବାକୁ ଭାରତର ମୋଦୀ ସରକାର ନେଇଥିଲେ ବଡ଼ ଆକ୍ସନ । ୟୁରୋପ ଏବଂ ମଧ୍ୟପ୍ରାଚ୍ୟକୁ ଯାଉଥିବା ବାଂଲାଦେଶର ଜାହାଜଗୁଡ଼ିକୁ କେବଳ ସି-ପୋର୍ଟରେ ରହିବାକୁ ଅନୁମତି ଦେଇଥିଲ ଭାରତ । ଏହାବାଦ ସ୍ଥଳପଥରେ ଥିବା ବନ୍ଦରରେ ଅଟକିବାକୁ ଭାରତ ଅନୁମତି ଦେଇଥିଲା । ଯାହାଫଳରେ ବାଂଲାଦେଶର ପାଖପାଖି ୯ ହଜାର କୋଟିରୁ ଅଧିକ କ୍ଷତି ହେବ ବୋଲି ଅନୁମାନ କରାଯାଉଛି ।

  • Garvita Odia

    Related Posts

    ଆମେରିକା ଯିବ ଏୟାର ଇଣ୍ଡିଆ ବ୍ଲାକ ବକ୍ସ

    ଜୁନ ୧୨ରେ ଅହମଦାବାଦ ଏୟାର ପୋର୍ଟ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର ବିମାର ବାକ୍ସ ବକ୍ସ ଅତ୍ୟଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାରକାରୀ ଦଳ ଏହାକୁ ଦୁର୍ଘଟଣା ସ୍ଥଳରୁ ଠାବ କରିଥିଲେ ହେଁ ଏଥିରୁ…

    ୪ ରାଜ୍ୟର ୫ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ

    ନୂଆଦିଲ୍ଲୀ: ୪ ରାଜ୍ୟର ୫ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ । ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ଆସନ ମଧ୍ୟରେ କେରଳର ନିଲାମ୍ବୁରୁ ରାଜ୍ୟ ରାଜନୀତି ଦୃଷ୍ଟିକୋଣରୁ ଖୁବ ଗୁରୁତ୍ବପୂର୍ଣ୍ଣ । ଏଲଡିଏଫ ସମର୍ଥିତ ବିଭି ଅନବରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ମୋଦି ଆସି ତାଙ୍କ ସରକାର କଥା କହିବେ, ନୂଆ କଥା କିଛି ନାହିଁ:ଦେବୀ ମିଶ୍ର

    ମୋଦି ଆସି ତାଙ୍କ ସରକାର କଥା କହିବେ, ନୂଆ କଥା କିଛି ନାହିଁ:ଦେବୀ ମିଶ୍ର

    ଆସୋସିଏଟ୍ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି

    ଆସୋସିଏଟ୍ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି

    ଜନତା ମୈଦାନରେ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

    ଜନତା ମୈଦାନରେ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

    ରାଜ୍ୟକୁ ୧୯ ହଜାର କୋଟିର ଭେଟି ଦେବେ ପ୍ରଧାନମନ୍ତ୍ରୀ

    ରାଜ୍ୟକୁ ୧୯ ହଜାର କୋଟିର ଭେଟି ଦେବେ ପ୍ରଧାନମନ୍ତ୍ରୀ

    ନବୀନ ଙ୍କ ନିର୍ଦ୍ଦେଶ ଅନୁସାରେ ବିଜେଡି କାର୍ୟ୍ୟକ୍ରମ ହୁଏ: ଦେବୀ ମିଶ୍ର

    ନବୀନ ଙ୍କ ନିର୍ଦ୍ଦେଶ ଅନୁସାରେ ବିଜେଡି କାର୍ୟ୍ୟକ୍ରମ ହୁଏ: ଦେବୀ ମିଶ୍ର

    ଓଡିଶା ଆସିବେ ରାହୁଲ ଗାନ୍ଧୀ

    ଓଡିଶା ଆସିବେ ରାହୁଲ ଗାନ୍ଧୀ