
ସମ୍ବଲପୁର: ଭିଜିଲାନ୍ସ ପଞ୍ଝାରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ଦେବାଶିଷ ପଣ୍ଡା ଘରେ ଚଢାଉ ହୋଇଛି। ଏକାକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ ।ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ଦେବାଶିଷ ପଣ୍ଡାଙ୍କ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି ।ଏକାସାଙ୍ଗେ ଭିଜିଲାନ୍ସ ପକ୍ଷରୁ ୭ଟି ସ୍ଥାନରେ ଚାଲିଛି ଚଢାଉ ଚାଲିଛି । ଯେଉଁଥିରେ ଭୁବନେଶ୍ୱରର ୪ଟି ଘର ଓ ବ୍ରହ୍ମପୁରରେ କିଛି ଘର ରହିଛି । ଏହି ଚଢାଉରେ ୪ ଜଣ ଡିଏସ୍ପି , ୧୦ ଜଣ ଇନ୍ସପେକ୍ଟର ଓ ୪ ଏଏସ୍ଆଇ ସାମିଲ ଥିବା ଜଣାପଡିଛି । ତେବେ ବର୍ତ୍ତମାନ ଯାଏଁ ହୋଇଥିବା ଚଢାଉରେ ଭିଜିଲାନ୍ସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି ।