ଭୁବନେଶ୍ବର ମେୟରଙ୍କ ବିରୋଧରେ ଥାନାରେ ଏତଲା

ଭୁବନେଶ୍ବର: ତେଜୁଛି ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ବିରୋଧରେ ସ୍ୱର। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସପକ୍ଷରେ ମନ୍ତବ୍ୟ ଦେଇଥିବାରୁ ଥାନାରେ ପହଞ୍ଚିଲା ମାମଲା । ମେୟରଙ୍କ ବିରୋଧରେ ଥାନାରେ ଏତଲା ଦେଲେ ଆଞ୍ଚଳିକ ସୁରକ୍ଷା ମଞ୍ଚ କର୍ମକର୍ତ୍ତା । ମେୟର ବାଂଲାଦେଶୀଙ୍କୁ ତଡ଼ିବା ପରିବର୍ତ୍ତେ ସୁରକ୍ଷା ଦେଉଥିବା ନେଇ ଅଭିଯୋଗ କରି କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସୁରକ୍ଷା ମଞ୍ଚ।
ସାମ୍ବିଧାନିକ ପଦବିରେ ରହି ମେୟରଙ୍କ ବାଂଲାଦେଶୀ ସପକ୍ଷରେ ବୟାନ ଦେଉଥିବା ଅଭିଯୋଗ ଆଣିଛନ୍ତି ସୁରକ୍ଷା ମଞ୍ଚ। ଏଥିପାଇଁ ସେ କ୍ଷମା ପ୍ରାର୍ଥନା ସହ ତାଙ୍କ ପଦବୀରୁ ଇସ୍ତଫା କରନ୍ତୁ ବୋଲି ଦାବି ହୋଇଛି । ଦେଶରେ ଅନୁପ୍ରବେଶକାରୀଙ୍କୁ ସେ ଭାଇ ଓ ବନ୍ଧୁ ସମ୍ବୋଧନ କରିଥିବାରୁ ରାଷ୍ଟ୍ର ବିରୋଧି ଅଭିଯୋଗ ଆଣିଛି ସୁରକ୍ଷା ମଞ୍ଚ।ଦେଶ ବିରୋଧି ମନ୍ତବ୍ୟ ପାଇଁ ସୁଲୋଚନା ଦାସଙ୍କ ବିରୋଧରେ‌ କାର୍ୟ୍ୟାନୁଷ୍ଠାନ ଦାବି କରିଛି ମଞ୍ଚ। ଆଞ୍ଚଳିକ ସୁରକ୍ଷା ମଞ୍ଚ ସଭାପତି ଜଗା ପ୍ରଧାନଙ୍କ ନେତୃତ୍ବରେ କ୍ୟାପିଟାଲ ଥାନାରେ ଏତଲା ହୋଇଛି ।ଆଞ୍ଚଳିକ ସୁରକ୍ଷା ମଞ୍ଚ ସଭାପତି ଜଗା ପ୍ରଧାନ କହିଛନ୍ତି ଯେ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ଗଣମାଧ୍ୟମରେ ଦେଇଥିବା ଦେଶବିରୋଧୀ ବିବୃତ୍ତି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସହ ଘନିଷ୍ଠ ସମ୍ପର୍କ ପରି ଜଣାପଡ଼ୁଛି। ବିଭିନ୍ନ ଥାନା ଅଞ୍ଚଳରେ ଘଟୁଥିବା ଜଘନ୍ୟ ଅପରାଧରେ ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସିଧାସଳଖ ଭୂମିକା ରହୁଛି। ଉତ୍କଟ ନିଶା କାରବାରଠାରୁ ଆରମ୍ଭ କରି ବେଆଇନ କାର୍ୟ୍ୟକଳାପ ତାଙ୍କ ଦ୍ବାରା ହେଉଛି । ସେମାନଙ୍କୁ ବିରୋଧ କରିବା ପରିବର୍ତ୍ତେ ମେୟର ଯେପରି ମତବ୍ୟ ଦେଉଛନ୍ତି ତାଙ୍କୁ ପ୍ରୋତ୍ସାହନ ଓ ସହଯୋଗ କରୁଥିବା ଜଣାପଡ଼ୁଛି। ରାଜନୈତିକ ପୃଷ୍ଟଭୂମିର ପ୍ରମାଣ ବାରି ହୋଇପଡୁଛି। ବାଂଲାଦେଶ ପାଇଁ ଆମ ଭୁବନେଶ୍ଵରର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ସହ ଓଡିଶା ରାଜ୍ୟ ଓ ଦେଶପ୍ରତି ଅତ୍ୟନ୍ତ କ୍ଷତିକାରକ, ତେଣୁ ମେୟରଙ୍କ ଏଭଳି ମନ୍ତବ୍ୟ ପାଇଁ ତାଙ୍କୁ ଗିରଫ ପାଇଁ ଦାବି କରିଛି ଆଞ୍ଚଳିକ ସୁରକ୍ଷା ମଞ୍ଚ । ସେପଟେ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ସୁଲୋଚନା ଦାସ ।

  • Garvita Odia

    Related Posts

    ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର

    ଚନ୍ଦନେଶ୍ୱର: ସୈତାନ ସାଜିଲା ବାପା । ଧାରୁଆ ଅସ୍ତ୍ରରେ ସ୍ତ୍ରୀ ଓ ପୁଅକୁ ହାଣିଲା । ପୁଅ ଓ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ଦହମୁଣ୍ଡାରେ ଏଭଳି ଘଟଣା ଘଟିଛି ।…

    ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

    କୋରାପୁଟ : ପଡୁଆ ଥାନା ଅନ୍ତର୍ଗତ ଜଲାପୁଟ ଜଳ ଭଣ୍ଡାରକୁ ଡେଇଁ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା । ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କ ମୃତଦେହ ଜଳଭଣ୍ଡାରରୁ ଉଦ୍ଧାର କରିଛି। ନନ୍ଦପୁର ବ୍ଲକ ର ଅତଣ୍ଡା ଗ୍ରାମ ପଞ୍ଚାୟତର ଯୁକ୍ତ ଦୁଇ…

    Leave a Reply

    Your email address will not be published. Required fields are marked *

    You Missed

    ୫ ବିଭାଗର ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

    ୫ ବିଭାଗର ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ୨୦ରୁ ଖୋଲିବ ସ୍କୁଲ

    ୨୦ରୁ ଖୋଲିବ ସ୍କୁଲ

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ୨୦ରୁ ଖୋଲିବ ବିଦ୍ୟାଳୟ !

    ୨୦ରୁ ଖୋଲିବ ବିଦ୍ୟାଳୟ !