
ଭୁବନେଶ୍ୱର: ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ସିଧାସଳଖ ଆବୁଧାବିକୁ ଉଡିଲା ବିମାନ । ବିମାନ ଉଡାଣ ନେଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସପ୍ତାହକରେ ତିନି ଦିନ ଏହି ସେବା ଯୋଗାଇ ଦିଆଯିବ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଆବୁଧାବିକୁ ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଏହି ସେବା ଯାତ୍ରୀଙ୍କୁ ଉପଲବ୍ଧ ହେବ । ଆଜି ସକାଳ ୯ଟା ୩୦ ମିନିଟରେ ଆବୁଧାବିକୁ ପ୍ରଥମ ବିମାନ ଉଡାଣ ଭରିଥିଲା ।