ଭୁବନେଶ୍ୱର ବିମାନବନ୍ଦରରୁ ସାପ,କଇଁଛ, ଗୋଧି ଓ ଏଣ୍ଡୁଅ ଉଦ୍ଧାର

ଭୁବନେଶ୍ବର: ବିମାନରେ ଚାଲାଣ ହେଉଥିଲା ସାପ । ଭୁବନେଶ୍ୱର ବିମାନବନ୍ଦରରୁ ସାପ ଜବତ ହୋଇଛି । ବିସ୍କୁଟ ଡ଼ବାରେ ଚାଲାଣ ହେଉଥିଲା ସାପ । ୯ଟି ସାପ ସାଙ୍ଗକୁ କଇଁଛ, ଗୋଧି ଓ ଏଣ୍ଡୁଅ ଉଦ୍ଧାର କରାଯାଇଛି । ବ୍ୟାଙ୍କକ୍‌ରୁ ଚେନ୍ନାଇ ଭାୟା ଭୁବନେଶ୍ୱର ଦେଇ ହେଉଥିଲା ଚାଲାଣ । ଚେନ୍ନାଇର ଜଣେ ଯୁବକଙ୍କୁ ଅଟକ ରଖି କଷ୍ଟମ ବିଭାଗର ପଚରାଉଚରା ଜାରି ରହିଛି । ସିଟି ଫରେଷ୍ଟର ଟିମ୍ ଜରିଆରେ ତଦନ୍ତ ଜାରି ରହିଛି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ବିମାନ ବନ୍ଦରରୁ ବହୁରୂପୀ ଏଣ୍ଡୁଅ, ଗୋଧି, ସାପ ଓ କଇଁଛ ଜବତ ହୋଇଛି । ବ୍ୟାଙ୍କକ୍‌ରୁ ବିମାନ ଯୋଗେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଆସିଥିଲା । ବିମାନ ବନ୍ଦର ପହଞ୍ଚିବା ପରେ କଷ୍ଟମ ବିଭାଗ ଧରିଥିଲା । ୯ଟି ସାପ, ୧୦ଟି ବହୁରୂପୀ ଏଣ୍ଡୁଅ, ୧୨ଟି କଇଁଛ ବିକ୍ରି ପାଇଁ ଲଗେଜ୍‌ରୁରେ ଭର୍ତ୍ତି କରି ଆଣିଥିଲେ ଯୁବକ । ଚେକିଂ ସମୟରେ କଷ୍ଟମ ବିଭାଗ ହାତରେ ଧରା ପଡ଼ିଥିଲେ ଯୁବକ । ଯୁବକ ଜଣଙ୍କ ହେଲେ ତାମିଲନାଡୁର ଶଙ୍କର ମୂର୍ଗନ୍ । କଷ୍ଟମ ବିଭାଗ ତାଙ୍କ ପାସପୋର୍ଟକୁ ଜବତ କରିଛି ।

  • Related Posts

    ରାଜନଗରରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

    ରାଜନଗର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ଠାରେ ରାକ୍ଷୀ ପୂର୍ଣ୍ଣମୀ ଦିନ କୋଲ୍ଡ ଡ୍ରିଙ୍କ୍‌ ପିଆଇବାକୁ ଡାକି ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଗତ ରାକ୍ଷୀ ପୂର୍ଣ୍ଣିମା ଦିନ ପୀଡିତାଙ୍କୁ ସଂପର୍କୀୟ…

    Continue reading
    ଆଖିବୁଜିଲେ ବରଗଡ଼ ନାବାଳିକା

    ବରଗଡ଼: ଦୁଃଖଦ…ଆଖିବୁଜିଲେ ବରଗଡ଼ ଅର୍ଦ୍ଧଦଗ୍ଧ ନାବାଳିକା । ବୁର୍ଲାମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ବରଗଡ଼ରୁ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଆଜି ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଞ୍ଚଳରେଅଷ୍ଟମ ଶ୍ରେଣୀରେ ପଢ଼ୁଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

    ତଟରେଖା ଠାରୁ ଆକାଶରେଖା ପର୍ଯ୍ୟନ୍ତ ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ଅସୀମ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

    ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଉତ୍ତରଦାୟୀ ହେବେ ଅଧିକାରୀ ମନ୍ତ୍ରୀ

    ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ