ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା

ନୂଆଦିଲ୍ଲୀ,: ଦିଲ୍ଲୀରେ ସିଲମପୁର ଅଞ୍ଚଳରେ ବଡ଼ ଦୁର୍ଘଟଣା ଘଟିଛି । ୪ ମହଳା କୋଠା ଭୁଶୁଡି ପଡିଛି । ଯେଉଁଥିରେ ୩-୪ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୋଠା ଭଗ୍ନାବଶେଷ ତଳେ ଆହୁରି ୧୨ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଲୋକଙ୍କୁ ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ୍‌ ଜାରି ରହିଛି । ଉଦ୍ଧାରକାର୍ୟ୍ୟରେ ୭ ଟିମ୍‌ ନିୟୋଜିତ ଅଛନ୍ତି ।

ରାଜଧାନୀ ଦିଲ୍ଲୀର ଉତ୍ତର-ପୂର୍ବ ସିଲମପୁର ଅଞ୍ଚଳରେ ୪ ମହଲା କୋଠା ଭୁଶୁଡିପଡିଛି । ମାଟିରେ ମିଶିଛି ୪ ମହଳା ବିଲ୍ଡିଂ । ଘଟଣାସ୍ଥଳରୁ ୩ରୁ୪ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭଗ୍ନାବଶେଷ ତଳେ ଆହୁରି ୧୨ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ସିଲମପୁର ଇଦଗା ରୋଡରେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ୟ୍ୟ ଜାରି ରହିଛି । ୭ ଅଗ୍ନିଶମ ଗାଡି ନିୟୋଜିତ ହୋଇଛନ୍ତି । ଏ ପର୍ୟ୍ୟନ୍ତ ମୃତାହତ ନେଇ କୌଣସି ରିପୋର୍ଟ ଆସିନାହିଁ । ଅଗ୍ନିଶମ ବିଭାଗକୁ ଦୁର୍ଘଟଣା ସମ୍ପର୍କରେ ଫୋନ୍ କଲ୍ ମାଧ୍ୟମରେ ସୂଚନା ଦିଆଯାଇଥିଲା ।

ଦୁର୍ଘଟଣା ବାବଦରେ ସୂଚନା ଦେଇ ଅଗ୍ନିଶମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଇଦଗାହ ରୋଡ ଅଞ୍ଚଳରେ ଶନିବାର ସକାଳୁ ଦୁର୍ଘଟଣା ହୋଇଛି । ପ୍ରାୟ ୧୨ ଜଣ ଫସି ରହିଛନ୍ତି । ଅଘଟଣ ପରେ ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାରକାର୍ୟ୍ୟରେ ନିୟୋଜିତ ହୋଇଥିଲେ । ଗୋଟିଏ ଗୋଟିଏ ଇଟା ଉଠାଇ ଜୀବନ ଖୋଜା ଚାଲିଛି । କୋଠା ବହୁ ପୁରୁଣା ହୋଇଥିବାରୁ ଭୁଶୁଡି ପଡିଥିଲା ଅନୁମାନ କରାଯାଉଛି ।

  • Garvita Odia

    Related Posts

    ଅଲଗା ହେଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା-ପାରୁପଲ୍ଲୀ

    ମୁମ୍ଵାଇ: ଭାରତୀୟ ବ୍ୟାଡମିଣ୍ଟନ ତାରକା ଏବଂ ଅଲିମ୍ପିକ୍ ପଦକ ବିଜେତା ସାଇନା ନେହୱାଲ। ଏବେ ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ବ୍ୟାଡମିଣ୍ଟନ ତାରକା ସାଇନା ଏବଂ ତାଙ୍କ ସ୍ୱାମୀ ପାରୁପାଲି କଶ୍ୟପ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି।…

    କେରଳରେ ପୁଣି ଡରାଇଲା ନିପା ଭାଇରସ୍

    ନୂଆଦିଲ୍ଲୀ: କେରଳରେ ପୁଣି ଡରାଇଲା ନିପା ଭାଇରସ୍ । ସେପଟେ କରୋନା ଠାରୁ ମାରାତ୍ମକ ନିପା ଭାଇରସ ଭାରତର ଅଧା ରାଜ୍ୟରେ ପହଞ୍ଚି ସାରିଲାଣି । ଚଳିତ ବର୍ଷ କେରଳରେ ଏହାର ସଂକ୍ରମଣ ଅଧିକ ଦେଖିବାକୁ ମିଳିଛି । କେରଳର ପାଲକ୍କଡ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର କର୍ମଚାରୀ

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର  କର୍ମଚାରୀ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ