ମର୍ମନ୍ତୁଦ ଦୁର୍ଘଟଣା: କକା- ପୁତୁରା ମୃତ

ନୂଆପଡ଼ା: ଗଛରେ ବାଇକ୍ ପିଟି ହୋଇ ଚାଲିଗଲା କକା- ପୁତୁରାଙ୍କ ଜୀବନ। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ନୂଆପଡ଼ା ଥାନା ତିଳେଇଝର ଗାଁ ନିକଟରେ। ମୃତକ ହେଲେ କକା ତିଳେଇଝର ଗ୍ରାମର ପରମେଶ୍ୱର ତାଣ୍ଡି।

ସୂଚନା ଅନୁଯାୟୀ, କକା- ପୁତୁରା ଏକ ବାଇକ ଯୋଗେ ନୂଆପଡ଼ା ଆସୁଥିବାବେଳେ ତିଳେଇଝର ଗାଁ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିହୋଇଯାଇଥିଲା। ଏଥିରେ ଉଭୟ ଗୁରୁତର ହୋଇଥିଲେ। ସେମାନଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ମାତ୍ର ସେଠାରେ କକା ପରମେଶ୍ବରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିଭଳି ଗୁରୁତର ପୁତୁରାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ହେଲେ ତାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେପଟେ ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି।

  • Garvita Odia

    Related Posts

    ଆହାର କେନ୍ଦ୍ରରେ ଖାଇଲେ ଓଏଏସ ଅଧିକାରୀ ପ୍ରଶିକ୍ଷାର୍ଥୀ

    ଭୁବନେଶ୍ୱର : ଆହାର କେନ୍ଦ୍ରରେ ଭାତ, ଡାଲମା ଖାଇଲେ ୭୬ଜଣ ଓଏଏସ ଅଧିକାରୀ ପ୍ରଶିକ୍ଷାର୍ଥୀ । ସେମାନଙ୍କର ପ୍ରେରଣା ତାଲିମର ଅଂଶ ସ୍ୱରୂପ ଆଜି ସେମାନେ ଭୁବନେଶ୍ୱରର ବାରମୁଣ୍ଡାସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲରେ ଥିବା ଆହାର କେନ୍ଦ୍ର ପରିଦର୍ଶନ…

    ଟାଟାର ୬୪ ହଜାର କୋଟିର ପ୍ରକଳ୍ପ୨୨ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ଯାଜପୁର ଜିଲ୍ଲାରେ ଟାଟା କରିବ ୬୪ ହଜାର କୋଟିର ପ୍ରକଳ୍ପ । ଏହାଦ୍ବାରା ୩୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆସନ୍ତା ୨୨ ତାରିଖର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାଜପୁର ଜିଲ୍ଲାରେ…

    Leave a Reply

    Your email address will not be published. Required fields are marked *

    You Missed

    ପରିଚାଳନାଗତ ତ୍ରୁଟି ଯୋଗୁଁ ହିଁ ନିର୍ବାଚନ ହାରିଲୁ : ଶଶିଭୂଷଣ

    ପରିଚାଳନାଗତ ତ୍ରୁଟି ଯୋଗୁଁ ହିଁ ନିର୍ବାଚନ ହାରିଲୁ :  ଶଶିଭୂଷଣ

    ଆହାର କେନ୍ଦ୍ରରେ ଖାଇଲେ ଓଏଏସ ଅଧିକାରୀ ପ୍ରଶିକ୍ଷାର୍ଥୀ

    ଆହାର କେନ୍ଦ୍ରରେ ଖାଇଲେ  ଓଏଏସ  ଅଧିକାରୀ ପ୍ରଶିକ୍ଷାର୍ଥୀ

    କେଦାରନାଥରେ ହେଲି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

    କେଦାରନାଥରେ ହେଲି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

    ରାଜ୍ୟରେ କଂଗ୍ରେସ ବର୍ତ୍ତମାନ ଏକମାତ୍ର ବିକଳ୍ପ:ଜୟଦେବ ଜେନା

    ରାଜ୍ୟରେ କଂଗ୍ରେସ ବର୍ତ୍ତମାନ ଏକମାତ୍ର ବିକଳ୍ପ:ଜୟଦେବ ଜେନା

    ଟାଟାର ୬୪ ହଜାର କୋଟିର ପ୍ରକଳ୍ପ୨୨ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

    ଟାଟାର ୬୪ ହଜାର କୋଟିର ପ୍ରକଳ୍ପ୨୨ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

    ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

    ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ