
ଛେଣ୍ଡିପଦା: ରବିବାର ରାତିରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା ପରା ଗାଁରେ ନିଶାଶକ୍ତ ପୁଅର ଉନ୍ମତ୍ତ କାଣ୍ଡ। ଜନ୍ମକଲା ମା’କୁ ଠେଙ୍ଗାରେ ପିଟିପିଟି କଲା ହତ୍ୟା।ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ଅଭିଯୁକ୍ତ ପୁଅକୁ ଅଟକ ରଖିଛି।
ସୂଚନାନୁଯାୟୀ, ରବିବାର ରାତି ପ୍ରାୟ ୧୧ଟା ବେଳେ ଜରପଡ଼ା ଥାନା ପରା ଗାଁର ଶାନ୍ତିଲତା ପେଣ୍ଠୋଇ (୫୮ ବର୍ଷ) ଓ ତାଙ୍କ ପୁଅ ରଥି (୨୮ ବର୍ଷ) ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ରଥି ନିଶାସକ୍ତ ଅବସ୍ଥାରେ ଏକ ଠେଙ୍ଗାରେ ଶାନ୍ତିଲତାଙ୍କୁ ଆକ୍ରମଣ କରିଥିଲା। ପ୍ରଚଣ୍ଡ ପ୍ରହାରରେ ଶାନ୍ତିଲତା ସଜ୍ଞାହୀନ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ମୃତଦେହ ଜବତ କରି ଅଭିଯୁକ୍ତ ପୁଅକୁ ଅଟକ ରଖିଛି।