ମେ’ ପହିଲା ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ବର: ମେ’ ୧ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ବିଜୁଳି ଘଡ଼ଘଡ଼ି ସହ ଝଟାକା ପବନ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ବହିବ । ସାରା ରାଜ୍ୟରେ କୁଆପଥର ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ମୁଖ୍ୟତଃ ଅପରାହ୍ନ ପରେ ପରେ କୁଆପଥର ବର୍ଷା ଓ ବିଜୁଳି ଘଡ଼ଘଡ଼ିର ମାତ୍ରା ଅଧିକ ରହିବ । ଯାହାକୁ ନେଇ କିଛି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୩-୫ ଡିଗ୍ରୀ ପର୍ୟ୍ୟନ୍ତ ହ୍ରାସ ପାଇବ ।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କୁଆପଥର, ବିଜୁଳି ଘଡ଼ଘଡ଼ି ଓ ଝଟକା ପବନର ଘଣ୍ଟାପ୍ରତି ବେଗ ୫୦ରୁ ୬୦ କିମି ରହିବ । ଯାହାକୁ ନେଇ ୯ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

ଜିଲ୍ଲା ଗୁଡ଼ିକ ହେଉଛି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ । ସେହିପରି ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଭିତରେ ରଖାଯାଇଛି । ଏସବୁ ଜିଲ୍ଲାରେ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ପବନର ବେଗ ୪୦ରୁ ୫୦ କିମି ରହିବ ।ଆସନ୍ତାକାଲି ବର୍ଷା ଆହୁରି ବଢ଼ିବ । ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଜିଲ୍ଲା ଗୁଡ଼ିକ ହେଉଛି ମୟୂରଭଞ୍ଜ, କୋନ୍ଦୁଝର, ବାଲେଶ୍ବର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ଗଜପତି । ଏସବୁ ଜିଲ୍ଲାରେ କୁଆପଥର ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନର ବେଗ ୫୦ରୁ ୬୦ କିମି ରହିବ । ସେପଟେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଅନୁଗୋଳ, ଦେବଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ଢେଙ୍କାନଳ ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନର ବେଗ ୪୦ରୁ ୫୦ କିମି ରହିବ । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

  • Garvita Odia

    Related Posts

    ହାଇକୋର୍ଟର ଦ୍ୱାରସ୍ଥ ହେଲେ ଯାତ୍ରା କଳାକାର ସୋନାଲି ପଣ୍ଡା

    କଟକ: ସ୍ୱାମୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା। ସ୍ୱାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ସୋନାଲି। ସ୍ୱାମୀ ତାଙ୍କୁ ବଳପୂର୍ବକ ବିବାହ କରିଥିବା ଅଭିଯୋଗ ଆଣିଛନ୍ତି ସୋନାଲି। ଏପରିକି ସେ ନାବାଳିକା ଥିବା ବେଳେ…

    ବାତ୍ୟା ଚିନ୍ତା, ଅତ୍ୟାବଶ୍ୟକ ଯନ୍ତ୍ରପାତି ମହଜୁଦ ରଖିବାକୁ ସିଏସଙ୍କ ନିର୍ଦ୍ଦେଶ

    ଭୁବନେଶ୍ବର: ବିଗତ କିଛି ବର୍ଷରେ ରାଜ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ସମ୍ମୁଖୀନ ହୋଇଛି । ଏହି ଅଭିଜ୍ଞତାକୁ ଅନୁଭବ କରି ରାଜ୍ୟ ଗ୍ରୀଷ୍ମକାଳୀନ ସାମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ଲାଗି ପ୍ରସ୍ତୁତ ହେଉଛି । ଆଜି ଏନେଇ ମୁଖ୍ୟ ଶାସନ ସଚିବ ମନୋଜ…

    Leave a Reply

    Your email address will not be published. Required fields are marked *

    You Missed

    କାଶ୍ମୀରର ୪୮ଟି ପର୍ୟ୍ୟଟନସ୍ଥଳୀ ବନ୍ଦ

    କାଶ୍ମୀରର ୪୮ଟି ପର୍ୟ୍ୟଟନସ୍ଥଳୀ ବନ୍ଦ

    ହୋଟେଲରେ ଅଗ୍ନିକାଣ୍ଡ : ୧୪ ମୃତ

    ହୋଟେଲରେ ଅଗ୍ନିକାଣ୍ଡ : ୧୪ ମୃତ

    ପାକିସ୍ତାନ ଛାନିଆ , ରାତି ଅଧରେ ବସିଲା ବୈଠକ

    ପାକିସ୍ତାନ  ଛାନିଆ , ରାତି ଅଧରେ ବସିଲା ବୈଠକ

    ମନ୍ଦିର ପାଚେରି ଭୁଶୁଡ଼ି ୮ ମୃତ

    ମନ୍ଦିର ପାଚେରି ଭୁଶୁଡ଼ି ୮  ମୃତ

    ତିନି ସେନାକୁ ପ୍ରଧାନମନ୍ତ୍ରୀଙ୍କ ଗ୍ରୀନ୍ ସିଗନାଲ୍

    ତିନି ସେନାକୁ ପ୍ରଧାନମନ୍ତ୍ରୀଙ୍କ ଗ୍ରୀନ୍ ସିଗନାଲ୍

    ହାଇକୋର୍ଟର ଦ୍ୱାରସ୍ଥ ହେଲେ ଯାତ୍ରା କଳାକାର ସୋନାଲି ପଣ୍ଡା

    ହାଇକୋର୍ଟର ଦ୍ୱାରସ୍ଥ ହେଲେ ଯାତ୍ରା କଳାକାର ସୋନାଲି ପଣ୍ଡା