ମୋଦୀଙ୍କୁ ଚେତାବନୀ ଦେଲା ହାଫିଜ୍ ସଇଦର ପୁଅ ହାଫିଜ୍ ତଲା

ଲାହୋର: ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ପାକିସ୍ତାନୀ ଆତଙ୍କବାଦୀ ହାଫିଜ୍ ସଇଦର ପୁଅ ହାଫିଜ୍ ତଲା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚେତାବନୀ ଦେଇଛି। କାଶ୍ମୀର ଏକତା ଦିବସ ଉପଲକ୍ଷେ ଲାହୋରରେ ଆୟୋଜିତ ଏକ ରାଲିରେ ତଲା କହିଛି ଯେ, କାଶ୍ମୀରକୁ ଭାରତର କବଳରୁ ମୁକ୍ତ କରାଯିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ସଇତାନ’ ବୋଲି ସମ୍ବୋଧନ କରି ସେ କହିଛି ଯେ କାଶ୍ମୀର ମୁସଲମାନଙ୍କ ଅଞ୍ଚଳ। ଆମେ କାଶ୍ମୀରକୁ ମୋଦୀଙ୍କ ହାତରୁ ଛଡାଇ ନେବୁ। ଏହା ପାକିସ୍ତାନ ଅଂଶ ହେବ। କାଶ୍ମୀରକୁ ଅକ୍ତିଆର କରିବା ସହିତ ଜେଲ୍‌ରେ ଥିବା ତା’ର ବାପାର ମୁକ୍ତି ପାଇଁ ତଲା ଦାବି କରିଛି। ତଲା କହିଛି ଯେ ଆମେରିକା ଓ ଜାତିସଂଘ ତା’ ବାପା ହାଫିଜ ସଇଦକୁ ନିନ୍ଦିତ କରିବାକୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ମାତ୍ର ଏପରି ଘୋଷଣା କୌଣସି ପ୍ରଭାବ ପକାଇପାରିବ ନାହିଁ। ହାଫିଜକୁ ତୁରନ୍ତ ଜେଲ୍‌ରୁ ମୁକ୍ତ କରିବା ଲାଗି ସେ ପାକିସ୍ତାନ ସରକାରଙ୍କୁ ଆହ୍ବାନ ଦେବା ସହିତ ଏଥିପାଇଁ ଆଇନରେ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛି।
୨୦୦୮ରେ ମୁମ୍ବଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ହାଫିଜ୍ ସଇଦ ଦ୍ବାରା ପ୍ରତିଷ୍ଠିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଦ୍ବାରା କରାଯାଇଥିଲା। ପାକିସ୍ତାନ ସରକାର ଏହି ସଂଗଠନକୁ ନିଷିଦ୍ଧ କରିବା ପରେ ହାଫିଜ୍ ଏହାର ନାମ ପରିବର୍ତ୍ତନ କରି ଜମାତ୍-ଉଦ୍‌-ଦାୱା (ଜେୟୁଡି) ରଖିଛି। ପାକିସ୍ତାନରେ ଆତଙ୍କବାଦୀ କାର୍ୟ୍ୟକଳାପ ପାଇଁ ପାଣ୍ଠି ଯୋଗାଇବା ଅଭିଯୋଗରେ ହାଫିଜ୍ ସଇଦ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଅଛି।

  • Related Posts

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ୩ଟି ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବେଙ୍ଗାଲରୁ ମେଟ୍ରୋ ପ୍ରକଳ୍ପର ୟେଲୋ ଲାଇନ(ହଳଦିଆ…

    ଆମର କୌଣସି ବିମାନ ନଷ୍ଟ ହୋଇନି : ପାକିସ୍ତାନ

    ଇସ୍ଲାମାବାଦ : ଗତ ମେ ମାସରେ ହୋଇଥିବା ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପାକିସ୍ତାନର ୬ଟି ଲଢୁଆ ବିମାନ ଓ ଏକ ପ୍ରାକ୍ ସତର୍କତା ବିମାନ (ଏଡ୍ବୁଲସି)କୁ ନଷ୍ଟ କରିଦେଇଥିବା ବୋଲି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ…

    Leave a Reply

    Your email address will not be published. Required fields are marked *

    You Missed

    ନିଆଁ ଲାଗି ମହିଳା ମୃତ

    ନିଆଁ ଲାଗି ମହିଳା ମୃତ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ଯୁବତୀଙ୍କୁ ଉଠାଇ ନେଲେ

    ଯୁବତୀଙ୍କୁ ଉଠାଇ ନେଲେ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ