ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ବିଜେପି ସରକାରର ବର୍ଷ ପୂର୍ତ୍ତିରେ ବିଶାଳ ସମାବେଶ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ରାଜଧାନୀ ଚଳଚଞ୍ଚଳ । ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନତା ମଇଦାନରେ ଆୟୋଜିତ ମେଗା ସୋ’ରେ ଓଡ଼ିଶାକୁ ମୋଦି ଭେଟିଦେବେ ୧୯ ହଜାର କୋଟିର ପ୍ରକଳ୍ପ । ଉପସ୍ଥିତ ଜନତାଙ୍କୁ କରିବେ ସମ୍ବୋଧନ । ଏ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ ।

ବିମାନ ବନ୍ଦରରୁ ଜନତା ମଇଦାନ ଯାଏଁ କରିବେ ବିଶାଳ ରୋଡ୍‌ ସୋ । ପ୍ରଧାନମନ୍ତ୍ରୀଙ୍କ ଏ ଗସ୍ତ ପାଇଁ ରାଜଧାନୀ କଡ଼ା ସୁରକ୍ଷା ବଳୟରେ ରହିଛି । ପ୍ରଧାନମନ୍ତ୍ରୀ ଜନତା ମଇଦାନର ଭବ୍ୟ ସମାରୋହରେ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ୬୦ ପ୍ରକଳ୍ପର ଶିଳାନ୍ୟାସ ଏବଂ ୪୫ ପ୍ରକଳ୍ପର ହେବ ଲୋକାର୍ପଣ । ଏହି ପ୍ରକଳ୍ପଗୁଡ଼ିକର ମୂଲ୍ୟ ହେଉଛି ୧୮ ହଜାର ୭୦୦ କୋଟି । କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ଓ ଭାରତ ଗଠନ ପାଇଁ ପ୍ରସ୍ତୁତ ‘ଭିଜନ ଡକ୍ୟୁମେଣ୍ଟ’ ପୁସ୍ତକ ଉନ୍ମୋଚନ କରିବେ ।

ଏହାସହ ଆୟୁଷ୍ମାନ ବୟୋବନ୍ଦନା କାର୍ଡ ସହ ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦୟ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ଘର ବାଣ୍ଟିବେ । ୧୦୦ ଇ-ବସ୍‌ର ଶୁଭାରମ୍ଭ, ବୌଦ୍ଧକୁ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ‘ବରପୁତ୍ର ସମ୍ମାନ’ ଯୋଜନାର ଶୁଭାରମ୍ଭ, ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର ପୁସ୍ତିକା ମଧ୍ୟ ମୋଦିଙ୍କ ଦ୍ୱାରା ଉନ୍ମୋଚିତ ହେବ । କାର୍ୟ୍ୟସୂଚୀ ଅନୁସାରେ, କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ବର୍ଷେ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ସାମିଲ ହୋବକୁ ମୋଦି ଅପରାହ୍ନ ୩.୪୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯିବ ।

ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଥିବାରୁ ବିମାନବନ୍ଦରରୁ କଳିଙ୍ଗ ଷ୍ଟାଡିୟମ ଯାଏ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବ । ସେଠାରୁ ଆରମ୍ଭ ହେବ ରୋଡ୍‌ ସୋ । ୩.୪୫ରୁ ୪.୧୫ ଯାଏଁ ରୋଡ ସୋରେ ପ୍ରଧାନମନ୍ତ୍ରୀ ଜନତା ମଇଦାନ ସଭାସ୍ଥଳୀକୁ ଯିବେ । ସେଠାରେ ସାଢ଼େ ୫ ଯାଏଁ କାର୍ୟ୍ୟକ୍ରମରେ ସାମିଲ ହେବେ । ବିମାନବନ୍ଦରରୁ ଜନତା ମଇଦାନ ଭିତରେ ୨୮ଟି ଜାଗାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ସ୍ୱତନ୍ତ୍ର ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ୫ଟା ୫୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରୁ ବିଶାଖାପାଟନମ୍‌ ଅଭିମୁଖେ ଯିବେ ମୋଦି ।

ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହେବେ । ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜ୍ୟର ସମସ୍ତ ମନ୍ତ୍ରୀ, ସାଂସଦ ଓ ବିଧାୟକ ମଧ୍ୟ ଯୋଗ ଦେବେ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଟକ-ଭୁବନେଶ୍ୱରରେ ସ୍କୁଲ ଛୁଟି ଘୋଷଣା ହୋଇଥିଲା ବେଳେ ରାଜଧାନୀରେ ଦ୍ୱିତୀୟାର୍ଦ୍ଧ ସରକାରୀ ଅଫିସ ବନ୍ଦ ରହିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍‌ ସୋ’ ପାଇଁ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ଟ୍ରାଫିକ କଟକଣା ଜାରି ହୋଇଛି । ସୁରକ୍ଷା ବ୍ୟବସ୍ଥାରେ ୧୩୩ ପ୍ଲାଟୁନ ଫୋର୍ସ ସହ ୫୦୦ରୁ ଅଧିକ ଅଫିସର ମୁତୟନ ହୋଇଛନ୍ତି ।

  • Related Posts

    ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖ ବୃଦ୍ଧି

    ଭୁବନେଶ୍ବର: ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନର ଶେଷ ତାରିଖ ଅଗଷ୍ଟ ୩୦ ତାରିଖ ରହିଥିଲା । ସାମ୍ବାଦିକମାନଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଏହି ଆବେଦନର ଶେଷ ତାରିଖକୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।…

    Continue reading
    କାଙ୍ଗୁରକୋଣ୍ଡା ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ମାଲକାନଗିରିରୁ ମୋଟୁ ଯୋଗାଯୋଗ ବିଚ୍ଛିନ୍ନ

    ମାଲକାନଗିରି,02/09: ମାଲକାନଗିରି ଜିଲ୍ଲାରେ ବିଳମ୍ବିତ ରାତି ବର୍ଷାରେ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା କାଙ୍ଗୁରକୋଣ୍ଡା ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଯାହାଫଳରେ ମୋଟୁ ସହ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଓ ତେଲାଙ୍ଗାନାକୁ ମଧ୍ୟ ଯୋଗାଯୋଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖ ବୃଦ୍ଧି

    କାଙ୍ଗୁରକୋଣ୍ଡା ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ମାଲକାନଗିରିରୁ ମୋଟୁ ଯୋଗାଯୋଗ ବିଚ୍ଛିନ୍ନ

    ବିହାର ଏସଆଇଆର: ସେପ୍ଟେମ୍ବର ୧ ପରେ ଅଭିଯୋଗ ଗ୍ରହଣ କରିବାକୁ ଇସିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

    ଭୁବନେଶ୍ବର, ପୁରୀ, କଟକ ଓ ପାରାଦ୍ବୀପକୁ ସଂଯୋଗ କରିବ ରାଜ୍ୟର ପ୍ରଥମ କ୍ବାଡ୍ ସିଟି କାର୍ଯ୍ୟକ୍ରମ

    ଦଳୀୟ ଭିତ୍ତିରେ ହୋଇଛି NAC ଚୟନ:ବିଜେଡି

    ଦଳୀୟ ଭିତ୍ତିରେ ହୋଇଛି NAC ଚୟନ:ବିଜେଡି

    ଇଗ୍ନୋର ନାମଲେଖା ଅବଧି ସେପ୍ଟେମ୍ବର ୧୫କୁ ବଢିଲା

    ଇଗ୍ନୋର ନାମଲେଖା ଅବଧି ସେପ୍ଟେମ୍ବର ୧୫କୁ ବଢିଲା