
ଭୁବନେଶ୍ୱର: ଜନତା ମୈଦାନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦବୋଧନ ଦେଇ କହିଥିଲେ, ଏହା ଓଡ଼ିଶା ପାଇଁ ଗୌରବର ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ । ଦେଶ ଆଜି ବିଶ୍ୱର ଚତୁର୍ଥ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ବର୍ଷେ ଶାସନର ସୌଭାଗ୍ୟ ମିଳିଛି । ବର୍ଷକ ଭିତରେ ଅନେକ ଉପଲବ୍ଧି ମିଳିଛି । ଓଡ଼ିଶା ବିକାଶ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି । ସମସ୍ତ ୩୦ ଜିଲ୍ଲା ଗସ୍ତ କରି ଲୋକଙ୍କ ଦୁଃଖ ବୁଝୁଛି । ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିପାରିଛୁ । ଲକ୍ଷପତି ଦିଦି ସୃଷ୍ଟିରେ ସାରା ଦେଶରେ ପ୍ରଥମ ହୋଇପାରିଛି ଓଡ଼ିଶା । ଚାଷୀଙ୍କୁ ୮ଶହ ଟଙ୍କା ବୋନସ ପ୍ରଦାନ କରିପାରିଛୁ ।
ଗୋଟିଏ ବର୍ଷରେ ଓଡ଼ିଶାରେ ବିଜେପି ସରକାରର ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ରିପୋର୍ଟ ଦେଇଥିଲେ । ସେ କହିଥିଲେ, ଆୟୁଷ୍ମାନ ଯୋଜନା, ନୂଆ ଶିକ୍ଷା ନୀତି ଭଳି ଯୋଜନା ନୂଆ ସରକାର ଆସିଲା ପରେ ଲାଗୁ ହୋଇଛି । ବର୍ଷକ ଭିତରେ ଅନେକ ଉପଲବ୍ଧି ମିଳିଛି । ଓଡ଼ିଶାରେ ପୂର୍ବୋଦୟର ବିକାଶ ହେବ । ଶିଳ୍ପ କେବଳ ଏମଓୟୁରେ ଅଟକି ରହିନି । ୧ ଲକ୍ଷ ୮୦ ହଜାର କୋଟିର ନିବେଶ ହେବ । ୨୦୩୬ ସୁଦ୍ଧା ୫ ମିଲିୟନ ଅର୍ଥନୀତିରେ ପହଞ୍ଚିବୁ । ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହେବାକୁ ଯାଉଛି ।