
ଭୁବନେଶ୍ବର: ପୁରୀଜିଲ୍ଲା ବଳଙ୍ଗାର ୧୫ ବର୍ଷୀୟ ଝିଅ ଏମ୍ସ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ରାଜ୍ୟର ରାଜନୈତକ ମହଲରେ ଚାପା ଉତ୍ତେଜନା ଦେଖାଯାଇଛି। ରାଜଧାନୀ ଭୁବନେଶ୍ବରରୁ ବଳଙ୍ଗା ପର୍ୟ୍ୟନ୍ତ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ଏହାରି ମଧ୍ୟରେ ପୀଡ଼ିତାଙ୍କ ବାପା ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ ପୁଲିସକୁ କ୍ଲିନ୍ ଚିଟ୍ ଦେଇ ତାଙ୍କର ଝିଅର ମୃତ୍ୟୁର କାରଣ କହିଛନ୍ତି। ପୀଡ଼ିତାଙ୍କ ବାପା କହିଛନ୍ତି ଯେ, ଝିଅର ମାନସିକ ଅବସ୍ଥା ଭଲ ନଥିଲା। ସେ ଚିନ୍ତାରେ ଥିଲା।
ଦିଲ୍ଲୀ ଏମ୍ସରେ ଥିବା ବଳଙ୍ଗା ପୀଡ଼ିତାଙ୍କ ବାପା କହିଛନ୍ତି, ମୋ ପାଖରେ ଆଉ ମୋର ଝିଅ ନାହିଁ। ମୋ ଭାଗ୍ୟରେ ମୋ ଛୁଆ ନାହିଁ। ମୋ ଝିଅର ମୃତ୍ୟୁ ନେଇ ରାଜନୀତି କରନ୍ତୁ ନାହିଁ। ରାଜ୍ୟ ସରକାର ଯେତିକି ସହଯୋଗ କରିବା କଥା ତାହା କରିଛନ୍ତି। ମୋ ଝିଅର ଆତ୍ମାର ସଦ୍ଗତି ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ।