
ମୋହନା: ଆର. ଉଦୟଗିରି ଆରଡବ୍ଲୁ୍ୟଏସଏସ ବିଭାଗୀୟ ଯନ୍ତ୍ରୀ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ପାଣି ବଦଳରେ ପିଅନ ପରିସ୍ରା ପାଇଆଇ ଦେଇଥିବା ଯନ୍ତ୍ରୀ ଅଭିଯୋଗ ଆଣିଛନ୍ତି । ଏନେଇ ଆର. ଉଦୟଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି ।
ଗତ ୨୩ ତାରିଖ ଦିନ ପାଣି ବଦଳରେ ପିଅନ ପରିସ୍ରା ପାଇଆଇ ଦେଇଥିବା ଯନ୍ତ୍ରୀ ଅଭିଯୋଗ ଆଣିଛନ୍ତି । ଯନ୍ତ୍ରୀ ଜଣକ ଜାଣିନପାରି ପରିସ୍ରା ପିଇ ଦେବାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ । ଏନେଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେବା ପରେ ଯନ୍ତ୍ରୀ ଜଣକ ଉଦୟଗିରି ଥାନାରେ ଅଭିଯୋଗ କରିଛନ୍ତି ।