ଯନ୍ତ୍ରୀଙ୍କ ୧୮ ପ୍ଲଟ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବିପୁର ସମ୍ପତ୍ତି ଠାବ କରାଯାଇଛି । ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ୨ଟି ବହୁତଳ କୋଠା ଠାବ କରାଯାଇଛି । ଭୁବନେଶ୍ୱରରେ ୬ଟି ପ୍ଲଟ ସମେତ ମୋଟ ୧୮ଟି ପ୍ଲଟ ଠାବ କରାଯାଇଛି । ସେହିପରି ୮୫୦ ଗ୍ରାମ ସୁନା ମଧ୍ୟ ଠାବ କରାଯାଇଛି । ବ୍ୟାଙ୍କ ଜମା ଓ ବୀମା ଜାଣିବାକୁ ଯାଞ୍ଚ ଜାରି ରହିଛି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବିଶ୍ୱନାଥଙ୍କ ଜୟପୁର, ଗଞ୍ଜାମ ଓ ଭୁବନେଶ୍ୱରରେ ଥିବା ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଜୟପୁରରେ ତିନି ମହଲା କୋଠା, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର କୋଳିସାହିରେ ଦୁଇ ମହଲା ବିଲଡିଂ, ଜୟପୁର ବ୍ଲକ ଅଫିସ ଚାମ୍ବର, ଜୟପୁର ମ୍ୟୁନିସିପାଲିଟି ଅଫିସ ଚାମ୍ବର ଓ ଭୁବନେଶ୍ୱର ନିଳାଦ୍ରୀ ବିହାରରେ ସମ୍ପର୍କୀୟଙ୍କ ଘରେ ଏହି ଚଢ଼ାଉ କରାଯାଇଛି।ବିଶ୍ୱନାଥ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତତନ୍ତ କରି ତାଙ୍କ ଘରେ ଚଢ଼ାଉ କରିଛି। ପୌରପାଳିକାର ଯନ୍ତ୍ରୀ ଦାୟିତ୍ୱ ମଧ୍ୟ ଅଛନ୍ତି ବିଶ୍ୱନାଥ। ଏହି ରେଡରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ୨ ଜଣ ଡିଏସପି ଓ ୮ ଇନିସପେକ୍ଟର ଓ ୬ ଏଏସଆଇ ଚଢ଼ାଉରେ ସାମିଲ ଅଛନ୍ତି।

  • Garvita Odia

    Related Posts

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଯାଜପୁର: ଭିଜିଲାନ୍ସ ଜାଲରେ ଏବେ ଆଉ ଜଣେ ସରକାରୀ ବାବୁ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ କାର୍ୟ୍ୟାଳୟରେ କାର୍ୟ୍ୟରତ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ବା ବରିଷ୍ଠ ରାଜସ୍ବ ସହାୟକ ହେମନ୍ତ କୁମାର ପେରେଇ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

    ପୁଅର ଟାଙ୍ଗିଆ ଚୋଟରେ ମାଆ ମୃତ

    କେନ୍ଦୁଝର: ପୁଅର ଟାଙ୍ଗିଆ ଚୋଟରେ ମାଆ ମୃତ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ମେଲାଣ ରଙ୍ଗମାଟିଆ ସାହିରେ ଅଘଟଣ । ପୁଅର ଟାଙ୍ଗିଆ ଚୋଟରେ ମାଆର ମୃତ୍ୟୁ ହୋଇଛି । ମୃତକ ହେଲେ ଗ୍ରାମର ରିଣ୍ଡି ସୋରେନ । ମହିଳାଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲେ ବିଜୟ ପଟ୍ଟନାୟକ

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ  ଦାବି କଲେ ବିଜୟ ପଟ୍ଟନାୟକ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ