
ଭୁବନେଶ୍ବର: ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି । ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଯୋଗ ଦେବା ପାଇଁ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟିଙ୍କୁ ନିମନ୍ତ୍ରଣ କରିଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ କୁମାର ପାଢୀ ।ମଙ୍ଗଳବାର ଦିନ ମୁଖ୍ୟ ପ୍ରଶାସକ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ପୁରୀରେ ରଥଯାତ୍ରାରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି । ଏହି ଅବସରରେ ମୁଖ୍ୟ ପ୍ରଶାସକ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସୁଗମ ଏବଂ ନିରାପଦ ପରିଚାଳନା ପାଇଁ ଚାଲିଥିବା ବିସ୍ତୃତ ପ୍ରସ୍ତୁତି ବିଷୟରେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ଦେଶ ଏବଂ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଆଗମନ ହେବ । ଏହାକୁ ଦୃଷ୍ଟିରୁ ଏହାର ଯଥାଯଥ ପରିଚାଳନା କରିବା ପାଇଁ କରାଯାଉଥିବା ବ୍ୟାପକ ବ୍ୟବସ୍ଥା ଉପରେ ସେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି । ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନର ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ରଥଯାତ୍ରାର ସଫଳ ଆୟୋଜନ ଏବଂ ଶାନ୍ତିପୂର୍ଣ୍ଣ ପାଳନ ପାଇଁ ଶୁଭକାମନା ଜଣାଇଛନ୍ତି