ରାଜ୍ୟରେ ଆଉ ୭ କୋଭିଡ ପଜିଟିଭ୍ ଚିହ୍ନଟ, ମୋଟ ୩୦

ଭୁବନେଶ୍ବର: ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଏଯାବତ୍ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬, କଟକ ଜିଲ୍ଲାରୁ ୯ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଣେ ପୁରୀ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ପ୍ରଜାତି ୨୦୨୩ ଅଗଷ୍ଟରେ ଚିହ୍ନଟ ହୋଇଥିଲା। ଏହା ଓମିକ୍ରନ୍‌ର ଏକ ଉପପ୍ରଜାତି; ସେତେଟା ଘାତକ ନୁହେଁ। ଏଥିରେ ମଧ୍ୟମ ଧରଣର ଜ୍ବର, କାଶ ଓ ଥଣ୍ଡା ହୋଇଥାଏ। ତେବେ ବୟସ୍କ ଓ ଏକାଧିକ ଜଟିଳ ରୋଗ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଘାତକ ହୋଇପାରେ। ତେଣୁ ଏହି ବର୍ଗର ଲୋକମାନେ କୋଭିଡ୍‌ ନିର୍ଦ୍ଦେଶାବଳୀକୁ ପାଳନ କରିବାର ଆବଶ୍ୟକତା ରହିଛି।

  • Garvita Odia

    Related Posts

    ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା

    ଭୁବନେଶ୍ବର: ଆସନ୍ତା ୩ ଦିନ ଯାଏଁ ଗରମ ଗୁଳୁଗୁଳିରେ ସନ୍ତୁଳି ହେବେ ଉପକୂଳବର୍ତ୍ତି ଅଞ୍ଚଳ । ଆସନ୍ତା ୨୪ଘଣ୍ଟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର , ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାରେ ଅଧିକ ଗୁଳୁଗୁଳି ଅନୁଭୁତ…

    ସମୁଦ୍ରରେ ଭାସିଯାଇ ଛାତ୍ର ନିଖୋଜ

    ପାରାଦୀପ : ଇଦ୍ ପାଳିବା ପାଇଁ ଆସିଥିଲେ ପାରାଦୀପ । ୭ ଜଣ ସାଙ୍ଗ ସମୁଦ୍ରର ଲହଡିରେ ମଜାମସ୍ତି କରୁଥିଲେ । ହଠାତ୍ ଆସିଲା ଏକ ବଡ଼ ଲହଡ଼ି ଏବଂ ଜଣେ ଛାତ୍ରକୁ ଟାଣିନେଲା । ନିଜ ଆଖି ସାମ୍ନାରେ ସାଙ୍ଗ…

    Leave a Reply

    Your email address will not be published. Required fields are marked *

    You Missed

    ୭ ମାଓବାଦୀ ନିହତ

    ୭ ମାଓବାଦୀ ନିହତ

    ଡାକ୍ତରଖାନାରେ ଭର୍ତ୍ତି ସୋନିଆ ଗାନ୍ଧୀ

    ଡାକ୍ତରଖାନାରେ ଭର୍ତ୍ତି ସୋନିଆ ଗାନ୍ଧୀ

    ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା

    ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା

    ସମୁଦ୍ରରେ ଭାସିଯାଇ ଛାତ୍ର ନିଖୋଜ

    ସମୁଦ୍ରରେ ଭାସିଯାଇ ଛାତ୍ର ନିଖୋଜ

    ୮୦ ହଜାର ଟଙ୍କା ଖାଇଗଲେ ହାତୀ

    ୮୦ ହଜାର ଟଙ୍କା ଖାଇଗଲେ ହାତୀ

    ବନ୍ଦ ଘରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

    ବନ୍ଦ ଘରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର