ରାହୁଲ ଗାନ୍ଧି ଜଣେ କମେଡିଆନ ବା ଜୋକର: ଜୟନାରାୟଣ

ଭୁବନେଶ୍ବର: ଆସନ୍ତା ୧୧ ତାରିଖରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ସମାବେଶରେ ଉଭୟ ଯୋଗ ଦେବେ।
ସେପଟେ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଆସିବା ନେଇ କଟାକ୍ଷ କରିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି,”କପିଲ ଶର୍ମା କମେଡି ସୋ ଯେମିତି ରାହୁଲ ଗାନ୍ଧି ମଧ୍ୟ ଜଣେ କମେଡିଆନ ବା ଜୋକର। ତେଣୁ ଜଣେ ଜୋକର ଆସିଲେ କିଛି ପ୍ରଭାବ ପଡ଼ିବ ନାହିଁ। କଂଗ୍ରେସ ପାର୍ଟିର ଡାଇମେନସନ୍ କେମିତି ହେଲାଣି ସମସ୍ତେ ଦେଖୁଛନ୍ତି,” ବୋଲି କହି ତାଛଲ୍ୟ କଲେ ଜୟନାରାୟଣ।ଜୟନାରାୟଣ କହିଛନ୍ତି,”କଂଗ୍ରେସ ଦଳ ଆଗାମୀ ଶତାବ୍ଦୀରେ ବି ଉଧେଇବାର ସମ୍ଭାବନା ନାହିଁ। ରାହୁଲଙ୍କୁ ବାର୍ତ୍ତା ଦେଇ ଆସେ କି ? ସେ କି ବାର୍ତ୍ତା ଦେବେ। ଟି-ସର୍ଟ ପିନ୍ଧିବା ବାର୍ତ୍ତା ଦେବେ କି ରାହୁଲ ଗାନ୍ଧି। ରାହୁଲ ଗାନ୍ଧି ରାଜୀବଙ୍କ ପୁଅ, ରାଜୀବ ଇନ୍ଦିରା ଗାନ୍ଧିଙ୍କ ପୁଅ, ଇନ୍ଦିରା ଗାନ୍ଧି ନେହେରୁଙ୍କ ଝିଅ। ତେଣୁ ସେମାନେ ବଂଶାନୁକ୍ରମିକ ଭାବେ ଚାଲାଇଛନ୍ତି। ସେମାନେ ପାର୍ଟିକୁ ନିଜର ସମ୍ପତ୍ତି କରି ରଖିଛନ୍ତି। ଜାନକୀବଲ୍ଲଭ ପଟ୍ଟନାୟକ କଂଗ୍ରେସ ଶାସନ କାଳରେ ଯେଉଁ ସବୁ କାମ କରି ଯାଇଛନ୍ତି, କେହି କଂଗ୍ରେସକୁ ଗ୍ରହଣ କରିବେ ନାହିଁ। ସେମାନେ ପୁଣି ଶାସନକୁ ଆସିବେ ବୋଲି ଆଶା କରିବା ଭୁଲ। ସଶକ୍ତ ବିରୋଧୀ ଦଳ ରଖିବା ଦରକାର। କଂଗ୍ରେସ ଦେହରେ ନ୍ୟୁଟ୍ରିସନ ନାହିଁ। ଯଦି କଂଗ୍ରେସର ନ୍ୟୁଟ୍ରିସନ୍ ଦରକାର ତେବେ ଆମେ ଦେବୁ”, ବୋଲି କହି ସମାଲୋଚନା କଲେ ଜୟନାରାୟଣ।

  • Related Posts

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    କଟକ: ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଓ ତିନି ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶୁକ୍ରବାର ରାଜ୍ୟ କଂଗ୍ରେସ ପକ୍ଷରୁ କଟକ ସ୍ଥିତ ଡିଜି ଅଫିସ ସମ୍ମୁଖରେ ପ୍ରତିବାଦ କରାଯାଇଛି। ରାଜ୍ୟ ସଭାପତି ଭକ୍ତ ଦାସଙ୍କ ନେତୃତ୍ଵରେ ଏହି ପ୍ରତିବାଦ ସଭା କରାଯାଇଛି। ଏଥିରେ…

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ

    ଭୁବନେଶ୍ବର: ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବନି ବୋଲି ପୂର୍ବତନ ସାଂସଦ ମହେଶ ସାହୁ କହିଛନ୍ତି। ସେ କହିଛନ୍ତି, ଦଳ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ କଦାପି ସମର୍ଥନ କରିବ ନାହିଁ। ଏନଡିଏଯାହାଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରିବ,…

    Leave a Reply

    Your email address will not be published. Required fields are marked *

    You Missed

    କେନ୍ଦ୍ର କ୍ୟାବିନେଟ: ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି

    କେନ୍ଦ୍ର କ୍ୟାବିନେଟ: ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି

    ଶନିବାର କୋରାପୁଟ ଯିବେ ମୁଖ୍ୟମନ୍ତ୍ରୀ

    ଶନିବାର କୋରାପୁଟ  ଯିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ଵର ଏମ୍‌ସରେ ସିବିଆଇ ଚଢ଼ାଉ

    ଭୁବନେଶ୍ଵର ଏମ୍‌ସରେ ସିବିଆଇ ଚଢ଼ାଉ

    ଝିଆରୀକୁ ଗର୍ଭବତୀ କଲା ପିଉସା

    ଝିଆରୀକୁ ଗର୍ଭବତୀ କଲା ପିଉସା

    ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ପୀଡ଼ିତାଙ୍କ ଘରେ ଫୋରେନସିକ ଟିମ୍‌ର ତଦନ୍ତ

    ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ପୀଡ଼ିତାଙ୍କ ଘରେ ଫୋରେନସିକ ଟିମ୍‌ର ତଦନ୍ତ

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ