ରିପୋର୍ଟ କାର୍ଡ ରଖିବେ ସରକାର

ଭୁବନେଶ୍ୱର: ସରକାର ସହର ଓ ଗାଁକୁ ଯିବେ । ଲୋକଙ୍କ ପାଖରେ ପହଞ୍ଚିବେ । ବର୍ଷକ ମଧ୍ୟରେ ଦେଇଥିବା ପ୍ରତିଶ୍ରୁତି କେତେ ପାଳନ କରିଛନ୍ତି ତାର ରିପୋର୍ଟ କାର୍ଡ ରଖିବେ । ଜୁନ୍‌ ୧୨ରେ ରାଜ୍ୟ ବିଜେପି ସରକାରକୁ ବର୍ଷେ ପୂରୁଥିଲା ବେଳେ ରାଜ୍ୟ ସରକାର ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବେ । ଏ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇପାରନ୍ତି । ଏ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟ ସରକାର ଜୁନ୍‌ ୧୨ରୁ ସପ୍ତାହେ ବ୍ୟାପୀ ‘ଉତ୍ତରଦାୟୀ କାର୍ୟ୍ୟକ୍ରମ’ ପାଳନ କରିବେ । ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲାସ୍ତରରେ ଜନକଲ୍ୟାଣ ପାଇଁ ସରକାର କଣ କରିଛନ୍ତି ତାହା ଲୋକଙ୍କୁ ଜଣାଇବେ । ପ୍ରତି ପୌରସଂସ୍ଥାରେ ମଧ୍ୟ ଏ ବର୍ଷ ପୂର୍ତ୍ତି ଉତ୍ସବର ଆୟୋଜନ ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି ।
ରାଜ୍ୟର ବିଜେପି ସରକାରକୁ ଆଉ ୩ ସପ୍ତାହ ପରେ ବର୍ଷ ପୂରିବ । ସରକାରଙ୍କର ଏହି ବର୍ଷ ପୂର୍ତ୍ତିକୁ ଧୂମ୍‌ଧାମରେ ପାଳନ କରିବାକୁ ଆପାତତଃ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଏକରକମ ପ୍ରସ୍ତୁତି ମଧ୍ୟ ଜୋର ଧରିଲାଣି । ବଡ଼ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛନ୍ତି ଉଭୟସରକାର ଓ ବିଜେପି ସଂଗଠନ । ପ୍ରତି ବିଭାଗ ନିଜ କାମରେ କେତେ ଦକ୍ଷତା ପ୍ରଦର୍ଶନ କରିଛି ତା’ର ରିପୋର୍ଟ କାର୍ଡ ପ୍ରସ୍ତୁତ ଚାଲିଛି । ମନ୍ତ୍ରୀମାନଙ୍କ ଦକ୍ଷତାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।ସରକାରଙ୍କ ସଫଳତା ଓ ଉପଲବ୍ଧିକୁ ନେଇ ରାଜ୍ୟବାସୀଙ୍କ ନିକଟକୁ ଯିବେ ମନ୍ତ୍ରୀ । ଜୁନ୍‌ ୧୨ରୁ ୧୯ ଯାଏଁ ଚାଲିବ କାର୍ୟ୍ୟକ୍ରମ । ସରକାରଙ୍କ ବର୍ଷ ପୂର୍ତ୍ତିର ହିସାବ କିତାବ ଦେବ ବିଜେପି । ଯଦି ସବୁକିଛି ଠିକଠାକ୍‌ ହୁଏ ତେବେ ସରକାର ରାଜ୍ୟସ୍ତରୀୟ ଭବ୍ୟ ସମାରୋହର ଆୟୋଜନ କରିବେ । ଶପଥ ଗ୍ରହଣ ଉତ୍ସବ ଭଳି ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ସହ ଯୋଗାଯୋଗରେ ଅଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ସହ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ ମଧ୍ୟ ଏ ଉତ୍ସବରେ ଯୋଗ ଦେବା ସମ୍ଭାବନା ରହିଛି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

  • Garvita Odia

    Related Posts

    ପରିଚାଳନାଗତ ତ୍ରୁଟି ଯୋଗୁଁ ହିଁ ନିର୍ବାଚନ ହାରିଲୁ : ଶଶିଭୂଷଣ

    ଭୁବନେଶ୍ୱର: ବିଜେଡି ବରିଷ୍ଠ ନେତା ଶଶିଭୂଷଣ ବେହେରା କହିଛନ୍ତି, ବିଜେଡି ଶକ୍ତିର କ୍ଷୟ ଘଟିଛି। ପରିଚାଳନାଗତ ତ୍ରୁଟି ଯୋଗୁଁ ହିଁ ନିର୍ବାଚନ ହାରିଲୁ। ବିଜୁ ଜନତା ଦଳ ଯୁବ ବର୍ଗଙ୍କୁ ସୁଯୋଗ ଦେଉ। ହେଲେ ଅଭିଜ୍ଞଙ୍କ ପରାମର୍ଶକୁ ଅଣଦେଖା ନ କରୁ।…

    ରାଜ୍ୟରେ କଂଗ୍ରେସ ବର୍ତ୍ତମାନ ଏକମାତ୍ର ବିକଳ୍ପ:ଜୟଦେବ ଜେନା

    ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ସୃଷ୍ଟି ହେବ କି ନୂଆ ସମୀକରଣ । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କ ବୟାନ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ସେ କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସ ବର୍ତ୍ତମାନ ଏକମାତ୍ର…

    Leave a Reply

    Your email address will not be published. Required fields are marked *

    You Missed

    ପରିଚାଳନାଗତ ତ୍ରୁଟି ଯୋଗୁଁ ହିଁ ନିର୍ବାଚନ ହାରିଲୁ : ଶଶିଭୂଷଣ

    ପରିଚାଳନାଗତ ତ୍ରୁଟି ଯୋଗୁଁ ହିଁ ନିର୍ବାଚନ ହାରିଲୁ :  ଶଶିଭୂଷଣ

    ଆହାର କେନ୍ଦ୍ରରେ ଖାଇଲେ ଓଏଏସ ଅଧିକାରୀ ପ୍ରଶିକ୍ଷାର୍ଥୀ

    ଆହାର କେନ୍ଦ୍ରରେ ଖାଇଲେ  ଓଏଏସ  ଅଧିକାରୀ ପ୍ରଶିକ୍ଷାର୍ଥୀ

    କେଦାରନାଥରେ ହେଲି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

    କେଦାରନାଥରେ ହେଲି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

    ରାଜ୍ୟରେ କଂଗ୍ରେସ ବର୍ତ୍ତମାନ ଏକମାତ୍ର ବିକଳ୍ପ:ଜୟଦେବ ଜେନା

    ରାଜ୍ୟରେ କଂଗ୍ରେସ ବର୍ତ୍ତମାନ ଏକମାତ୍ର ବିକଳ୍ପ:ଜୟଦେବ ଜେନା

    ଟାଟାର ୬୪ ହଜାର କୋଟିର ପ୍ରକଳ୍ପ୨୨ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

    ଟାଟାର ୬୪ ହଜାର କୋଟିର ପ୍ରକଳ୍ପ୨୨ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

    ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

    ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ