
ଜଳେଶ୍ଵର: ପୁଣି ଖାକିରେ କଳଙ୍କ । ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରି ଗର୍ଭବତୀ କରି ଧୋକା ଦେଲେ ମାଲକାନଗିରି SOGର ଟ୍ରେନିଂ ପ୍ରାପ୍ତ ସବଇନ୍ସପେକଟର ବିଜୟ କୁମାର ସାହୁ । ଯୁବତୀଙ୍କ ଅଭିଯୋଗ ପରେ ଗରିଫ କଲା ବାଲିଆପାଳ ପୋଲିସ । ସବଇନ୍ସପେକଟର ବିଜୟଙ୍କ ଘର ବାଲିଆପାଳ ବ୍ଳକ୍ ବଡତାଳ ପଦା ଗାଁରେ ବୋଲି ଜଣାପଡିଛି । ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ କରିବା ସହ ଗର୍ଭବତୀ କରିଛନ୍ତି ପୋଲିସ ଏସଆଇ ଜଣକ । ପରେ ବିବାହ କରିବାକୁ କଲେ ମନା କରିଥିବା ନେଇ ଥାନାରେ ଅଭିଯୋଗ ପରେ ପୋଲିସ ବାବୁଙ୍କୁ ଗିରଫ କରିଛି ପୋଲିସ ।
ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବଡ଼ ତାଳପଦା ଗ୍ରାମର ବିଜୟ ସାହୁ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ । ହେଲେ ବିଜୟ ପୋଲିସ ଚାକିରି କରିବା ପରେ ଯୁବତୀଙ୍କୁ ବିବାହ କରିବାକୁ ମନା କରିଥିଲେ । ଏହାକୁ ନେଇ ଯୁବତୀ ଜଣଙ୍କ ବାଲିଆପାଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବିଜୟଙ୍କୁ ଗିରଫ କରିଛି ।