
ଭୁବନେଶ୍ୱର: ବଳାଙ୍ଗା ପୀଡ଼ିତାଙ୍କ ମୃତୁ୍ୟକୁ ନେଇ ଇସ୍ତଫା ପ୍ରସଙ୍ଗରେ ବିରୋଧୀଙ୍କ ଦାବି ପ୍ରସଙ୍ଗରେ ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ମୋ ଇସ୍ତଫାରେ ଯଦି ବଳଙ୍ଗା ପୀଡ଼ିତାଙ୍କ ଜୀବନ ଫେରିପାରିବ ତେବେ ମୁଁ ପ୍ରସ୍ତୁତ । ମୁଁ ଶହେ ଥର ଇସ୍ତଫା ଦେବାକୁ ପ୍ରସ୍ତୁତ । ମାତ୍ର ମୃତକଙ୍କ ପରିବାରକୁ ନେଇ ରାଜନୀତିକୁ କରିବାକୁ ମୁଁ ପସନ୍ଦ କରେ ନାହିଁ ।
ବଳଙ୍ଗା ପୀଡ଼ିତାଙ୍କ ଶେଷ ଦର୍ଶନ ପରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ପୀଡ଼ିତାଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିଥିଲେ, କିନ୍ତୁ ବଞ୍ଚାଇ ହେଲାନି । ଆମେ ସମସ୍ତେ ଦୁଃଖ ପ୍ରକାଶ କରିସାରିଛୁ । ରାଜ୍ୟ ସରକାର ପୀଡ଼ିତାଙ୍କ ପରିବାର ସହ ଅଛନ୍ତି, ସବୁ କରିବାକୁ ପ୍ରସ୍ତୁତ । ଝିଅ ପରିବାର ବହୁତ ଗରିବ, ସେମାନଙ୍କୁ ସରକାର ସବୁ ସୁବିଧା ଯୋଗାଇଦେବେ । ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ପରିବାର ପାଇଁ ଯାହା କରିବାର ଅଛି କରିବୁ । ଶେଷ ଯାଏଁ ପୋଲିସ ଉପରେ ଭରସା ରଖନ୍ତୁ, ଯାହା ସତ୍ୟ ପଦାକୁ ଆସିବ ।
ବାଲେଶ୍ବର ଏଫ୍ଏମ୍ କଲେଜ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ବିଳମ୍ବରେ ହେଲେ ବି ଆମ ସରକାର ନ୍ୟାୟ ଦେବେ । ଏହି ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି । ଆଇନର ଉର୍ଦ୍ଧ୍ବରୁ କେହି ନୁହନ୍ତି । ବିଳମ୍ବରେ ହେଲେ ବି ନ୍ୟାୟ ମିଳିବ । ତଦନ୍ତ ବନ୍ଦ ହୋଇନାହିଁ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।