ଶିକ୍ଷକ ବଦଳି ପାଇଁ ବିଧାୟକ ଓ ସାଂସଦଙ୍କ ସୁପାରିସରେ ଅନ୍ତରୀଣ ରହିତାଦେଶ

କଟକ : ରାଜ୍ୟ ସରକାର ନିକଟରେ ବିଧାୟକ ଓ ସାଂସଦଙ୍କ ସୁପାରିସ ଭିତ୍ତିରେ ଶିକ୍ଷକଙ୍କ ବଦଳି ସମ୍ପର୍କିତ ନିଷ୍ପତ୍ତି ନେଇଥିବା ବେଳେ ଏହି ସୁପାରିସ ଆଧାରରେ କରାଯାଇଥିବା ବଦଳି ଆଦେଶକୁ ବିରୋଧ କରି କେତେକ ଶିକ୍ଷକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ସମ୍ପର୍କିତ ଦୁଇଟି ମାମଲାର ଶୁଣାଣି କରି ଆବେଦନକାରୀ ଶିକ୍ଷକଙ୍କ ବଦଳି ଆଦେଶ ଉପରେ ପରବର୍ତ୍ତୀ ଶୁଣାଣି ପର୍ୟ୍ୟନ୍ତ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ଫକିର ମହାନନ୍ଦ ଓ ରାହୁଲ ତ୍ରିପାଠୀଙ୍କ ତରଫରୁ ରୁଜୁ ଆବେଦନର ଶୁଣାଣି କରି ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ପ୍ରତିପକ୍ଷ ରାଜ୍ୟ ସରକାର ଓ ଅନ୍ୟ ମାନଙ୍କୁ ନୋଟିସ କରିବା ସହ ଜବାବ ତଲବ କରିଛନ୍ତି ଅଦାଲତ।

ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ବିଧାୟକ ଓ ସାଂସଦ ମାନେ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ପର୍ୟ୍ୟନ୍ତ ଯୋଗ୍ୟ ଶିକ୍ଷକଙ୍କୁ ବଦଳି ପାଇଁ ସୁପାରିସ କରିପାରିବେ ବୋଲି ସରକାର ନେଇଥିବା ନିଷ୍ପତ୍ତିକୁ ବିଭାଗୀୟ ଯୁଗ୍ମ ସଚିବଙ୍କ ପକ୍ଷରୁ ଗତ ମେ୧୩ ତାରିଖରେ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଦିଆଯାଇଥିଲା। ବଦଳି ସୁପାରିସ ଜିଲ୍ଲାସ୍ତରୀୟ ବଦଳି କମିଟି(ଡିଏଲଟିସି)କୁ ମେ୧୫ରୁ ଜୁନ୧୫ ମଧ୍ୟରେ ପଠାଯିବା ପରେ କମିଟି କାର୍ୟ୍ୟକାରୀ କରିବ ବୋଲି ଉଲ୍ଲେଖ ଥିଲା। ଆବେଦନକାରୀ କଳହାଣ୍ଡି ଜିଲ୍ଲାର ଶିକ୍ଷକଙ୍କୁ ମଧ୍ୟ ଅନୁରୁପ ଭାବ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ସୁପାରିସ କ୍ରମେ ବଦଳି କରାଯାଇଥିଲା। ଏପରିକି ଆବେଦନକାରୀଙ୍କୁ ୧୦୦କିଲୋମିଟର ଦୂରକୁ ବଦଳି ପାଇଁ ଆଦେଶ ଜାରି ହୋଇଥିଲା। ଏଭଳି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବଦଳି ନିଷ୍ପତ୍ତି ପାଇଁ କୌଣସି କ୍ଷମତା କିମ୍ବା ଯଥାର୍ଥତା ନ ଥିବା ବେଳେ ବଦଳି ଆଦେଶକୁ ବେଆଇନ ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଚାରି ସପ୍ତାହ ପରେ ହେବ ବୋଲି ଅଦାଲତ ଧାର୍ୟ୍ୟ କରିଛନ୍ତି।

  • Garvita Odia

    Related Posts

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ଭୁବନେଶ୍ବର: ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଘୋଷଣା ହୋଇଛି। ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ମିଳିବ। ତରଙ୍ଗ ସିନେ ପ୍ରଡକସନ୍ସର ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ବିବେଚିତ ହୋଇଛି। ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ…

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲେ ବିଜୟ ପଟ୍ଟନାୟକ

    ଭୁବନେଶ୍ୱର : ଓଟିଇଟି ପ୍ରଶ୍ନପତ୍ର ଲିକ୍ ନେଇ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ସହ ପ୍ରଶାସନିକ ତଦନ୍ତ ଦାବି କଲେ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ। ସେ କହିଛନ୍ତି, ଓଟିଇଟି ପ୍ରଶ୍ନପତ୍ର ଲିକ୍ ନେଇ ବୋର୍ଡ ଉପସଭାପତିଙ୍କ ଭୂମକା ନେଇ ପ୍ରଶ୍ନ ଉଠୁଛି।…

    Leave a Reply

    Your email address will not be published. Required fields are marked *

    You Missed

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲେ ବିଜୟ ପଟ୍ଟନାୟକ

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ  ଦାବି କଲେ ବିଜୟ ପଟ୍ଟନାୟକ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଲୋୟର ପିଏମଜିରେ ସିଆର୍‌ପି ସିଏମ୍‌ଙ୍କ ବିକ୍ଷୋଭ

    ଲୋୟର ପିଏମଜିରେ ସିଆର୍‌ପି ସିଏମ୍‌ଙ୍କ ବିକ୍ଷୋଭ

    ଡିଜିଟାଲ୍ ପରିବର୍ତନ ଏବଂ ନୂତନ ଉଦ୍ଭାବନକୁ ନେଇ ଆଇବିସିଏସ୍ ପକ୍ଷରୁ ଜାତୀୟ ସମ୍ମିଳନୀ ଆୟୋଜିତ

    ଡିଜିଟାଲ୍ ପରିବର୍ତନ ଏବଂ ନୂତନ ଉଦ୍ଭାବନକୁ ନେଇ ଆଇବିସିଏସ୍ ପକ୍ଷରୁ ଜାତୀୟ ସମ୍ମିଳନୀ ଆୟୋଜିତ