ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

ଗୁଣାତ୍ମକ ଉଚ୍ଚଶିକ୍ଷା ଓ ଉତମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦେଶରେ ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ୧୯ ବର୍ଷରେ ପଦାର୍ପଣ କରିଛି । ଉକ୍ରୃଷ୍ଟ ବୃତିଗତ ଉଚ୍ଚଶିକ୍ଷା ଓ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନର ଉକ୍ରର୍ଷ କେନ୍ଦ୍ର ଭାବେ ନିଜକୁ ଗଢ଼ି ତୋଳିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ରହିଛି ଦୀର୍ଘ ୩ ଦଶନ୍ଧିର ସମୃଦ୍ଧ ପରମ୍ପରା । ୧୯୯୬ ମସିହାରେ ଏକ ନମ୍ର ପ୍ରୟାସରୁ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଆଜି ଏକ ଉକ୍ରୃଷ୍ଟ ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ପ୍ରତିଷ୍ଠା କରିପାରିଛି । ଗୁଣାତ୍ମକ ଶିକ୍ଷା ଓ ଅଭିନବ ଗବେଷଣା ଉପରେ ଅଧିକ ଗୁରୁତ୍ୱ ଦେଇ ସୋଆ ସମାଜର ହିତ ନିମନ୍ତେ ଅବିରତ କାର୍ଯ୍ୟ କରି ଚାଲିଛି ।
ସୋଆ ୨୦୦୭ ମସିହା ଜୁଲାଇ ୧୭ ତାରିଖରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଡିମ୍ଡ ଟୁ ବି ୟୁନିଭର୍ସିର୍ଟିର ମାନ୍ୟତା ପାଇଥିଲା । ୧୯୯୬ ମସିହାରେ ଏକ ଇଞ୍ଜିନିୟରିଂ କଲେଜର ସ୍ଥାପନାରୁ ସୋଆର ଯାତ୍ରା ଆରମ୍ଭ ହୋଇଥିଲା । ଆଜି ଏହି କଲେଜ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ନାମରେ ବିଖ୍ୟାତ ।
ସୋଆରେ ପ୍ରାୟ ୧୮ ହଜାରରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ୩୦ଟି ଦେଶରୁ ପ୍ରାୟ ୪୦୦ ବିଦେଶୀ ଛାତ୍ରଛାତ୍ରୀ ଅନ୍ତର୍ଭୁକ୍ତ ଯେଉଁମାନେ ନିଜର ଭବିଷ୍ୟତ ଗଢିବା ପାଇଁ ସୋଆକୁ ଚୟନ କରିଛନ୍ତି । ସେହିପରି ସୋଆରେ ୧୨ ହଜାରରୁ ଉଦ୍ଧ୍ୱର୍ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ।
ନାରୀ ଶିକ୍ଷା ଓ ମହିଳା ସଶକ୍ତିକରଣକୁ ଅଧିକ ମହତ୍ୱ ଓ ଗୁରୁତ୍ୱ ଦେଉଥିବା ସୋଆର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୫୨ ପ୍ରତିଶତରୁ ଅଧିକ ହେଉଛନ୍ତି ଛାତ୍ରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ୪୨ ପ୍ରତିଶତରୁ ଅଧିକ ମହିଳା କାର୍ଯ୍ୟରତ ।
ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ କେବଳ ଏହି ଶିକ୍ଷାନୁଷ୍ଠାନର ବିନ୍ଧାଣୀ ନୁହଁନ୍ତି ବରଂ ଶିକ୍ଷା କ୍ଷେତ୍ରର ଏଭଳି ଜଣେ ନେତୃସ୍ଥାନୀୟ ବ୍ୟକ୍ତିତ୍ୱ ଯିଏ କି ରାଜ୍ୟରେ ଏକ ବିଶ୍ୱସ୍ତରୀୟ ଶିକ୍ଷାକେନ୍ଦ୍ର ଗଢ଼ି ତୋଳିବାର ସ୍ୱପ୍ନ ଦେଖିଥିଲେ ।
ଛୋଟ ପଦକ୍ଷେପରୁ ଏକ ବିଶାଳ ଅନୁଷ୍ଠାନ ଗଢ଼ିବାରେ ପ୍ରଫେସର ନାୟକଙ୍କର ଯାତ୍ରା କେବଳ ପ୍ରେରଣାଦାୟୀ ନୁହେଁ ବରଂ ଆମ ସମାଜ ପାଇଁ ଏକ ବିଶାଳ ଉଦାହରଣ ସୃଷ୍ଟି କରିଛି ।
ଉକôର୍ଷ ମାନର ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ ସୋଆ ପକ୍ଷରୁ ବାରଟି ବୃତିଗତ ଶିକ୍ଷାନୁଷ୍ଠାନ ସ୍ଥାପିତ ହୋଇଛି । ଏହି ଅନୁଷ୍ଠାନ ଗୁଡିକ ହେଲା: –
୧. ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)- ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (୧୯୯୬ -୯୭ ଶିକ୍ଷା ବର୍ଷରେ ଆରମ୍ଭ ହୋଇଥିଲା)
୨. ଇନ୍ଷ୍ଟିଚୁ୍ୟଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ୍ (ଆଇବିସିଏସ୍) – ସୋଆର ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍ସେସ୍, (୧୯୯୭ -୯୮ ଶିକ୍ଷା ବର୍ଷରେ ଆରମ୍ଭ ହୋଇଥିଲା)
୩. ସମ୍ ନର୍ସିଂ କଲେଜ (ଏସ୍ଏନ୍ସି) – ଫ୍ୟାକଲ୍ଟି ଅଫ୍ ନର୍ସିଂ (୨୦୦୪-୦୫ ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିଲା)
୪. ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍) – ଫ୍ୟାକଲ୍ଟି ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ (୨୦୦୪-୦୫ ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିଲା)
୫. ସ୍କୁଲ ଅଫ୍ ଫାର୍ମାସୁ୍ୟଟିକାଲ୍ ସାଇନ୍ସେସ୍ (ଏସ୍ପିଏସ୍) – ଫ୍ୟାକଲ୍ଟି ଅଫ୍ ଫାର୍ମାସୁ୍ୟଟିକାଲ୍ ସାଇନ୍ସେସ୍ (୨୦୦୪-୦୫ ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିଲା)
୬. ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଡେଟାଂଲ୍ ସାଇନସେସ୍ (ଆଇଡିଏସ୍) – ଫ୍ୟାକଲ୍ଟି ଅଫ୍ ଡେଟାଂଲ୍ ସାଇନସେସ୍ (୨୦୦୬-୦୭ ଶିକ୍ଷା ବର୍ଷରେ ଆରମ୍ଭ ହୋଇଥିଲା)
୭. ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ (ଆଇଏମଏସ୍ ଆଣ୍ଡ ଏସ୍ଏଚ୍) – ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ (୨୦୦୭-୦୮ ଶିକ୍ଷା ବର୍ଷରେ ଆରମ୍ଭ ହୋଇଥିଲା)
୮. ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଲ’ (ଏସଏନଆଇଏଲ) – ଫ୍ୟାକଲ୍ଟି ଅଫ୍ ଲିଗାଲ୍ ଷ୍ଟଡିଜ୍ (୨୦୧୧-୧୨ ଶିକ୍ଷା ବର୍ଷରେ ଆରମ୍ଭ ହୋଇଥିଲା)
୯. ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନସେସ୍ (ଆଇଏଏସ୍) – ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍ଚରାଲ୍ ସାଇନସେସ୍ (୨୦୧୩-୧୪ ଶିକ୍ଷା ବର୍ଷରେ ଆରମ୍ଭ ହୋଇଥିଲା)
୧୦. ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଭେଟେରିନାରି ସାଇନ୍ସେସ ଆଣ୍ଡ ଆନିମଲ୍ ହଜ୍ବ୍ୟାଣ୍ଡରି (ଆଇଭିଏସ୍ଆଣ୍ଡଏଏଚ୍) – ଫ୍ୟାକଲ୍ଟି ଅଫ୍ ଭେଟେରିନାରୀ ସାଇନସେସ୍ (୨୦୨୨-୨୩ ଶିକ୍ଷା ବର୍ଷରେ ଆରମ୍ଭ ହୋଇଥିଲା)
୧୧. ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍-୨, ଫୁଲନଖରା କ୍ୟାମ୍ପସ୍, (ଆଇଏମଏସ୍ ଆଣ୍ଡ ଏସ୍ଏଚ୍)- ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍ସେସ୍ (୨୦୨୪-୨୫ ଶିକ୍ଷା ବର୍ଷରେ ଆରମ୍ଭ ହୋଇଛି)
୧୨. ସମ୍ ନର୍ସିଂ କଲେଜ-୨ ଫୁଲନଖରା କ୍ୟାମ୍ପସ୍, (ଏସ୍ଏନ୍ସି )- ଫ୍ୟାକଲ୍ଟି ଅଫ୍ ନର୍ସିଂ (୨୦୨୪-୨୦୨୫ ଶିକ୍ଷା ବର୍ଷରେ ଆରମ୍ଭ ହୋଇଛି)
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପରିଚାଳିତ ନ୍ୟାସନାଲ୍ ଇନ୍ଷ୍ଟିଚୁ୍ୟସନାଲ ର୍ୟାଙ୍କିଙ୍ଗ୍ ଫ୍ରେମ୍ୱାର୍କ (ଏନ୍ଆଇଆରଏଫ୍) ର୍ୟାଙ୍କିଙ୍ଗସ୍ ରେ ସୋଆ କ୍ରମାଗତ ଭାବେ ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ନିଜକୁ ସ୍ଥାନିତ କରିପାରିଛି । ୨୦୧୬ ମସିହାରୁ ଦୀର୍ଘ ୯ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜ ସ୍ଥାନ ବଜାୟ ରଖିଛି ସୋଆ । ୨୦୨୪ ମସିହାରେ ଏନ୍ଆଇଆରଏଫ୍ ର୍ୟାଙ୍କିଙ୍ଗ୍ ରେ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆ ମାନ୍ୟତା ପାଇଛି ।
ଏନ୍ଆଇଆରଏଫ୍ ର୍ୟାଙ୍କିଙ୍ଗସ୍ ୨୦୨୪ରେ ସୋଆ ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍ ) ଦେଶର ୨୬ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜର ମାନ୍ୟତା ପାଇଥିବାବେଳେ ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନସେସ୍ (ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ) ୨୧ତମ ଶ୍ରେଷ୍ଠ ମେଡିକାଲ୍ କଲେଜର ମାନ୍ୟତା ପାଇଛି ।
ସୋଆର ଆଇନ ଶିକ୍ଷା ପ୍ରଦାନକାରୀ ଅନୁଷ୍ଠାନ ସୋଆ ନ୍ୟାସନାଲ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଲ’ (ଏସଏନଆଇଏଲ) ଏନ୍ଆଇଆରଏଫ୍ ର୍ୟାଙ୍କିଙ୍ଗସ୍ ୨୦୨୪ରେ ଦେଶର ୯ମ ଶ୍ରେଷ୍ଠ ଲ’ କଲେଜର ମାନ୍ୟତା ପାଇଛି । ସେହିପରି ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଡେଂଟାଲ୍ ସାଇନସେସ୍ (ଆଇଡିଏସ୍ ) ଏନ୍ଆଇଆରଏଫ୍ ର୍ୟାଙ୍କିଙ୍ଗସ୍ ୨୦୨୪ରେ ୯ମ ଶ୍ରେଷ୍ଠ ଡେଂଟାଲ୍ କଲେଜ ଭାବେ ସ୍ଥାନୀତ ହୋଇଛି ।
ନ୍ୟାସନାଲ୍ ଆସେସ୍ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନସିଲ (ନାକ୍) ଦ୍ୱାରା ସୋଆକୁ ୨୦୨୨ରେ ସର୍ବାଧିକ ଗ୍ରେଡ୍ ଏ ++ ସହ ପୁନଃ ସ୍ୱୀକୃତି ପ୍ରଦାନ କରାଯାଇଛି । ସୋଆକୁ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନକାରୀ ସଂସ୍ଥା କୁ୍ୟଏସ୍ ଏବଂ ଟିଏଚ୍ଇ ୱାର୍ଲଡ ୟୁନିଭର୍ସିଟି ର୍ୟାଙ୍ଗିସ୍ ଦ୍ୱାରା ମଧ୍ୟ ମାନ୍ୟତା ମିଳିଛି ।
ବିଶ୍ୱବିଦ୍ୟାଳୟର ବିଭିନ୍ନ କଲେଜ ଗୁଡିକ ଦ୍ୱାରା ୩୧ଟି ଅଣ୍ଡର ଗ୍ରାଜୁଏଟ୍ ଏବଂ ୭୯ଟି ପୋଷ୍ଟ ଗ୍ରାଜୁଏଟ୍, ୧୫ଟି ପୋଷ୍ଟ ମାଷ୍ଟର, ପିଏଚ୍ଡି ଓ ପୋଷ୍ଟ ଡକ୍ଟରାଲ୍ ପ୍ରୋଗ୍ରାମ୍ ପ୍ରଦାନ କରାଯାଉଛି ।
ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆରେ ୧୮ଟି ଗବେଷଣା କେନ୍ଦ୍ରରେ ୨୭ଟି ବିଭିନ୍ନ ବିଷୟବସ୍ତୁକୁ ନେଇ ଗବେଷଣା କରାଯାଉଛି ।
ଏଥି ସହିତ ସୋଆ ପକ୍ଷରୁ ନିକଟରେ ୪ଟି ଇଂଟର ଡିସିପ୍ଲିନାରି ଗବେଷଣା କେନ୍ଦ୍ର – ସେଂଟର ଫର୍ କ୍ଳାଇମେଟ୍ ସ୍ମାର୍ଟ ଏଗ୍ରିକଲଚର୍, ସେଂଟର ଫର କ୍ୱାଂଟମ୍ସାଇନ୍ସ ଆଣ୍ଡ କ୍ୱାଂଟମ୍ ଟେକ୍ନୋଲଜି, ସେଂଟର ଫର ଇଣ୍ଡଷ୍ଟି୍ରଆଲ୍ ବାୟୋଟେକ୍ନୋଲଜି ଏବଂ ସେଂଟର ଫର ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲଜି ପରିଚାଳିତ ହେଉଛି । ଏହା ଛଡ଼ା ବାୟୋ ମେଡିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଆପ୍ଲିକେସନ୍ସ ଉପରେ ଗବେଷଣା ନିମନ୍ତେ ଏକ କେନ୍ଦ୍ର ଆରମ୍ଭ କରାଯାଇଛି ।
ଏହାଛଡା ୬୦ଟି ବିଜ୍ଞାନାଗାର ପ୍ରତିଷ୍ଠା କରାଯାଇ ସୋଆର ବିଭିନ୍ନ କ୍ୟାମ୍ପସ୍ ରେ ଗବେଷଣା କାର୍ଯ୍ୟ ଜାରି ରହିଛି । ବିଶ୍ୱବିଦ୍ୟାଳୟର ୩୨ଜଣ ଗବେଷକଙ୍କୁ ୨୦୨୪ରେ ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ବିଶ୍ୱର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ମିିଳିଛି ।
ଜଟିଳ ଏବଂ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିବା ରୋଗୀଙ୍କ ଚିକିତ୍ସା ନିମନ୍ତେ ସୋଆର ଗବେଷକମାନେ ସାଧାରଣ ଓ ସୁଲଭ ମୂଲ୍ୟରେ ଫାର୍ମାସୁ୍ୟଟିକାଲ୍ ଫର୍ମୁଲେସନ୍ ଉଦ୍ଭାବନ କରିପାରିଛନ୍ତି । ଏହି ସଂକ୍ରାନ୍ତରେ ନିକଟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧିନସ୍ଥ ନ୍ୟାସନାଲ ରିସର୍ଚ୍ଚ ଡେଭେଲ୍ପମେଂଟ କର୍ପୋରେସନ୍ ସହିତ ଏକ ଟେକ୍ନୋଲୋଜି ଲାଇସେନ୍ସ ବୁଝାମଣା ସ୍ୱାକ୍ଷରିତ ହୋଇଛି ।
ଅଟଳ ଇନୋଭେଟିଭ ମିଶନର ଏକ ଅଙ୍ଗ ଭାବେ ଆଇଟିଇଆର କ୍ୟାମ୍ପସ୍ରେ ଅଟଳ ଇନ୍କୁ୍ୟବେସନ୍ ସେଂଟର ପ୍ରତିଷ୍ଠା କରାଯାଇଛି ଯାହାକୁ କି ଏଆଇସି – ସୋଆ ଫାଉଣ୍ଡେସନ୍ ନାମରେ ନାମିତ କରାଯାଇଛି । ଏହି କେନ୍ଦ୍ରର ଉଦେ୍ଧଶ୍ୟ ହେଉଛି ଉପôାଦ, ଗମନାଗମନ, ଶକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା ଓ କୃଷି ଇତ୍ୟାଦି କ୍ଷେତ୍ରରେ ବିଶ୍ୱସ୍ତରୀୟ ଇନ୍କୁ୍ୟବେସନ୍ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ପୋ୍ରତ୍ସାହିତ କରିବା । ଅଭିନବ ପ୍ରଯୁକ୍ତି ବିଦ୍ୟା ପର୍ଯ୍ୟବେସିତ ଷ୍ଟାର୍ଟ – ଅପ୍ ଗୁଡିକୁ ସହଯୋଗ ଏବଂ ପ୍ରୋତ୍ସାହିତ କରିବା ଏହି ଇନ୍କୁ୍ୟବେସନ୍ ସେଂଟରର ଉଦେ୍ଧଶ୍ୟ ।
ଓଡିଶା ନିମନ୍ତେ ଦ୍ରୁତ ଡାଟା ସ୍ପିଡ୍ ଓ ଲୋ – ଲାଟେନ୍ସି ସହିତ ଅଧିକ ମାତ୍ରାରେ ଯୋଗାଯୋଗ ସୁବିଧା ପ୍ରଦାନ କରୁଥିବା ୫ମ ଜେନେରେସନ୍ ୱାରଲେସ୍ (୫ଜି) ସର୍ଭିସ ସୋଆ କ୍ୟାମ୍ପସ୍ରେ ଜାନୁୟାରୀ ୫, ୨୦୨୩ରେ ଶୁଭାରମ୍ଭ କରାଯାଇଥିଲା । ଭାରତ ସରକାରଙ୍କ ପକ୍ଷରୁ ୫ଜି ଲାବ୍ ପ୍ରତିଷ୍ଠା ନିମନ୍ତେ ଚୟନ କରାଯାଇଥିବା କେନ୍ଦ୍ରମାନଙ୍କ ମଧ୍ୟରେ ସୋଆ ସ୍ଥାନ ପାଇଛି ।
୩୦୦୦ ଶଯ୍ୟା ବିଶିଷ୍ଟ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟର ନିର୍ଭର ଯୋଗ୍ୟ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଅନୁଷ୍ଠାନ ଭାବେ ନିଜକୁ ପ୍ରତିପାଦିତ କରିପାରିଛି । ସମ୍ ହସ୍ପିଟାଲ ରେ ଉତମ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଓ ଜୀବନ ରକ୍ଷାକାରୀ ସରଞ୍ଜାମ ଉପଲବ୍ଧ ରହିଛି । ସୁଲଭ ମୂଲ୍ୟରେ ଏଠାରେ ରୋଗୀଙ୍କୁ ଉତମ ଚିକିତ୍ସା ପ୍ରଦାନ କରାଯାଉଛି ।
ସେହିପରି ସୋଆ ପକ୍ଷରୁ ଭୁବନେଶ୍ୱର ଠାରେ ସମ୍ ଅଲ୍ଟିମେଟ ମେଡିକେୟାର ନାମରେ ଏକ ସ୍ୱତନ୍ତ୍ର ମଲ୍ଟି ସୁପର ସ୍ପେଶିଆଲିଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ ୨୦୨୦ରେ ଆରମ୍ଭ କରାଯାଇଛି । ଏହା ଲୋକମାନଙ୍କୁ ଅତ୍ୟାଧୁନିକ ଓ ଉକୃଷ୍ଟ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛି । ଏହି ୫୭୫ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପୂର୍ବ ଭାରତରେ ଏକ ଉତମ ସ୍ୱାସ୍ଥ୍ୟ ପ୍ରଦାନକାରୀ ଅନୁଷ୍ଠାନ ଭାବେ ଗଢି ଉଠିଛି ।
ଉଭୟ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ ଓ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ଏନ୍ଏବିଏଲ୍ ଓ ଏନ୍ଏବିଏଚ୍ ର ମାନ୍ୟତା ମିଳିଛି ।
ସ୍ୱାସ୍ଥ୍ୟସେବାକୁ ଅଧିକ ତ୍ୱରାନିତ୍ୱ କରିବା ଲକ୍ଷ୍ୟରେ ନିକଟରେ ସୋଆ ପକ୍ଷରୁ ଭୁବନେଶ୍ୱର – କଟକ ଜାତୀୟ ରାଜପଥ ପାଶ୍ୱର୍ବର୍ତୀ ଫୁଲନଖରା ଠାରେ ୧୨୦୦ ଶଯ୍ୟା ବିଶିଷ୍ଟ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ -୨ ଆରମ୍ଭ କରାଯାଇଥିବାବେଳେ ବ୍ରହ୍ମପୁର ନିକଟସ୍ଥ ଶୀତଳାପଲ୍ଲୀ ଠାରେ ୨୦୦ ଶଯ୍ୟା ବିଶିଷ୍ଟ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ -୩ ପ୍ରତିଷ୍ଠା କରାଯାଇଛି ।
୨୦୨୦ ମସିହାରେ କୋଭିଡ୍ ମହାମାରୀ ସାରା ବିଶ୍ୱକୁ କବଳିତ କରିଥିବାବେଳେ ଓଡିଶା ସରକାରଙ୍କ ସହଯୋଗରେ ଏହି ପରିସ୍ଥିତିର ମୁକାବିଲା ନିମନ୍ତେ ସୋଆ ପକ୍ଷରୁ ୫ଟି କୋଭିଡ୍ ହସ୍ପିଟାଲ ରାଜ୍ୟରେ ଆରମ୍ଭ କରାଯିବା ସହ ଏହାର ଡାକ୍ତର, ନର୍ସ ଓ ପାରାମେଡିକ ଅବିରତ ସ୍ୱାସ୍ଥ୍ୟସେବା ପ୍ରଦାନ କରି ଅନେକ ଜୀବନ ବଂଚାଇବାରେ ସହାୟକ ହୋଇଥିଲେ ।
ପ୍ରାୟ ୫୦୦୦ ରୁ ଊଦ୍ଧ୍ୱର୍ ଡାକ୍ତର, ନର୍ସ ଓ ପାରାମେଡିକ୍ସ ରୋଗୀମାନଙ୍କୁ ନିରନ୍ତର ସେବା ଓ ଯତ୍ନ ଦେଇ ସୁସ୍ଥ କରିବାରେ ସକ୍ଷମ ହୋଇଥିଲେ । ପ୍ରାୟ ୨୬୦୦୦ ରୁ ଊଦ୍ଧ୍ୱର୍ ଶଯ୍ୟାରେ ରାଜ୍ୟର କୋଭିଡ ରୋଗୀମାନଙ୍କର ଚିକିତ୍ସା ସମ୍ କୋଭିଡ ହସ୍ପିଟାଲ୍ ପକ୍ଷରୁ କରାଯାଇଥିଲା । କୋଭିଡ ମହାମାରୀ ବେଳେ ପ୍ରାୟ ଅଢେ଼ଇ ବର୍ଷରୁ ଊଦ୍ଧ୍ୱର୍ ସମୟ ମଧ୍ୟରେ ୫୦,୦୦୦ ରୁ ଊଦ୍ଧ୍ୱର୍ ରୋଗୀଙ୍କର ସଫଳ ଚିକିତ୍ସା କରାଯାଇଥିଲା ।
ସୋଆର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଜାଗୋ କ୍ଳବ୍ ଦ୍ୱାରା ଗରିବ ଓ ଅବହେଳିତ ବସ୍ତିର ପିଲାମାନଙ୍କ ଶିକ୍ଷାଦାନର ଦାୟିତ୍ୱ ନିଆଯାଇଛି ।

  • Garvita Odia

    Related Posts

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    ଭୁବନେଶ୍ବର: ରାଜ୍ୟ ସରକାର କ୍ୟାବିନେଟ୍‌ରେ ଆଜି ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସ୍ଵରାଷ୍ଟ୍ର, ସ୍ବାସ୍ଥ୍ୟ, ଶକ୍ତି, ରାଜସ୍ବ , ଗୃହ…

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    ଭୁବନେଶ୍ବର: କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍। ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଡକା ଯାଇଥିବା ଓଡିଶା ବନ୍ଦ ପାଇଁ ପର୍ଯ୍ୟାପ୍ତ ପୁଲିସ ବ୍ୟବସ୍ଥା ହୋଇଛି। ଛକ, ବଜାର, ସରକାରୀ କାର୍ଯ୍ୟାଳୟ ସବୁଠି ମୁତୟନ ହେବେ ପୁଲିସ। ଖିଲାପକାରୀଙ୍କ ଉପରେ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର କର୍ମଚାରୀ

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର  କର୍ମଚାରୀ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ