ଶିବୁ ସୋରେନଙ୍କ ପରଲୋକ

ନୂଆଦିଲ୍ଲୀ : ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସୋମବାର ପରଲୋକ ଘଟିଛି। ଗଙ୍ଗାରାମ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜୁନ୍ ୧୯ ତାରିଖରେ ଶିବୁ ସୋରେନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶିବୁ ସୋରେନ ଅନେକ ରୋଗରେ ପୀଡିତ ଥିଲେ।ଆଜି ସକାଳ ୮:୫୬ରେ ଶିବୁ ସୋରେନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। କିଡନୀ ରୋଗରେ ମଧ୍ୟ ପୀଡିତ ଥିଲେ ଏବଂ ଦେଢ଼ ମାସ ପୂର୍ବରୁ ତାଙ୍କୁ ଷ୍ଟ୍ରୋକ ମଧ୍ୟ ହୋଇଥିଲା। ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ୍ସରେ ଦେଇଛନ୍ତି ।
ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଦୀର୍ଘ ୧ ବର୍ଷ ଧରି ତାଙ୍କର ଡାଏଲିସିସ୍ କରାଯାଉଥିଲା। ବ୍ରେନ୍ ଷ୍ଟ୍ରୋକ୍ ମଧ୍ୟ ହୋଇଥିଲା। ଏହା ପୂର୍ବରୁ ତାଙ୍କର ହୃଦ୍‌ରୋଗ ଜନିତ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। ସେ ଦୀର୍ଘ ଦିନ ଧରି ମଧୁମେହରେ ମଧ୍ୟ ପୀଡିତ ଥିଲେ।
ଶିବୁ ସୋରେନ ଅନେକ ରୋଗରେ ପୀଡିତ ଥିଲେ ମଧ୍ୟ ତାଙ୍କ ମୃତ୍ୟୁର ମୁଖ୍ୟକାରଣ କିଡନୀ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ବୋଲି କୁହାଯାଉଛି। କିଡନୀ ରୋଗ ଯୋଗୁଁ ତାଙ୍କୁ ବ୍ରେନ୍‌ ଷ୍ଟ୍ରୋକ ମଧ୍ୟ ହୋଇଥିଲା।ପୂର୍ବତନ ମୁଖ୍ୟମନ୍ତ୍ରୀ ରାମଗଡ଼ ଜିଲ୍ଲାର ନେମରା ଗାଁରେ ଜନ୍ମଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ହେବା ବ୍ୟତୀତ ସେ ମନମୋହନ ସରକାରରେ କୋଇଲା ମନ୍ତ୍ରୀ ଭାବରେ ମଧ୍ୟ କାର୍ୟ୍ୟ କରିଛନ୍ତି। ସେ ୧୯୭୦ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ।
ଶିବୁ ସୋରେନ ୪ ଦଶନ୍ଧିରୁ ଅଧିକ ସମୟ ଧରି ରାଜନୀତିରେ ସକ୍ରିୟ ଥିଲେ । ସେ ଝାଡଖଣ୍ଡର ୩ ଥର ମୁଖ୍ୟମନ୍ତ୍ରୀ, ୮ ଥର ଲୋକସଭା ସାଂସଦ ଓ ୩ ଥର ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୟୁପିଏ ସରକାରରେ ସେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ମଧ୍ୟ ନିର୍ବାହ କରିଥିଲେ ।

  • Related Posts

    ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡ଼ିଆ ମୃତ

    ବିହାର : ବିହାରର ଭାଗଲପୁର ଜିଲ୍ଲାରେ ଶ୍ରାବଣ ମେଳା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରବିବାର ବିଳମ୍ବିତ ରାତି ପ୍ରାୟ ୧୨ ଟା ୫ ରେ ଏକ ଡିଜେ ଗାଡ଼ି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଏଥିରେ ପାଞ୍ଚ…

    ୩୭ ଔଷଧ ଦାମ୍‌ ୧୫% କମିଲା

    ନୂଆଦିଲ୍ଲୀ: ଜାତୀୟ ଔଷଧ ମୂଲ୍ୟ କର୍ତ୍ତୃପକ୍ଷ (ଏନ୍‌ପିପିଏ) ୩୭ଟି ଅତ୍ୟାବଶ୍ୟକୀୟ ଔଷଧ ମୂଲ୍ୟରେ ୧୦-୧୫ ପ୍ରତିଶତ ପର୍ୟ୍ୟନ୍ତ ହ୍ରାସ କରିଛି। ଏଥିରେ ପାରାସିଟାମଲ୍, ଆଟୋର୍‌ଭାଷ୍ଟିନ୍ ଓ ଆମୋକ୍ସିଲିନ୍ ଭଳି ଔଷଧ ରହିଛି ଯାହା ସାଧାରଣ ଜ୍ବରଠାରୁ ଆରମ୍ଭ କରି ହୃଦରୋଗ, ଡାଇବେଟିସ୍…

    Leave a Reply

    Your email address will not be published. Required fields are marked *

    You Missed

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ୭ରେ ପୁରୀ ବିଜେଡିର ହରତାଳ

    ୭ରେ ପୁରୀ ବିଜେଡିର ହରତାଳ

    ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡ଼ିଆ ମୃତ

    ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡ଼ିଆ  ମୃତ

    ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

    ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

    ୩୭ ଔଷଧ ଦାମ୍‌ ୧୫% କମିଲା

    ୩୭ ଔଷଧ ଦାମ୍‌ ୧୫% କମିଲା