
ନୂଆଦିଲ୍ଲୀ: ଆଦିବାସୀ ନେତା ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କୁ ଜଣେ “ତୃଣମୂଳ ସ୍ତରର ନେତା” ଭାବରେ ମନେ ପକାଇଛନ୍ତି। ଗରିବ ଏବଂ ଆଦିବାସୀ ସମ୍ପ୍ରଦାୟର ଉନ୍ନତି ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି “ଶ୍ରୀ ଶିବୁ ସୋରେନ ଜୀ ଜଣେ ତୃଣମୂଳ ସ୍ତରର ନେତା ଥିଲେ ଯିଏ ଲୋକଙ୍କ ପ୍ରତି ଅଟଳ ସମର୍ପଣ ସହିତ ଜୀବନର ବିଭିନ୍ନ ପଦପଦବୀ ଦେଇ ଆଗକୁ ବଢ଼ିଥିଲେ। ସେ ଆଦିବାସୀ ସମ୍ପ୍ରଦାୟ, ଗରିବ ଏବଂ ଦଳିତମାନଙ୍କୁ ସଶକ୍ତ କରିବା ପାଇଁ ବିଶେଷ ଭାବରେ ଉତ୍ସାହୀ ଥିଲେ। ତାଙ୍କ ଦେହାନ୍ତରେ ମୁଁ ମର୍ମାହତ। ତାଙ୍କ ପରିବାର ଏବଂ ପ୍ରଶଂସକମାନଙ୍କ ସହିତ ମୋର ସମବେଦନା।”ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ କଥା ହୋଇଛନ୍ତି ଏବଂ ତାଙ୍କର ସମବେଦନା ଜଣାଇଛନ୍ତି।